DSP: ଡିଏସ୍‌ପି ହେଲେ ଦ୍ରୁତ ବୋଲର ଆକାଶଦୀପ ଓ ମୁକେଶ

Jul 25, 2026 - 12:32
DSP: ଡିଏସ୍‌ପି ହେଲେ ଦ୍ରୁତ ବୋଲର ଆକାଶଦୀପ ଓ ମୁକେଶ

"ପାଟନା: ଭାରତୀୟ ଦ୍ରୁତ ବୋଲର ଆକାଶଦୀପ ଓ ମୁକେଶ କୁମାର ବିହାର ପୁଲିସ ବିଭାଗରେ ଉପ-ଅଧୀକ୍ଷକ (ଡିଏସ୍‌ପି) ଭାବେ ନିଯୁକ୍ତି ପାଇଛନ୍ତି।

ପାଟନାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।Advertisment ଯୁବ ଖେଳାଳିମାନଙ୍କୁ କରିବ ଅନୁପ୍ରାଣିତ  ବିହାର ସରକାରଙ୍କ "ମେଡାଲ ଆଣ ନିଯୁକ୍ତି ପାଅ" ଯୋଜନା ଅଧିନରେ ସେମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

ଉଭୟ ଖେଳାଳି ଏହି ନିଯୁକ୍ତି ପାଇଁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହା ବିହାରର ଯୁବ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି।

ଏହା ପୂର୍ବରୁ ୨୦୨୪ରେ ତେଲେଙ୍ଗାନା ସରକାର ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଡିଏସ୍‌ପି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ।

ଆକାଶଦୀପ ଭାରତ ପାଇଁ ୧୦ ଟେଷ୍ଟ ଖେଳି ୨୮ ଓ୍ବିକେଟ୍‌ ନେଇଥିବାବେଳେ ମୁକେଶ ୩ ଟେଷ୍ଟ ଖେଳି ୭ ଓ୍ବିକେଟ୍‌ ନେଇଛନ୍ତି।

Anahat Singh: କନିଷ୍ଠ ବିଶ୍ବ ସ୍କ୍ବାସ୍‌ ଫାଇନାଲ୍‌ରେ ଅନାହତ: ୨୦୦୫ ପରେ ପ୍ରଥମ ଭାରତୀୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।