ED : ଇଡ଼ି ଜାଲରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ , ବନ୍ଧା ହେବେ କି ଗବର୍?
ସୁରେଶ ରାଇନା, ହରଭଜନ ସିଂହ, ଯୁବରାଜ ସିଂହ ଏବେ ପାଳି ଗବର୍ଙ୍କର। ଇଡି ରାଡାର୍ରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଶିଖର ଧୱନ୍। ବେଆଇନ ବେଟିଂ ଆପ୍ ମାମଲାରେ ଧୱନଙ୍କୁ ଗୁଡେଇ ତୁଡେଇ ଘାଣ୍ଟିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସୁରେଶ ରାଇନା, ହରଭଜନ ସିଂହ, ଯୁବରାଜ ସିଂହ ଏବେ ପାଳି ଗବର୍ଙ୍କର। ଇଡି ରାଡାର୍ରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଶିଖର ଧୱନ୍। ବେଆଇନ ବେଟିଂ ଆପ୍ ମାମଲାରେ ଧୱନଙ୍କୁ ଗୁଡେଇ ତୁଡେଇ ଘାଣ୍ଟିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସୁରେଶ ରାଇନା, ହରଭଜନ ସିଂହ, ଯୁବରାଜ ସିଂହ ଏବେ ପାଳି ଗବର୍ଙ୍କର। ଇଡି ରାଡାର୍ରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଶିଖର ଧୱନ୍। ବେଆଇନ ବେଟିଂ ଆପ୍ ମାମଲାରେ ଧୱନଙ୍କୁ ଗୁଡେଇ ତୁଡେଇ ଘାଣ୍ଟିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ସମନ ହୋଇଥିଲା। କଣ୍ଟ ପୂରିବା ପରେ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ଧୱନ।
ବେଆଇନ ବେଟିଂ ଆପ ୱାନଏକ୍ସବେଟ୍ର ପ୍ରଚାର ପ୍ରସାର କରିଥିଲେ ଧୱନ। ଏଥିପାଇଁ ବୁଧବାର ତାଙ୍କୁ ସମନ କରିଥିଲା ଇଡି। ଗୁରୁବାର ସକାଳୁ ଧୱନ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଧୱନଙ୍କ ବୟାନ ରେକର୍ଡ ହୋଇଛି। ୧xବେଟ୍ରେ ଧୱନଙ୍କ ଭୂମିକା କ’ଣ ଥିଲା? ସେ ଏଥିପାଇଁ କେତେ ଟଙ୍କା ପାଇଥିଲେ? ସେ ସବୁ ବିଷୟରେ ଇଡି ଜାଣିବାକୁ ଚାହୁଁଛି। ଏହାପୂର୍ବରୁ ଗତ ମାସରେ ଅନ୍ୟତମ କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ଇଡି ୧xବେଟ୍ ଠକେଇ ମାମଲାରେ ଜେରା କରିଥିଲା।
ଶିଖର ଧୱନଙ୍କ ବିରୋଧରେ ଏଯାବତ୍ କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ। ହେଲେ ଧୱନଙ୍କୁ ଇଡି ସମନ ପଠାଇବା ପରେ ଜଣାପଡ଼ୁଛି ଯେ, ଇଡି ମାମଲାକୁ ଗୁରୁତର ସହ ନେଇଛି। ଏହି ବେଟିଂ ଆପ୍ ଜରିଆରେ ବଡ଼ ଧରଣର ଠକେଇ ହେଉଛି। ସବୁଠୁ ବଡ଼ କଥା ହେଲା ବହୁ ବଡ଼ ବଡ଼ ଫିଲ୍ମ ଷ୍ଟାର ଓ କ୍ରିକେଟର, ଏହି ବେଟିଂ ଆପ୍ର ପ୍ରଚାର ପ୍ରସାର କରୁଥିଲେ। ତେଣୁ ଆଗାମୀ ଦିନରେ ଏହି ମାମଲାରେ ଆହୁରି ବଡ଼ ବଡ଼ିଆଙ୍କ ନାମ ଆସିପାରେ ବୋଲି ଚର୍ଚ୍ଚା ହେଉଛି।
୧xବେଟ୍ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। ଏଥିପାଇଁ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଭାରତରେ ୧xବେଟ୍ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍ ସାମିଲ ଥିବା ଇଡି ଜାଣିବାକୁ ପାଇଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
