Drone Flying: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ପଡ଼ିଲା ମହଙ୍ଗା: ଦୁଇ ଯୁବ ପର୍ଯ୍ୟଟକ ଅଟକ, ୨ ଡ୍ରୋନ୍ ଜବତ
ପୁରୀ,୧୬/୦୭: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଯୁବ ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଛି । ସମ୍ପୃକ୍ତ ଦୁଇ ପର୍ଯ୍ୟଟକକୁ ସିଂହଦ୍ୱାର ଥାନା ପୁଲିସ ଅଟକ ରଖିଛି । ପର୍ଯ୍ୟଟକ ହେଲେ ଆନ୍ଧ୍ରପ୍ରଦେଶର ମାଣିକାନ ସ୍ୱାମୀ ଓ ଦିଲ୍ଲୀର ଶୁଭମ ଶର୍ମା । ସେମାନଙ୍କଠାରୁ ୨ଟି ଡ୍ରୋନ୍ ଜବତ କରିଛି ପୁଲିସ ।
ବୁଧବାର ରଥଯାତ୍ରା ପ୍ରସ୍ତୁତି ଲାଗି ସିଂହଦ୍ୱାର ଚଳଚଞ୍ଚଳ ରହିଥିଲା । ଏହି ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡୁଥିବା ପୁଲିସ ନଜରକୁ ଆସିଥିଲା । ସିଂହଦ୍ୱାର ଥାନା ପୁଲିସ ଟିମ୍ ଡ୍ରୋନକୁ ଉଡ଼ାଉଥିବା ଦୁଇ ଯୁବ ପର୍ଯ୍ୟଟକଙ୍କୁ କାକୁଡିଖାଇ ଛକରୁ ଠାବ କରିଥିଲା । ସେମାନଙ୍କୁ ଅଟକ ରଖିବା ସହ ଡ୍ରୋନ୍କୁ ଜବତ କରିଥିଲେ । ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଯୁବ ପର୍ଯ୍ୟଟକଙ୍କୁ ଅଟକ ରଖିିଛି ।
ଅଧିକ ପଢ଼ନ୍ତୁ :- Rath Yatra 2026: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ର, ଭାବ ଭକ୍ତିରେ ଭିଜିବେ ଭଗବାନ ଓ ଭକ୍ତ, ସକାଳ ସାଢ଼େ ୯ରୁ ପହଣ୍ଡି, ଦିନ ୨ଟାରୁ ଛେରାପହଁରା
ସୂଚନାଯୋଗ୍ୟ, ଗୁରୁବାର ରଥଯାତ୍ରା ଲାଗି ସିଂହଦ୍ୱାର ଓ ଶ୍ରୀମନ୍ଦିରରେ ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀମାନଙ୍କ ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ସ୍ଥାନରେ ଡ୍ରୋନ ଉଡ଼ାଇବାକୁ ପର୍ଯ୍ୟଟକମାନେ କିଭଳି ମନରେ ସାହସ ଜୁଟାଉଛନ୍ତି ତାହାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।