Dulhaniya Le Aaeegi trailer out: ସଜା ସରିଛି ମଣ୍ଡପ, ବର ନିଖୋଜ ! ରିଲିଜ୍ ହେଲା ‘ଦୁଲ୍ହନିଆ ଲେ ଆଏଗୀ’ର ମଜାଦାର ଟ୍ରେଲର
ମୁମ୍ୱାଇ, ୧୭।୭: ଆକାଶାଦିତ୍ୟ ଲାମାଙ୍କ ଫିଲ୍ମ ‘ଦୁଲ୍ହନିଆ ଲେ ଆଏଗୀ’ ର ଟ୍ରେଲର ଗୁରୁବାର ରିଲିଜ ହୋଇଛି । କମେଡି, ରୋମାନ୍ସ, ପାରିବାରିକ ସମ୍ପର୍କ, ବିବାହ ହଟଚମଟ ତଥା ଟୁଇଷ୍ଟରେ ଭରପୂର ଏହି ଟ୍ରେଲରରେ ଏକ ଫ୍ୟାମିଲି ଏଣ୍ଟରଟେନରର ଝଲକ ଦେଖିବାକୁ ମିଳିଛି । ଏଥିରେ କମେଡି ସହ ରୋମାନ୍ସ ଏବଂ ଅନେକ ମଜାଦାର ମୋଡ଼ ବା ଟୁଇଷ୍ଟ ରହିଛି । ଫିଲ୍ମରେ ଖୁଶାଲି କୁମାର, ମହେଶ ମାଞ୍ଜରେକର ଏବଂ ପିୟୁଷ ମିଶ୍ର ପ୍ରମୁଖ ଭୂମିକାରେ ଅଛନ୍ତି । ସିଦ୍ଧାର୍ଥ ବାନାର୍ଜୀ, ଆକାଶାଦିତ୍ୟ ଲାମା ଏବଂ ବିକାଶ ଅଗ୍ରୱାଲଙ୍କ ଦ୍ୱାରା ପ୍ରଯୋଜିତ ‘ଦୁଲ୍ହନିଆ ଲେ ଆଏଗୀ’ ଆସନ୍ତା ୨୪ ତାରିଖରେ ଥିଏଟରରେ ମୁକ୍ତିଲାଭ କରିବ । ଫିଲ୍ମର କାହାଣୀ ଏପରି ଜଣେ ଦୁଲ୍ହନ୍ ବା କନ୍ୟା ଉପରେ ଆଧାରିତ, ଯାହାଙ୍କ ସମ୍ମୁଖରେ ବଡ଼ ସମସ୍ୟା ରହିଛି । ବରେଲିରେ ରହୁଥିବା ନବ୍ୟା (ଖୁଶାଲି କୁମାର)ଙ୍କ ବାହାଘରକୁ ନେଇ ଟେନ୍ସନ ରହିଛି । ତାଙ୍କୁ ୩୨ ବର୍ଷ ହୋଇଯାଇଥିବା ବେଳେ ତାଙ୍କ ଉପରେ ବାହାଘର ପାଇଁ ଚାପ ବଢ଼ିଛି । ସେହି ସମୟରେ କନ୍ୟାର ଜୀବନରେ ଅନେକ ଦୁଲ୍ହା ବା ବରର ଏଣ୍ଟ୍ରି ହେବା ଆରମ୍ଭ ହୋଇଯାଉଛି ।
ବିବାହର ଦିନକ ପୂର୍ବରୁ ମଣ୍ଡପ ସଜାଯିବା ସହ ସବୁ ପ୍ରସ୍ତୁତି ସରିଛି, କିନ୍ତୁ ବରର ପତ୍ତା ମିଳୁନି । ବର ଖୋଜିବାର ଏକ ମଜାଦାର ଘଟଣା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ଆଶା କରଯାଉଛି । ନିର୍ଦ୍ଦେଶକ ଆକାଶାଦିତ୍ୟ କହିଛନ୍ତି, ସବୁ ବିବାହରେ ଡ୍ରାମା ହୋଇଥାଏ । କିନ୍ତୁ ଏହି ଫିଲ୍ମରେ ଫେରା ପୂର୍ବରୁ ହିଁ ଡ୍ରାମା ଆରମ୍ଭ ହୋଇଯାଉଛି । ଏହା ବେଶ୍ ମଜାଦାର, ଟୁଇଷ୍ଟ, ଇମୋସନାଲ କାହାଣୀକୁ ନେଇ ନିର୍ମିତ ହୋଇଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ମନୋରଞ୍ଜନ ପ୍ୟାକେଜ । ଦର୍ଶକ ଏହି ଫିଲ୍ମର ଭରପୂର ମଜା ଉଠାଇବେ ବୋଲି ଆଶା । ଅଭିନେତ୍ରୀ ଲାରିସା ଫିଲ୍ମର ଟ୍ରେଲରକୁ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏ ବର୍ଷର ସବୁଠୁ ଧମାକାଦାର ବିବାହ ଏଣ୍ଟରଟେନମେଣ୍ଟ ଦେଖିବା ଲାଗି ତାରିଖ ନୋଟ୍ କରିନିଅନ୍ତୁ ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।