E-Buses: ରାଜ୍ୟରେ ଗଡ଼ିବ ୬ ଶହ ଇ-ବସ୍
E-Buses: ରାଜ୍ୟରେ ଗଡ଼ିବ ୬ ଶହ ଇ-ବସ୍
E-Buses: ରାଜ୍ୟରେ ଗଡ଼ିବ ୬ ଶହ ଇ-ବସ୍
ଗୁରୁ ଦିବସରେ ମୋହନ ମାଝୀ ସରକାରର ବଡ଼ ଘୋଷଣା । ଏଣିକି ଇ-ବସରେ ବସି ଯା ଆସ କରିବେ ପିଲା, ଭେଣ୍ଡା, ବୁଢା । କେବଳ କ୍ୟାପିଟାଲରେ ନୁହେଁ ଏଣିକି ଓଡ଼ିଶାର ରାଜ ରାସ୍ତାରେ ଗଡ଼ିବ ଇ-ବସ୍ । ଲୋକଙ୍କୁ ଆରାମଦାୟକ ଯାତ୍ରା ସାଙ୍ଗକୁ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ମୋହନ ମାଝୀ ସରକାର ରାଜ୍ୟ ଆଗାମୀ ଦିନରେ ୨ ଶହ ଅଧିକ ଇ-ବସ୍ ଚଲାଇବେ ବୋଲି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ରାଜ୍ୟରେ ଏକ ହଜାର e- ବସର ଆବଶ୍ୟକତା ରହିଛି । ତେଣୁ ଆଗାମୀ ଦିନରେ ରାଜ୍ୟ ସରକାର ୨୦୦ e- ବସ ଆଣିବେ । ଏଥିସହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶାକୁ ୪ଶହ ଇ-ବସ୍ ପ୍ରଦାନ କରିବେ। ମୋଟ ୬ଶହ ଇ- ବସ୍ ଜନସାଧାରଣଙ୍କ ସେବାରେ ଲାଗିବ।
ବର୍ତ୍ତମାନ ସ୍ଥିତିରେ ୨୫ଟି ଇ-ବସ୍ ଅଣାଯାଉଛି । ଯାହା ସମ୍ବଲପୁରରେ ଗଡିବ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ e- ବସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
