Eggs Will Stay in Mid-Day Meals: ବିବାଦ ମଧ୍ୟରେ ମଧ୍ୟାନ ଭୋଜନ ନିଷ୍ପତ୍ତି ବଦଳାଇଲେ ପଶ୍ଚିମବଙ୍ଗ ସରକାର

Jul 30, 2026 - 17:36
Eggs Will Stay in Mid-Day Meals: ବିବାଦ ମଧ୍ୟରେ ମଧ୍ୟାନ ଭୋଜନ ନିଷ୍ପତ୍ତି ବଦଳାଇଲେ ପଶ୍ଚିମବଙ୍ଗ ସରକାର

ମଧ୍ୟାନ ଭୋଜନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆସିଛି ବଡ଼ ସ୍ପଷ୍ଟୀକରଣ। ସ୍କୁଲ୍ ପିଲାଙ୍କ ଥାଳିରୁ ଅଣ୍ଡା ହଟିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୧ରୁ ଇସ୍କନ୍ ରନ୍ଧା ଖାଦ୍ୟ ଯୋଗାଇବ, କିନ୍ତୁ ଅଣ୍ଡା ପୂର୍ବଭଳି ମିଳିବ।

ଅଗଷ୍ଟ ୧ରୁ କୋଲକାତାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକରେ ପାଇଲଟ୍ ପ୍ରକଳ୍ପ ଭାବେ ଇସ୍କନ୍ ମିଡ୍-ଡେ ମିଲ୍ ପାଇଁ ସାତ୍ୱିକ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିବ। ତେବେ ପିଲାଙ୍କ ପୋଷଣକୁ ଗୁରୁତ୍ୱ ଦେଇ ଅଣ୍ଡାକୁ ମେନୁରୁ ବାଦ୍ ଦିଆଯିବ ନାହିଁ।

ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ କହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୃଥକ ଭାବେ ଅଣ୍ଡା ବଣ୍ଟନ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ପାଇବା ଜାରି ରଖିବେ।

ଇସ୍କନ୍‌କୁ ମିଡ୍-ଡେ ମିଲ୍‌ର ଦାୟିତ୍ୱ ଦେବା ପରେ ବିରୋଧୀ ଦଳ ଏହାକୁ ନେଇ କଡ଼ା ସମାଲୋଚନା କରିଥିଲେ। ନିରାମିଷ ମେନୁ ଯୋଗୁଁ ପିଲାଙ୍କ ଥାଳିରୁ ଅଣ୍ଡା ହଟିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏହାପରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଇସ୍କନ୍ କେବଳ ରନ୍ଧା ଖାଦ୍ୟ ଯୋଗାଇବ ଏବଂ ଅଣ୍ଡା ବଣ୍ଟନର ବ୍ୟବସ୍ଥା ସ୍ୱୟଂ ସହାୟକ ଗୋଷ୍ଠୀ କରିବେ।

ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଧାର୍ମିକ ସଂସ୍ଥାର ଖାଦ୍ୟ ପଦ୍ଧତି ଓ ସ୍କୁଲ୍ ପିଲାଙ୍କ ପୋଷଣ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସରକାର ଉଦ୍ୟମ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।