ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW
ନନ୍ଦିଘୋଷ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା । ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। CAWକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଘଟଣାର ଗୁରୁତ୍ୱକୁ ଦେଖି ଡିଜିପି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ମନିଟରିଂ କରିବ CAW। ମାମଲାରେ ଏବେ ସୁଦ୍ଧା ମୋଟ ୨୩ ଜଣ ଗିରଫ ହୋଇଛନ୍ତି । ଆଗକୁ ଗିରଫଦାରୀ ସଂଖ୍ୟା ବଢିବ ବୋଲି ସୂଚନା ଦେଇଛି ଓଡ଼ିଶା ପୋଲିସ । ରାୟଗଡା ପୋଲିସର ତ୍ୱରିତ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି ଡିଜିପି । ଆକ୍ରମଣର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହି ବର୍ବରୋଚିତ କାଣ୍ଡ ପଦାକୁ ଆସିଥିଲା। ହିତାହିତ ଜ୍ଞାନ ଭୁଲି ହିଂସ୍ର ଜନତା ମହିଳା ସ୍ବେଚ୍ଛାସେବୀଙ୍କ ପୋଷାକ ଚିରି ଦେଇଥିବା ଭଳି ସଂଗୀନ ଦୃଶ୍ୟ ରହିଛି । ଥାନାରୁ ମାତ୍ର ୭ କିମି ଦୂର କାନ୍ଦୁଲଗୁଡା ଗାଁରେ ଏହି ଘଟଣା ଘଟିଥିଲା। ୨ ସ୍ଵେଚ୍ଛାସେବୀଙ୍କୁ ପିଲାଚୋର ସନ୍ଦେହ କରି ଲୋକେ ଘେରି ଯାଇଥିଲେ। ସାଇନଗର ନିକଟସ୍ଥ ଏକ ଢାବା ପାଖରେ ଶତାଧିକ ଯୁବକ ୨ ସ୍ବେଚ୍ଛାସେବୀଙ୍କୁ ଅଟକାଇ ଅକଥନୀୟ ଅତ୍ୟାଚାର କରିଥିଲେ। ବନ୍ଧା ହେବା ଭୟରେ ପୁରୁଷଶୂନ୍ୟ ହୋଇଯାଇଛି କାନ୍ଦୁଲଗୁଡ଼ା ।