Dowry Murder Case: କୁନି ଓଠରେ କହିଲା ମାଆ ହତ୍ୟାର ଛାତିଥରା କାହାଣୀ
୨୦୧୬ ମସିହାରେ ବିପିନଙ୍କୁ ବିବାହ କରିଥିଲେ ନିକ୍କୀ। ବିବାହ ବେଳେ ସ୍କର୍ପିଓ, ବୁଲେଟ ଓ ଅନେକ ଦାମୀ ଜିନିଷ ଦେଇଥିଲେ ମଧ୍ୟ ବିପିନ ଓ ତାଙ୍କ ପରିବା ଲୋକେ ଅଧିକ ଯୌତୁକ ଦାବି କରିଥିଲେ।
୨୦୧୬ ମସିହାରେ ବିପିନଙ୍କୁ ବିବାହ କରିଥିଲେ ନିକ୍କୀ। ବିବାହ ବେଳେ ସ୍କର୍ପିଓ, ବୁଲେଟ ଓ ଅନେକ ଦାମୀ ଜିନିଷ ଦେଇଥିଲେ ମଧ୍ୟ ବିପିନ ଓ ତାଙ୍କ ପରିବା ଲୋକେ ଅଧିକ ଯୌତୁକ ଦାବି କରିଥିଲେ।
ଅଙ୍କଲ୍, ମୋ ବାପା-ଜେଜେମାଆ ମିଶି ମମିକୁ ମାରିଦେଲେ । ତାକୁ ଆଗ ଚାପୁଡା ମାରିଲେ, ଖୁବ୍ ବାଡେଇଲେ । ତା' ପରେ ମମି ଉପରେ କିଛି ଢାଳି ଲାଇଟରେ ନିଆଁ ଲଗାଇଦେଲେ । ଆଉ ମୋ ମମି ପୂରା ଜଳିଗଲା... ' ଏ ଥିଲା ଗୋଟିଏ କୁନି ପୁଅର କୋହଭରା ବୟାନ । ଯାହାର ଆଖି ସାମ୍ନାରେ ତା ମାଆକୁ ଜୀଇଁନ୍ତା ଜାଳିଦେଇଛି ଜହ୍ଲାଦ ବାପା । ଏବେ କାନ୍ଦି କାନ୍ଦି ମାଆ ହତ୍ୟାକାଣ୍ଡର ସେଇ ଛାତିଥରା ଦୃଶ୍ୟ ବୟାନ କରିଛି କୁନି ପୁଅଟି ।
ଦିଲ୍ଲୀ ଗ୍ରେଟର ନୋଏଡାରେ ଘଟିଥିବା ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୩୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ ଜୀଅଁନ୍ତା ଜାଳିଦେଇଛନ୍ତି ସ୍ୱାମୀ ଓ ଶାଶୁ ଶ୍ୱଶୁର । ତା' ପୁଣି କୁଅ ପୁଅଟିର ଆଖି ସାମ୍ନାରେ । ଏହି ହତ୍ୟାକାଣ୍ଡ ବେଳର ଏକ ଭିଡିଓ ବି ସାମ୍ନାକୁ ଆସିଛି, ଯାହାକୁ ନା ଦେଖିହେବ ନା ଦେଖାଇହେବ । ମହିଳା ଜୀଅଁନ୍ତା ଜଳୁଥିବାର ଦେଖାଯାଉଛି ଭିଡିଓରେ ।
ମୃତ ମହିଳାଙ୍କ ନାଁ ନିକ୍କି । ୨୦୧୬ରେ ନିକ୍କି ଓ ତାଙ୍କ ବଡ ଭଉଣୀ କଞ୍ଚନଙ୍କ ବିବାହ ଗୋଟିଏ ପରିବାରରେ ହୋଇଥିଲା । ବିପିନଙ୍କୁ ବାପା ହୋଇଥିଲେ ନିକ୍କି । ବାହାଘର ବେଳେ ଏକ ଟପ୍ ମଡେଲ ସ୍କର୍ପିଓ, ବୁଲେଟ ଓ ଲକ୍ଷାଧିକ ଟଙ୍କା ଯୌତୁକ ଦେଇଥିଲେ ଝିଅ ଘର ଲୋକ । ହେଲେ ଏତିକିରେ ଲୋଭ କମିନଥିଲା । ୩୬ ଲକ୍ଷ ଯୌତୁକ ଆଣିବାକୁ ଦୁଇ ଭଉଣୀଙ୍କ ଉପରେ ଅତ୍ୟାଚାର କରୁଥିଲେ ଶାଶୁଘର । ଖାସ୍ କରି ନିକ୍କିଙ୍କୁ ଅଧିକ ମାରପିଟ୍ କରୁଥିଲେ । ଶାଶୁ ଓ ସ୍ୱାମୀ ନିକ୍କିଙ୍କ ଚୁଟି ଟାଣି ତାଙ୍କୁ ପିଟୁଥିବାର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ଗତ ଗୁରୁବାର ଦିନ ବିପିନ ଓ ଶାଶୁଶ୍ୱଶୁର ମିଶି ନିକ୍କିଙ୍କୁ ନିଷ୍ଠୁର ଭାବେ ବାଡେଇଥିଲେ । ତା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଆଉ ଏ ପୂରା ଘଟଣା ଘଟିଥିଲା ନିକ୍କିଙ୍କ ପୁଅ ଆଖି ଆଗରେ । ପଡୋଶୀ ନିକ୍କିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । କିନ୍ତୁ ଅଧବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ମୁଖ୍ୟ ଖଳନାୟକ ସ୍ୱାମୀକୁ ଗିରଫ କରିଛି ପୋଲିସ । ଶାଶୁ, ଶ୍ୱଶୁର ଓ ଦେଢଶୁର ଫେରାର୍ ଥିବାବେଳେ, ତାଙ୍କୁ ଧରିବାକୁ ଖୋଜାଖୋଜି ଚାଲିଛି । ସେପଟେ ବିପିନର ଅନ୍ୟ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।
ସେହି ସମାନ ଘରେ ବିବାହ କରିଥିବା ନିକ୍କୀଙ୍କ ବଡ଼ ଭଉଣୀ କାଞ୍ଚନ ଅଭିଯୋଗ କରିଛନ୍ତି ଯେ, ଗୁରୁବାର ରାତିରେ ନିକ୍କୀଙ୍କୁ ତାଙ୍କ ସ୍ୱାମୀ ବିପିନ ମାଡ଼ ମାରି ଅଚେତ କରିଥିଲେ ଏବଂ ପରେ ନିଆଁ ଲଗାଇ ଦେଇଥିଲେ। ବିବାହ ସମୟରେ ସେମାନେ ଏକ ସ୍କର୍ପିଓ, ବୁଲେଟ ଏବଂ ବହୁ ମୂଲ୍ୟବାନ ଜିନିଷ ଦେଇଥିଲେ। ତଥାପି ନିକ୍କୀଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ। ବିବାହ ପରେ ସେମାନେ ୩୬ ଲକ୍ଷ ଟଙ୍କା ଦାବି କରିଥିଲେ। ସେମାନଙ୍କର ଦାବି ଓ ହଇରାଣ ଅବିରତ ଜାରି ରହିଥିଲା।
ଅଭିଯୋଗ ଆଧାରରେ ପୋଲିସ ବିପିନ (ସ୍ୱାମୀ), ରୋହିତ (ଦେଢଶୁର), ଦୟା (ଶାଶୁ), ଓ ସତବୀର (ଶ୍ୱଶୁର)ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗ୍ରେଟର ନୋଏଡାର ଏଡିସିପି ସୁଧୀର କୁମାର ବିପିନଙ୍କ ଗିରଫଦାରୀ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, "ଅଗଷ୍ଟ ୨୧ ରାତିରେ ଫର୍ଟିସ ହସ୍ପିଟାଲରୁ ଏକ ମେମୋ ମିଳିଥିଲା ଯେ ଜଣେ ମହିଳା ଜଳିଯାଇଥିବା ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ପରେ ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଭଉଣୀଙ୍କ ଅଭିଯୋଗ ଆଧାରରେ ଚାରି ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସ୍ୱାମୀଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଟିମ ଗଠନ କରାଯାଇଛି।"
କାଞ୍ଚନ କହିଛନ୍ତି ଯେ ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ, କିନ୍ତୁ ତାଙ୍କ ଭଉଣୀଙ୍କୁ ବଞ୍ଚାଇ ପାରିନଥିଲେ। ୨୦୧୬ ମସିହାରେ ଉଭୟ ଭଉଣୀ ଏକହିଁ ପରିବାରରେ ବିବାହ କରିଥିଲେ। ପଡ଼ୋଶୀମାନେ ନିକ୍କୀଙ୍କୁ ହସ୍ପିଟାଲ ନେଇଥିଲେ, କିନ୍ତୁ ଚିକିତ୍ସା ସମୟରେ ସେ ମୃତ୍ୟୁ ବରଣ କରିଥିଲେ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
