Dog Attack Student: ଛାତ୍ରୀଙ୍କ ଗାଲ ଦି ଫାଳ କରିଦେଲେ ବୁଲା କୁକୁର, ଗୋଡେଇ ଗୋଡେଇ କାମୁଡିଲେ

ଜଣେ ୨୧ ବର୍ଷୀୟା BBA ଛାତ୍ରୀଙ୍କୁ ବୁଲା କୁକୁରମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ​​ଏବଂ ୧୭ ଟି ଷ୍ଟିଚ୍ ପଡ଼ିଥିଲା।

24 August 2025 12:40 PM IST
Dog Attack Student: ଛାତ୍ରୀଙ୍କ ଗାଲ ଦି ଫାଳ କରିଦେଲେ ବୁଲା କୁକୁର, ଗୋଡେଇ ଗୋଡେଇ କାମୁଡିଲେ

ଜଣେ ୨୧ ବର୍ଷୀୟା BBA ଛାତ୍ରୀଙ୍କୁ ବୁଲା କୁକୁରମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ​​ଏବଂ ୧୭ ଟି ଷ୍ଟିଚ୍ ପଡ଼ିଥିଲା।

ନିକଟରେ ବୁଲା କୁକୁରଙ୍କୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ବୁଲା କୁକୁରଙ୍କୁ ରାସ୍ତାରେ ଖାଇବାକୁ ଦେବା ଉପରେ କଟକଣା ଲଗାଇଛନ୍ତି। ଏପରିକି ଆକ୍ରମଣାତ୍ମକ ବ୍ୟବହାର କରୁଥିବା କୁକୁରକୁ ସ୍ବତନ୍ତ୍ର ସେଲଟରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି କଟକଣା ଜାରି କରିଥିଲେ ବି କିଛି ପଶୁପ୍ରେମୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ଯଦି ଏପରି ନ କରାଯାଏ ତାହାଲେ କୁକୁରମାନେ କେତେ ମାରାତ୍ମକ ହୋଇପାରନ୍ତି ତା’ର ଜ୍ବଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି।

ବୁଲା କୁକୁରଙ୍କ ଉତ୍ପାତ୍ତ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁ ବୁଲା କୁକୁରମାନେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି। କୁକୁରମାନେ ଆକ୍ରମଣ ଏତେ ମାତ୍ରାରେ କରିଛନ୍ତି ଯେ, ଛାତ୍ରୀଙ୍କ ମୁହଁରେ ୧୭ଟି ଷ୍ଟିଚ୍ ପଡିଛି। ଛାତ୍ରୀଙ୍କ ମୁହଁକୁ ସମ୍ପୂର୍ଣ୍ଣ ବିକୃତ କରି ଦେଇଛନ୍ତି କିଛି କୁକୁର। ବର୍ତ୍ତମାନ ଛାତ୍ରୀ ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ କଥା କହିବାରେ ଅସୁବିଧା ହେଉଥିବା ବେଳେ ସେ ଠିକ ଭାବେ ଖାଇ ମଧ୍ୟ ପାରୁ ନାହାନ୍ତି।

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର କାନୁପର ଅନ୍ତର୍ଗତ ଶ୍ୟାମ ନଗର ଅଞ୍ଚଳରେ। ବୁଲା କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଛାତ୍ରୀ ଜଣଙ୍କ ହେଲେ ୨୧ ବର୍ଷୀୟ ବୈଷ୍ଣବୀ ସାହୁ। ସେ ଆଲେନ ହାଉସ ରୁମା କଲେଜରେ ବିବିଏର ଶେଷ ବର୍ଷର ଛାତ୍ରୀ। ସେ କଲେଜରୁ ଘରକୁ ଫେରୁଥିବା ସମୟରେ ବୁଲା କୁକୁରମାନେ ନିର୍ମମ ଭାବରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା

ଜଣା ପଡିଛି ଯେ, ୩ଟି ବୁଲା କୁକୁରଙ୍କ ସହ ମାଙ୍କଡମାନଙ୍କର ଲଢ଼େଇ ହେଉଥିଲା। ଠିକ୍ ସେହି ସମୟରେ ବୈଷ୍ଣବୀ ସେହି ବାଟ ଦେଇ ଯାଉଥିବା ବେଳେ ହଠାତ୍‌ ୩ଟି କୁକୁର ତାଙ୍କୁ ଦେଖି ଭୋକିବା ସହ କାମୁଡ଼ିବାକୁ ଚେଷ୍ଟା କରିଥିଲେ। ବୈଷ୍ଣବୀ ସେହି କୁକୁରମାନଙ୍କ ଚେଷ୍ଟା କରିଥିଲେ ହେଁ କୁକୁରମାନେ ତାଙ୍କୁ ଛୁଣି ପକାଇଥିଲେ। କୁକୁରମାନେ ଏତେ ଜୋର କାମୁଡ଼ିଥିଲେ ଯେ, ଛାତ୍ରୀଙ୍କ ଡାହାଣ ପଟ ଗାଲ ଦୁଇ ଫାଳ ହୋଇଯାଇଥିଲା। ତାଙ୍କ ନାକ ଓ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ କାମୁଡ଼ା ଦାଗ ରହିଛି।

ବୈଷ୍ଣବୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ରକ୍ଷା କରିଥିଲେ ସ୍ଥାନୀୟ ବ୍ୟକ୍ତି। କିଛି ସମୟ ଧରି କୁକୁରମାନଙ୍କ ସହ ଛାତ୍ରୀ ଜଣକ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ବୈଷ୍ଣବୀଙ୍କ ଚିତ୍କାର ସ୍ଥାନୀୟ ଲୋକଙ୍କ କାନରେ ପଡ଼ିଥିଲା। ସେମାନେ କୁକୁରମାନଙ୍କୁ ଘଉଡାଇବାରୁ କୁକୁରମାନେ ବୈଷ୍ଣବୀଙ୍କୁ ଛାଡ଼ି ପଳାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ କନଶିରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଡାକ୍ତରୀ ଚିକିତ୍ସା ଆରମ୍ଭ ହୋଇଥିଲା। ଛାତ୍ରୀଙ୍କ ନାକ ଓ ଗାଲରେ ୧୭ଟି ଷ୍ଟିଚ ପଡିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.