Doctors' Protest Hits Patient Care: ଡାକ୍ତର କରୁଛନ୍ତି ଆନ୍ଦୋଳନ, ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ
ଆଜି ଦ୍ବିତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍-OMSA ପକ୍ଷରୁ ବିଭିନ୍ନ ଦାବି ନେଇ ଗତକାଲିଠାରୁ ଧାରଣାରେ ବସିଛନ୍ତି ଡାକ୍ତର। OMSA ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଛି। କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର।
କେନ୍ଦ୍ରୀୟ ବେତନ ଗଠନ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍ (DACP) କାର୍ଯ୍ୟକାରୀ କରିବା, ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ, ସୁପର ସ୍ପେସିଆଲିଷ୍ଟ, ସ୍ପେସିଆଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ, ମୃତଦେହ ବ୍ୟବଚ୍ଛେଦ ଭତ୍ତା ଭଳି ୧୦ଟି ଦାବି କରି ଧାରଣାକୁ ଓହ୍ଲାଇଛନ୍ତି।
ଡାକ୍ତରଙ୍କ ଆନ୍ଦୋଳନର ସିଧା ପ୍ରଭାବ ରୋଗୀଙ୍କ ଉପରେ ପଡ଼ିଛି। କିଏ ଟେଷ୍ଟ କରିବାକୁ ଆସି ଫେରିଗଲା, କିଏ ଡାକ୍ତର ଦେଖାଇ ନପାରି ଫେରିଗଲା। ବାଲେଶ୍ବରରୁ ରାଉରକେଲା, କେନ୍ଦ୍ରାପଡ଼ାରୁ କଟକ...ସବୁଠି ପ୍ରାୟ ସମାନ ସ୍ଥିତି।
ଡାକ୍ତର ନଥିବାରୁ ରୋଗୀ ସେବାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦୁଇ ଦିନ ହେଲା ଡାକ୍ତରଙ୍କ ଆନ୍ଦୋଳନ ଚାଲିଛି। ୧୦ ଦଫା ଦାବି ନେଇ ଆନ୍ଦୋଳନ ଚାଲିଛି। କିନ୍ତୁ ଏଥିପାଇଁ ଏବେ ରୋଗୀ ହନ୍ତସନ୍ତ ହେଉଛନ୍ତି।