Driver Returns Cash and Gold Left Behind by Passenger: ସଚ୍ଚୋଟ ଡ୍ରାଇଭର୍ ସନ୍ତୋଷ ମିଶ୍ର, ଯାତ୍ରୀ ଛାଡ଼ିଯାଇଥିବା ଟଙ୍କା ଓ ସୁନାଗହଣା ଫେରାଇଲେ

Jun 27, 2026 - 17:18
Driver Returns Cash and Gold Left Behind by Passenger: ସଚ୍ଚୋଟ ଡ୍ରାଇଭର୍ ସନ୍ତୋଷ ମିଶ୍ର, ଯାତ୍ରୀ ଛାଡ଼ିଯାଇଥିବା ଟଙ୍କା ଓ ସୁନାଗହଣା ଫେରାଇଲେ

ଆଜି ବି ବଞ୍ଚି ରହିଛି  ମାନବିକତା ଓ ସଚ୍ଚୋଟତା। ଏହାର ଏକ ଜୀବନ୍ତ ଉଦାହରଣ ସାଜିଛନ୍ତି ଜଣେ ଡ୍ରାଇଭର। କାରରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା  ଭର୍ତ୍ତି ବ୍ୟାଗକୁ ପୁରୀର ସନ୍ତୋଷ ସୁରକ୍ଷିତ ଭାବେ ପୁଲିସ ଜରିଆରେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। 

ଯାତ୍ରୀ କାରରେ ଛାଡ଼ିଯାଇଥିବା ବ୍ୟାଗରେ ଥିଲା ୩ଟି ସୁନା ହାର, ୪ଟା ମୁଦି ଓ କାନଫୁଲ ସହ ୧ଲକ୍ଷ ୩୦ହଜାର ଟଙ୍କା । ଏହାକୁ ଡ୍ରାଇଭର ସନ୍ତୋଷ ମିଶ୍ର କୁମ୍ଭାରପଡ଼ା ଥାନାରେ କାରର ଯାତ୍ରୀଙ୍କୁ ଫେରାଇ ଦେଇଛନ୍ତି। ୧୦ଲକ୍ଷ ଲକ୍ଷ ଟଙ୍କା ସୁନା ସହ ନଗଦ କ୍ୟାସ ଫେରାଇ ମଣିଷ ପଣିଆର ପରିଚୟ ଦେଇଛନ୍ତି। ସେପଟେ ଚୂଡଙ୍ଗ ସାହି ନିବାସୀ ରମାକାନ୍ତ ବରାଳ ତାଙ୍କର କଷ୍ଟ ଅର୍ଜିତ ଟଙ୍କା ପାଇ ଖୁସି ହେବା ସହ ଡ଼୍ରାଇଭରଙ୍କୁ ଆର୍ଶୀବାଦ ଦେଇଛନ୍ତି।