ମରଣଯନ୍ତା ପାଲଟିଛି ରାଜପଥ
ନନ୍ଦିଘୋଷ ବ୍ୟୁରୋ: ରାଜପଥ ପାଲଟିଛି ମୃତ୍ୟୁପଥ । ପାଦେ ପାଦେ ବିପଦ । କେତେବେଳେ କଣ ଘଟିବ କହି ହେବନାହିଁ ।…ମରଣଯନ୍ତା ପାଲଟିଛି ଗଜପତି ଜିଲ୍ଲା ମୋହନା ଠାରୁ ପାରଳାଖେମୁଣ୍ଡି ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ । ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ବିରାଟ ଶୁଖିଲା ଗଛ ଛିଡ଼ା ହୋଇଛି । ଦୀର୍ଘ ଦିନ ଧରି ଗଛ ଗୁଡ଼ିକ ଶୁଖିଯାଇଥିଲେ ସୁଦ୍ଧା ସେଗୁଡ଼ିକ ହଟାଇବା ପାଇଁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଏକ ଶୁଖିଲା ଗଛ ଚଳନ୍ତା କାର ଉପରେ ଭାଙ୍ଗି ପଡ଼ିଥିଲା । ତିନି ଜଣ ଯାତ୍ରୀ ଆହତ ହୋଇଥିଲେ । ବିଶେଷ କରି ବର୍ଷା ଓ ପବନ ସମୟରେ ଗଛଗୁଡ଼ିକ ଭାଙ୍ଗି ପଡ଼ିବା ଆଶଙ୍କା ରହୁଥିବାରୁ ଭୟଭୀତ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ ।…
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ବିପପଜ୍ଜନକ ଗଛଗୁଡ଼ିକୁ କାଟି ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କହିଛନ୍ତି, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଚିଠି ଆସିଛି । ଶୀଘ୍ର ବିପଦଶଙ୍କୁଳ ଅବସ୍ଥାରେ ଥିବା ଗଛକୁ ହଟାଇବା ପାଇଁ ବ୍ୟବସ୍ଥା କରାଯିବ ।…
ରାସ୍ତାକଡ଼ରୁ ଗଛ ଗୁଡ଼ିକୁ କଟାନଗଲେ କାହାର ଯଦି ଜୀବନ ହାନି ହୁଏ ? ତେବେ କିଏ ରହିବ ଦାୟୀ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।