Electrocution Claims Two Lives: ବିଦ୍ୟୁତ ଆଘାତରେ ୨ ମୃତ, ନିଜେ ଚାଷଜମିରେ ପକାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

Jul 18, 2026 - 14:44
Electrocution Claims Two Lives: ବିଦ୍ୟୁତ ଆଘାତରେ ୨ ମୃତ, ନିଜେ ଚାଷଜମିରେ ପକାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

ନିଜେ ପକାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ। ଗାଈଗୋରୁଙ୍କ ଠାରୁ ସୁରକ୍ଷା ପାଇଁ ଚାଷ ଜମିରେ ବିଦ୍ୟୁତ ବିଛାଇଥିଲେ । ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗାଁର ବାବୁଲି ଦାସ ଚାଷ ଜମିରେ ପଡିଥିବା ତଳିକୁ ଗାଈଗୋରୁଙ୍କ ଠାରୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ତାର ସଂଯୋଗ କରିଥିଲେ।

ଆଜି ଅଜାଣତରେ ତାର ନଖୋଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ l ଫଳରେ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ l ସେ ବିଲରେ ଛଟପଟ ହେଉଥିବା ଦେଖି ରାସ୍ତା ପାଖରେ ଘର କରିଥିବା ଜଣେ ବୃଦ୍ଧା ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ l

ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା। ଦମକଳ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ମୃତଦେହ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। 

ଅଡା ପଞ୍ଚାୟତର ମହିଷୀପଣ୍ଡା ଗାଁରେ ବିଦ୍ୟୁତ ଆଘାତରେ ୨ ମୃତ
ଷଣ୍ଢ ତଳି ନ ଖାଇବାକୁ ବିଲରେ ଇଲେକ୍ଟ୍ରିକ ତାର ପକାଇଥିଲେ
ସକାଳୁ ବିଲକୁ ଯାଇଥିବା ବେଳେ କରେଣ୍ଟ ଲାଗି ଚାଷୀଙ୍କ ମୃତ୍ୟୁ
ଚାଷୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳାଙ୍କ ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।