Donald Trump: 'ମୁଁ ନିର୍ଦ୍ଦେଶ ଦେଇ ସାରିଛି '; ଯଦି ମୋର ହତ୍ୟା ହୁଏ ତେବେ ଇରାନ୍ରେ ଧ୍ୱଂସଲୀଳା ହେବ କହିଲେ ଟ୍ରମ୍ପ
ନୂଆଦିଲ୍ଲୀ,୧୧/୦୭; ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନ୍ ଷଡ଼ଯନ୍ତ୍ର କରିଥିବା ଇସ୍ରାଏଲ ଗତକାଲି ଦାବି କରିଥିଲା । ଗୁଇନ୍ଦା ରିପୋର୍ଟକୁ ନେଇ ଏହି ଦାବି କରିଥିଲା ଇସ୍ରାଏଲ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି କହିଥିଲେ ଯେ, ସେ ଇରାନ୍ର ହିଟ୍ଲିଷ୍ଟରେ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ସେ ଭୟଙ୍କର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ପୂର୍ବରୁ କେବେ ବି ହୋଇନଥିବା ବୋମା ମାଡ଼ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ଯାହା ବିଶ୍ୱ କେବେ ବି ଦେଖିନାହିଁ । ଟ୍ରମ୍ପ କହିଛନ୍ତି ଯେ, ସେ ଦୀର୍ଘଦିନ ଧରି ଇରାନର "ହିଟ୍ ଲିଷ୍ଟ"ରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ବିରୁଦ୍ଧରେ କୌଣସି ନୂଆ ଆକ୍ରମଣର କୌଣସି ଗୁପ୍ତ ସୂଚନା ନାହିଁ ।
ନ୍ୟୁୟର୍କ ପୋଷ୍ଟ ସହିତ ଏକ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, ''ମୁଁ ବହୁତ ଦିନ ଧରି ସେମାନଙ୍କ (ଇରାନ) ତାଲିକାରେ ଅଛି । ଏହା ହିଁ ବାସ୍ତବତା । ମୁଁ ନିର୍ଦ୍ଦେଶ ଦେଇଥିଲି ଯେ ଯଦି ମୋ ସହିତ କିଛି ହୁଏ, ତେବେ ଇରାନ ଉପରେ ଏପରି ପରିଣାମରେ ବୋମା ମାଡ଼ କରାଯିବା ଉଚିତ୍ ଯାହା ସେମାନେ କେବେ ଦେଖିନାହାନ୍ତି ।'' ଟ୍ରମ୍ପଙ୍କ ବିରୋଧରେ ଇରାନର ଏକ ଷଡ଼ଯନ୍ତ୍ର ବିଷୟରେ ଇସ୍ରାଏଲ ଆମେରିକୀୟ ପ୍ରଶାସନକୁ ଗୁପ୍ତ ସୂଚନା ଦେବା ପରେ ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଆସିଛି । ତଥାପି ଟ୍ରମ୍ପ ଏହି ଦାବିକୁ ଖାରଜ କରି କହିଛନ୍ତି, ନା ନା ଇସ୍ରାଏଲ ପାଖରେ କୌଣସି ନୂଆ ଇନପୁଟ୍ ନଥିଲା । ମୁଁ ବହୁତ ଦିନ ଧରି ଇରାନର ହିଟ୍ ଲିଷ୍ଟରେ ନମ୍ବର ୱାନ୍ରେ ଥିଲି । ମଜାଳିଆ ଢଙ୍ଗରେ ଟ୍ରମ୍ପ କହିଛନ୍ତି, ମୁଁ ଆଶା କରୁଛି ଯଦି ମୁଁ ଚାଲିଯାଏ ତେବେ ତୁମେ ମୋତେ ମନେ ପକାଇବ ।
ଏହା ବି ପଢନ୍ତୁ...Iran plot to kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରି ସାରିଛି ଇରାନ୍, ଇସ୍ରାଏଲ ଗୁଇନ୍ଦା ରିପୋର୍ଟରେ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।