Eggs Hurled at Mahua Moitra by Miscreants: ମୋହୁଆ ମୋଇତ୍ରଙ୍କ ଉପରେ ଅଣ୍ଡା ବର୍ଷା, ଫିଙ୍ଗି ଚାଲିଲେ ଦୁର୍ବୃତ୍ତ

Jul 02, 2026 - 15:53
Eggs Hurled at Mahua Moitra by Miscreants: ମୋହୁଆ ମୋଇତ୍ରଙ୍କ ଉପରେ ଅଣ୍ଡା ବର୍ଷା, ଫିଙ୍ଗି ଚାଲିଲେ ଦୁର୍ବୃତ୍ତ

ମୋହୁଆ ମୋଇତ୍ରଙ୍କ ଉପରେ ଅଣ୍ଡା ବର୍ଷା। ତିନି ମହଲା ଉପରେ ଥିଲେ ମୋହୁଆ । ତଳୁ ହେଲା ପ୍ରବଳ ଅଣ୍ଡା ଓ ବାଇଗଣ ମାଡ଼। ଏଭଳି କିଛି ଘଟଣାର ଭିଡିଓ ଏବେ ବେଶ୍ ଭାଇରାଲ୍ ହେବା ସହ ପଶ୍ଚିମବଙ୍ଗ ରାଜନୀତି ବି ତେଜିଛି।

ଗତକାଲି ପଶ୍ଚିମବଙ୍ଗ ନଦିଆ ଜିଲ୍ଲାକୁ ଯାଇଥିଲେ ଟିଏମସି ସାଂସଦ ମୋହୁଆ। ହେଲେ ତାଙ୍କ ଗସ୍ତ ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅଣ୍ଡା, ବାଇଗଣ ମାଡ଼ କରିଛନ୍ତି। ଖାଲି ସେତିକି ନୁହେଁ କଳା ପତାକା ବି ପ୍ରଦର୍ଶନ କରିଛନ୍ତି। ପରେ କଡ଼ା ପୋଲିସ୍ ସୁରକ୍ଷାରେ ତାଙ୍କୁ ସେଠୁ ବାହାର କରାଯାଇଥିଲା। ଏହାକୁ ନେଇ ବେଙ୍ଗଲରେ ତେଜିଛି ରାଜନୀତି। ମୋହୁଆ ଏଥିପାଇଁ ବିଜେପିକୁ ଦାୟୀ କରିବା ସହ ରାଜ୍ୟରେ ଆଇନଶୃଙ୍ଗଳା ସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଅଣ୍ଡା ମାଡ଼ ବନ୍ଦ ହେବା ଜରୁରୀ କିନ୍ତୁ ଏସବୁ ଅଣ୍ଡା ମାଡ଼ ଟିଏମସି କର୍ମୀ କରୁଛନ୍ତି। ପୋଲିସ୍ କଣ ଲୋକଙ୍କ ପକେଟରେ ଅଣ୍ଡା ଅଛି କି ଆଉ କଣ ଅଛି, ଯାଞ୍ଚ କେମିତି ହେବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ୍ ଭଟ୍ଟାଚାର୍ଯ୍ୟ।...  ଏସବୁ ଭିତରେ କୋଲକାତା ହାଇକୋର୍ଟରେ ପହଞ୍ଚିଛି ମାମଲା। ହାଇକୋର୍ଟ ଏସବୁ ମାମଲାରେ ଏଫଆଇଆର୍ ଦାଏର ହୋଇପାରିବ ବୋଲି ସ୍ପଷ୍ଟ କରିଛନ୍ତି।...