Earthquake Strikes: ଭୂକମ୍ପର ଶକ୍ତ ଝଟକା: ୨୫୦ରୁ ଉର୍ଦ୍ଧ୍ବ ମୃତ, ଶତାଧିକ ଆହତ
ଭୟଙ୍କର ଭୂମିକମ୍ପର ଝଟକାରେ ଆଫଗାନିସ୍ତାନରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ ଜଣ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି।
ଭୟଙ୍କର ଭୂମିକମ୍ପର ଝଟକାରେ ଆଫଗାନିସ୍ତାନରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ ଜଣ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି।
ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଛି। ଭୂମିକମ୍ପରେ ସବୁକିଛି ଛାରଖାର ହୋଇଯାଇଛି। ଭୂକମ୍ପରେ ଅନେକ କୋଠାବାଡି ଭାଙ୍ଗି ରୁଜି ଛାରଖାର ହୋଇଯିବା ସହ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟସ୍ଥ ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ୬.୦ ତୀବ୍ରତାର ଭୟଙ୍କର ଭୂମିକମ୍ପ ହେବା ପରେ ଶହ ଶହ ଲୋକଙ୍କର ମୃତ୍ୟୁ ହେବା ଏବଂ ଅନେକ ଆହତ ହେବାର ସୂଚନା ମିଳିଛି।
ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ରବିବାର ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ ଜଣ ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥା ଆନାଡୋଲୁକୁ ଜଣାଇଛି। ଜଣେ ମନ୍ତ୍ରଣାଳୟ ଅଧିକାରୀ ଆନାଡୋଲୁକୁ ସୂଚନା ଦେଇ କହିଛନ୍ତି ଯେ କୁନାର ପ୍ରଦେଶର ନୁର ଗାଲ, ସାଉକି, ୱାଟପୁର, ମାନୋଗି ଏବଂ ଚାପା ଦାରା ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି।
ଜର୍ମାନ ରିସର୍ଚ୍ଚ ସେଂଟର ଫର ଜିଓସାଇନ୍ସେସ୍ (ଜିଏଫଜେଡ୍) ଅନୁସାରେ, ଭୂମିକମ୍ପଟି ୧୦ କିଲୋମିଟର (୬.୨୧ ମାଇଲ) ଗଭୀରତାରେ ଥିଲା। ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଭୂମିକମ୍ପର କେନ୍ଦ୍ରବିନ୍ଦୁ ଆଫଗାନିସ୍ତାନର ବାସାଉଲଠାରୁ ୩୬ କିଲୋମିଟର (୨୨ ମାଇଲ) ଉତ୍ତରରେ ଥିଲା ଏବଂ ଏହା ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଥିଲା। ଏହା ରବିବାର ରାତି ୧୧:୪୭ ସମୟରେ ସ୍ଥାନୀୟ ସମୟରେ ଅନୁଭୂତ ହୋଇଥିଲା।
ଏହି ଭୂମିକମ୍ପ ଝଟକା କାବୁଲରୁ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଯାହା ପ୍ରାୟ ୩୭୦ କିଲୋମିଟର ଦୂର। କିଛି ସେକେଣ୍ଡ ପାଇଁ ଅନେକ କୋଠାବାଡି ଦୋହଲାଇ ଦେଇଥିଲା ବୋଲି ରିପୋର୍ଟ ମିଳିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ, ୨୦୨୩ ଅକ୍ଟୋବର ୭ ତାରିଖରେ ଆଫଗାନିସ୍ତାନରେ ୬.୩ ମାଗ୍ନିଚ୍ୟୁଡ୍ର ଏକ ଭୂମିକମ୍ପ ହୋଇଥିଲା। ତାଲିବାନ ସରକାର ଅନୁମାନ କରିଥିଲେ ଯେ ଏଥିରେ ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଜାତିସଂଘ କହିଥିଲା ଯେ, ପ୍ରାୟ ୧,୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଆଫଗାନିସ୍ତାନରେ ନିକଟ ଅତୀତରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
