Dowry Death: ନିକ୍କି ହତ୍ୟା ମାମଲାରେ ନୂଆ ମୋଡ଼, ଡାକ୍ତର କହିଲେ ଏଭଳି କଥା
ଫୋର୍ଟିସ ହସ୍ପିଟାଲର ସିସିଟିଭିରୁ ଜଣାପଡ଼ିଛି ଯେ ନିକ୍କିଙ୍କୁ ପଡ଼ୋଶୀ ଦେବେନ୍ଦ୍ର କାରରେ ହସ୍ପିଟାଲ ଆଣିଥିଲେ। ଦେବେନ୍ଦ୍ର ଗାଡ଼ି ଚଳାଉଥିବା ବେଳେ ନିକ୍କ, ତାଙ୍କ ଶାଶୁ ଓ ଶ୍ୱଶୁର ପଛ ସିଟରେ ବସିଥିଲେ। ସିସିଟିଭିରେ ରୋହିତଙ୍କୁ ମଧ୍ୟ ଦେଖିବାକୁ
ଫୋର୍ଟିସ ହସ୍ପିଟାଲର ସିସିଟିଭିରୁ ଜଣାପଡ଼ିଛି ଯେ ନିକ୍କିଙ୍କୁ ପଡ଼ୋଶୀ ଦେବେନ୍ଦ୍ର କାରରେ ହସ୍ପିଟାଲ ଆଣିଥିଲେ। ଦେବେନ୍ଦ୍ର ଗାଡ଼ି ଚଳାଉଥିବା ବେଳେ ନିକ୍କ, ତାଙ୍କ ଶାଶୁ ଓ ଶ୍ୱଶୁର ପଛ ସିଟରେ ବସିଥିଲେ। ସିସିଟିଭିରେ ରୋହିତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ପୂରା ଦେଶକୁ ଦୋହଲାଇ ଦେଇଥିବା ଗ୍ରେଟର ନୋଏଡା ଯୌତୁକ ଜନିତ ମୃତ୍ୟୁ ମାମଲା ପୁଣି ନୂଆ ମୋଡ଼ ନେଇଛି। ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିକ୍କି ଭାଟି ଡାକ୍ତରମାନଙ୍କୁ କହିଥିଲେ ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁ ତାଙ୍କ ଶାଶୁ ଘରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ସେ ପୋଡ଼ି ହୋଇଯାଇଛନ୍ତି।
ମୃତ୍ୟୁକାଳୀନ ଜମାନବନ୍ଦୀରେ ନିକ୍କି ସିଲିଣ୍ଡର ବ୍ଲାଷ୍ଟରୁ ପୋଡ଼ି ଯାଇଥିବା କଥାକୁ ପ୍ରଥମଥର ପାଇଁ ସାର୍ବଜନୀନ କରିଛନ୍ତି ସେ ଚିକିତ୍ସିତ ହେଉଥିବା ଫୋର୍ଟିସ ହସ୍ପିଟାଲର ଜଣେ ଡାକ୍ତର ଓ ନର୍ସ। ନିକ୍କିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଏକଥା ପୁଲିସ୍ ଆଗରେ ମଧ୍ୟ କହିଥିବା ଜଣାପଡ଼ିଛି।
ପୂର୍ବରୁ ନିକ୍କିଙ୍କୁ ତାଙ୍କ ସ୍ୱାମୀ ବିପିନ ଓ ଶାଶୁ ଘର ଲୋକ ଯୌତୁକ ପାଇଁ ନିର୍ଯାତନା ଦେବା ସହ କୌଣସି ଦହନଯୁକ୍ତ ଲିକ୍ୟୁଡି ଢାଳି ପୋଡ଼ି ମାରି ଦେଇଥିବା କୁହାଯାଉଥିଲା। କିନ୍ତୁ ଏବେ ଡାକ୍ତର ଓ ନର୍ସଙ୍କ ଏପରି ବୟାନ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି।
ଡାକ୍ତର ଓ ନର୍ସ ଏପରି କଥା କହୁଥିଲେ ହେଁ ପୁଲିସ୍ ଏଯାଏ କରିଥିବା ତଦନ୍ତରୁ ସିଲିଣ୍ଡର ବିସ୍ଫୋରଣର କୌଣସି ସୁରାକ ନିକ୍କିଙ୍କ ଶାଶୁ ଘରୁ ପାଇ ନାହିଁ। ନିକ୍କି କାହିଁକି ଏପରି ବୟାନ ଦେଲେ ଓ ଏଥିପାଇଁ ତାଙ୍କ ଉପରେ ଚାପ ପଡ଼ିଥିଲା କି ନାହିଁ, ତା’ର ଖୋଳତାଡ଼ ପୁଲିସ୍ ଆରମ୍ଭ କରିଛି।
ନିକ୍କି ପ୍ରଥମେ ଫୋର୍ଟିସ ପରେ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। କିନ୍ତୁ ତାଙ୍କ ଶରୀରର ୮୦% ଅଂଶ ପୋଡ଼ି ଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ୍ ନିକ୍କିଙ୍କ ସ୍ୱାମୀ, ବାପା ମା’, ଭାଇ ରୋହିତଙ୍କୁ ଗିରଫ କରିଛି। ନିକ୍କିଙ୍କ ଭଉଣୀ କାଞ୍ଚନକୁ ବିପିନଙ୍କ ଭାଇ ରୋହିତ ବିବାହ କରିଥିଲେ।
ନିଜ ନିଜ ବୟାନରେ ଉଭୟ ଡାକ୍ତର ଓ ନର୍ସ ଦାବି କରିଛନ୍ତି ଯେ ନିକ୍କିଙ୍କୁ ଯେତେବେଳେ ହସ୍ପିଟାଲକୁ ଅଣାଯାଇଥିଲା ସେତେବେଳେ ସେ କଥାବାର୍ତ୍ତା କରୁଥିଲେ। ଫୋର୍ଟିସ ହସ୍ପିଟାଲର ମେମୋରେ ଲେଖା ଯାଇଛି ଯେ “ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ରୋଗୀ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।”
ଫୋର୍ଟିସ ହସ୍ପିଟାଲର ସିସିଟିଭିରୁ ଜଣାପଡ଼ିଛି ଯେ ନିକ୍କିଙ୍କୁ ପଡ଼ୋଶୀ ଦେବେନ୍ଦ୍ର କାରରେ ହସ୍ପିଟାଲ ଆଣିଥିଲେ। ଦେବେନ୍ଦ୍ର ଗାଡ଼ି ଚଳାଉଥିବା ବେଳେ ନିକ୍କ, ତାଙ୍କ ଶାଶୁ ଓ ଶ୍ୱଶୁର ପଛ ସିଟରେ ବସିଥିଲେ। ସିସିଟିଭିରେ ରୋହିତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ନିକ୍କିଙ୍କ ଭଉଣୀ କ’ଣ ଦାବି କରିଥିଲେ?
ନିକ୍କିଙ୍କ ଭଉଣୀ କାଞ୍ଚନଙ୍କ ଅଭିଯୋଗ ଆଧାରରେ ଦାଖଲ ଏଫଆଇଆରରେ କୁହାଯାଇଛି ଯେ ନିକ୍କିଙ୍କ ଶରୀରରେ ଯୌତୁକ ପାଇଁ ୬ ବର୍ଷର ପୁଅ ଆଗରେ ନିଆଁ ଲଗାଇ ଦିଆଯାଇଥିଲା। ବାହାଘର ପରେ ତାଙ୍କ ପରିବାର ଲୋକ ଯୌତୁକରେ କାର ଓ ଅନ୍ୟାନ୍ୟ ସୁନା ଗହଣା ଦେଇଥିଲେ। ତଥାପି ଭାଟି ପରିବାର ଅଧିକ ଯୌତୁକ ମାଗି ନିର୍ଯାତନା ଦେଉଥିବା କାଞ୍ଚନ ଅଭିଯୋଗ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
