ଖିମଜୀ ଜୁଏଲର୍ସରେ ‘ମେଗା ପୁରୁଣା ସୁନା ଏକ୍ସଚେଞ୍ଜ ଉତ୍ସବ‘

Jun 24, 2026 - 19:07
ଖିମଜୀ ଜୁଏଲର୍ସରେ ‘ମେଗା ପୁରୁଣା ସୁନା ଏକ୍ସଚେଞ୍ଜ ଉତ୍ସବ‘

ଭୁବନେଶ୍ୱର: ଗ୍ରାହକଙ୍କ ବିଶ୍ୱାସ ଓ ସୁନାମଧନ୍ୟ ପରମ୍ପରାକୁ ବଜାୟ ରଖି ଓଡ଼ିଶାର ପ୍ରତିଷ୍ଠିତ ଗହଣା ବ୍ରାଣ୍ଡ ‘ଖିମଜୀ ଜୁଏଲର୍ସ’  ପକ୍ଷରୁ ଏକ ବିଶେଷ ଅଭିଯାନ “ମେଗା ପୁରୁଣା ସୁନା ଏକ୍ସଚେଞ୍ଜ ଉତ୍ସବ”ର ଶୁଭାରମ୍ଭ କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ଅବ୍ୟବହୃତ ବା ପୁରୁଣା ଗହଣାକୁ ବଦଳାଇ ଆକର୍ଷଣୀୟ ଲାଭ ସହିତ ନୂତନ ଏବଂ ଆଧୁନିକ ଡିଜାଇନର ଗହଣା କିଣିବାର ଏକ ସୁବର୍ଣ୍ଣ ସୁଯୋଗ ପାଇପାରିବେ।

ଗ୍ରାହକଙ୍କ ପାଇଁ ରହିଛି ବମ୍ପର ସୁଯୋଗ :

ଏହି ସ୍ୱତନ୍ତ୍ର ଉତ୍ସବରେ ଗ୍ରାହକମାନଙ୍କୁ ସବୁଠାରୁ ବଡ଼ ଏବଂ ଫଳପ୍ରଦ ଅଫର ପ୍ରଦାନ କରାଯାଉଛି:

୧୦୦% ଏକ୍ସଚେଞ୍ଜ ମୂଲ୍ୟ: ପୁରୁଣା ସୁନା ଗହଣା ବଦଳ କରିବା ଉପରେ ଗ୍ରାହକମାନଙ୍କୁ ଏହାର ୧୦୦% ମୂଲ୍ୟ ମିଳିବ।

ଅତିରିକ୍ତ ବୋନସ୍: ପୁରୁଣା ସୁନା ଏକ୍ସଚେଞ୍ଜ ଉପରେ ପ୍ରତି ଗ୍ରାମ ପିଛା ଅତିରିକ୍ତ ୩୫୦ ରୁ  ଅଧିକ ଲାଭ ପ୍ରଦାନ କରାଯାଉଛି।

ଗଢ଼ା ମଜୁରି ଉପରେ ରିହାତି: ନୂତନ ସୁନା ଗହଣା କ୍ରୟ ସମୟରେ ଏହାର ଗଢ଼ା ମଜୁରି (Making Charges) ଉପରେ ଫ୍ଲାଟ୍ ୩୦% ରିହାତି ମିଳିବ

ଗ୍ରାହକମାନେ ଏହି ବିଶେଷ ସୁବିଧାର ଲାଭ ଆସନ୍ତା ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଉଠାଇପାରିବେ।

ଏହି ମେଗା ଅଭିଯାନ ସମ୍ପର୍କରେ ସୂଚନା ଦେଇ ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି:

“ଖିମଜୀ ଜୁଏଲର୍ସ ଉପରେ ପିଢ଼ି ପରେ ପିଢ଼ି ଗ୍ରାହକ ରଖିଆସିଥିବା ‘ବିଶ୍ୱାସ’ ହିଁ ଆମ ସମ୍ପର୍କର ପ୍ରକୃତ ମୂଳଦୁଆ। ଏହି ‘ମେଗା ପୁରୁଣା ସୁନା ଏକ୍ସଚେଞ୍ଜ ଉତ୍ସବ’ ମାଧ୍ୟମରେ ଆମେ ଗ୍ରାହକମାନଙ୍କୁ ଏହି ଆତ୍ମବିଶ୍ୱାସ ଦେବାକୁ ଚାହୁଁ ଯେ ସେମାନଙ୍କ ପୁରୁଣା ସୁନାର ମୂଲ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ପୂର୍ଣ୍ଣ ସ୍ୱଚ୍ଛତା, ସଠିକ୍ ମୂଲ୍ୟାଙ୍କନ ଏବଂ ଚମତ୍କାର କାରିଗରୀ ସହ ଗ୍ରାହକଙ୍କ ଗହଣା କିଣିବା ଅନୁଭୂତିକୁ ଅଧିକ ଖୁସିଦାୟକ କରିବା ଆମର ପ୍ରୟାସ।”

ବିଗତ ୯୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ମନ ଜିତିଥିବା ଖିମଜୀ ଜୁଏଲର୍ସ ସଦାସର୍ବଦା ଶୁଦ୍ଧତା, ହଲ୍‌ମାର୍କ ଗହଣା ଏବଂ ଗ୍ରାହକ-ପ୍ରଥମ ନୀତି ପାଇଁ ଜଣାଶୁଣା। ବ୍ରାଣ୍ଡର ୧୦୦% ଏକ୍ସଚେଞ୍ଜ ମୂଲ୍ୟର ଗ୍ୟାରେଣ୍ଟି ଏବଂ ଆଜୀବନ ବାଏବ୍ୟାକ୍  ସୁବିଧା ଏହାକୁ ଓଡ଼ିଶାର ସବୁଠାରୁ ଭରସାଯୋଗ୍ୟ ପ୍ରତିଷ୍ଠାନ ଭାବେ ପ୍ରମାଣିତ କରିଛି।

‘‘ମେଗା ପୁରୁଣା ସୁନା ଏକ୍ସଚେଞ୍ଜ ଉତ୍ସବ” ବର୍ତ୍ତମାନ ଖିମଜୀ ଜୁଏଲର୍ସ ଶୋରୁମଗୁଡିକରେ ଉପଲବ୍ଧ ରହିଛି ଯାହା ଗ୍ରାହକମାନଙ୍କୁ ଚିରନ୍ତନ ଚମତ୍କାରିତା ଏବଂ ଅଧିକ ମୂଲ୍ୟ ସହିତ ଏହି ସିଜିନକୁ ପାଳନ କରିବାକୁ ଆମନ୍ତ୍ରଣ କରୁଛି।