Diamond Encrusted Kalash: ହୀରା, ନୀଳା ଖଚିତ କଳସ ଚୋରି କରିଥିବା ଅଭିଯୁକ୍ତ ଧରାପଡିଲା, ଜାଣନ୍ତୁ କେମିତି ନେଇଯାଇଥିଲା

ଅଭିଯୁକ୍ତ ମୁଣିରେ କଳସ ନେଇ ଫେରାର ହୋଇଯାଇଥିଲା । ୭୬୦ ଗ୍ରାମ ସୁନାରେ ତିଆରି ଏହି କଳସରେ ହୀରା, ମାଣିକ ଏବଂ ପାନ୍ନା ସମେତ ପ୍ରାୟ ୧୫୦ ଗ୍ରାମ ମୂଲ୍ୟବାନ ରତ୍ନ ଖଚିତ ହୋଇଥିଲା ।

08 September 2025 03:05 PM IST
Diamond Encrusted Kalash: ହୀରା, ନୀଳା ଖଚିତ କଳସ ଚୋରି କରିଥିବା ଅଭିଯୁକ୍ତ ଧରାପଡିଲା, ଜାଣନ୍ତୁ କେମିତି ନେଇଯାଇଥିଲା

ଅଭିଯୁକ୍ତ ମୁଣିରେ କଳସ ନେଇ ଫେରାର ହୋଇଯାଇଥିଲା । ୭୬୦ ଗ୍ରାମ ସୁନାରେ ତିଆରି ଏହି କଳସରେ ହୀରା, ମାଣିକ ଏବଂ ପାନ୍ନା ସମେତ ପ୍ରାୟ ୧୫୦ ଗ୍ରାମ ମୂଲ୍ୟବାନ ରତ୍ନ ଖଚିତ ହୋଇଥିଲା ।

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ଆଗରେ ଥିବା ପାର୍କରେ ଚାଲିଥିବା ଜୈନ ଧାର୍ମିକ ଆୟୋଜନରୁ କିଛି ଦିନ ତଳେ ଚୋରି ହୋଇଥିବା ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର କଳସ ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏବଂ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ଯେତେବେଳେ ଲାଲକିଲ୍ଲା ପରିସରରେ ଜୈନ ସମୁଦାୟର ଏକ ଧାର୍ମିକ ଆୟୋଜନ ଚାଲିଥିଲା ବେଳେ ଏହି ଚୋରି ହୋଇଥିଲା । ଏହି ମୂଲ୍ୟବାନ କଳସ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରାଯାଇଛି । ଏବଂ ଅଭିଯୁକ୍ତର ଘରେ ପୋଲିସ ରେଡ୍ କରିଛି ।

ଏହି ଅଭିଯୁକ୍ତର ନାଁ ବ୍ରଜଭୂଷଣ। ତା ଘର ଉତ୍ତରପ୍ରଦେଶର ହାପୁଡ଼ରେ । କୁହାଯାଉଛି ଯେ ଏହି ବ୍ୟକ୍ତି ଦିଲ୍ଲୀରେ ଡ୍ରାଇଭର ଭାବେ କାମ କରୁଥିଲା। ଏହି ଚୋରି ୩ ସେପ୍ଟେମ୍ବରରେ ଏକ ପ୍ରାର୍ଥନା ସମାରୋହ ସମୟରେ ହୋଇଥିଲା, ଯେଉଁଥିରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପ୍ରକୃତରେ ଏହି ଚୋରି ଏକ ପ୍ରାର୍ଥନା ସମାରୋହ ସମୟରେ ହୋଇଥିଲା। ଶ୍ରଦ୍ଧାଳୁଙ୍କ ସହିତ ମିଶିବା ପାଇଁ ପାରମ୍ପରିକ ଧୋତି-କୁର୍ତ୍ତା ପିନ୍ଧିଥିବା ଏହି ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲା । ଲୋକସଭା ବାଚସ୍ପତି ଓମ୍ ବିର୍ଲା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବାଚସ୍ପତି ପହଞ୍ଚିବା ସମୟରେ ହୋଇଥିବା ହଟ୍ଟଗୋଳର ଫାଇଦା ଉଠାଇ ଅଭିଯୁକ୍ତ କଳସ ନେଇ ଫେରାର ହୋଇଯାଇଥିଲା। ଏହି କଳସ ୭୬୦ ଗ୍ରାମ ସୁନା ଏବଂ ୧୫୦ ଗ୍ରାମ ହୀରା, ମାଣିକ ଓ ପାନ୍ନାରେ ଖଚିତ ହୋଇଥିଲା । ଏହା ଜୈନ ସଂପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ମହତ୍ତ୍ୱ ରଖିଥିଲା। ଏହି ସମାରୋହ ୨୮ ଅଗଷ୍ଟରୁ ଆରମ୍ଭ ହୋଇ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

ବହୁ ଖୋଜାଖୋଜି ପରେ ମଧ୍ୟ କଳସର ପତ୍ତା ନ ମିଳିବାରୁ କୋତୱାଲୀ ଥାନାରେ ମାମଲା ରୁଜୁ କରାଯାଇଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କିଛି ଦିନ ଧରି ରେକି କରୁଥିଲା ଏବଂ ସନ୍ଦେହରୁ ବଞ୍ଚିବା ପାଇଁ ଆୟୋଜକଙ୍କ ମଧ୍ୟରେ ମିଶି ଯାଇଥିଲା। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ତଦନ୍ତକାରୀ ଅଧିକାରୀ । କଳସ ଚୋରି ପରେ ଅଭିଯୁକ୍ତ ଯେଉଁ ବାଟରେ ଯାଇଥିଲେ ତାହା ଜଣାପଡିଯାଇଥିଲା । ସମାରୋହର ଆୟୋଜକମାନେ କହିଛନ୍ତି ଯେ ଚୋରି ଯୋଗୁଁ ଜୈନ ସଂପ୍ରଦାୟ ବହୁତ ଅସୁବିଧାରେ ପଡ଼ିଛି। ପୁନୀତ ଜୈନ ନାମକ ଜଣେ ଆୟୋଜକ କହିଛନ୍ତି, “ଭୌତିକ ମୂଲ୍ୟ ବ୍ୟତୀତ ଏହି କଳସର ଧାର୍ମିକ ମହତ୍ତ୍ୱ ଅତ୍ୟନ୍ତ ଅଧିକ।”

ଆୟୋଜନ ସମୟରେ ବ୍ୟବସାୟୀ ସୁଧୀର ଜୈନ ପ୍ରତିଦିନ ପୂଜା ପାଇଁ ଏହି କଳସ ଆଣୁଥିଲେ। କଳସ ଚୋରି ଘଟଣା ପରେ ପୋଲିସ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରିଥିଲା। ଏଥିରେ ଜଣେ ସନ୍ଦିଗ୍ଧର ଗତିବିଧି ଜଣାପଡିଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଅନେକ ଦଳ ଗଠନ କରିଥିଲା । ସେ ଏକ ଝୁଲାମୁଣିରେ ଏହି କଳସକୁ ଲୁଚାଇ ନେଇଯାଇଥିଲା ।

Disclaimer: This content has been automatically aggregated from television for informational purposes. To read the original article, please visit television.