Denmark Lost City:ସମୁଦ୍ର ତଳୁ ମିଳିଲା ୮,୫୦୦ବର୍ଷର ସହର, ବୈଜ୍ଞାନିକ ଦେଖି ଆଶ୍ଚର୍ଯ୍ୟ...କହିଲେ ଏହା ହିମଯୁଗର

ବୈଜ୍ଞାନିକମାନେ ଏହି ସ୍ଥାନର ପ୍ରତ୍ୟେକ ଅଂଶକୁ ଭଲ ଭାବେ ନିରୀକ୍ଷଣ କରିଛନ୍ତି । ମିଳିଥିବା ଜିନିଷଗୁଡ଼ିକରୁ ଜଣାପଡ଼ିଛି ଯେ ଏକଦା ଏଠାରେ ମଣିଷ ବସବାସ କରୁଥିଲେ। ଏବେ ପ୍ରତ୍ନତତ୍ତ୍ବବିଦ୍ ମାନେ ସାଗରରେ ଆଉ ୨ଟି ସ୍ଥାନରେ ଖନନ କରିବେ, ଯଦିଓ ଏ

30 August 2025 05:30 PM IST
Denmark Lost City:ସମୁଦ୍ର ତଳୁ ମିଳିଲା ୮,୫୦୦ବର୍ଷର ସହର, ବୈଜ୍ଞାନିକ ଦେଖି ଆଶ୍ଚର୍ଯ୍ୟ...କହିଲେ ଏହା ହିମଯୁଗର

ବୈଜ୍ଞାନିକମାନେ ଏହି ସ୍ଥାନର ପ୍ରତ୍ୟେକ ଅଂଶକୁ ଭଲ ଭାବେ ନିରୀକ୍ଷଣ କରିଛନ୍ତି । ମିଳିଥିବା ଜିନିଷଗୁଡ଼ିକରୁ ଜଣାପଡ଼ିଛି ଯେ ଏକଦା ଏଠାରେ ମଣିଷ ବସବାସ କରୁଥିଲେ। ଏବେ ପ୍ରତ୍ନତତ୍ତ୍ବବିଦ୍ ମାନେ ସାଗରରେ ଆଉ ୨ଟି ସ୍ଥାନରେ ଖନନ କରିବେ, ଯଦିଓ ଏହି କାମ ବେଶ୍ କଷ୍ଟକର ହେବ କାରଣ ସେହି ସ୍ଥାନଗୁଡ଼ିକର ପରିସ୍ଥିତି ବେଶ୍ ଭିନ୍ନ।

ସମୁଦ୍ର ତଳେ ସହର । ତାହା ପୁଣି ଦ୍ବାରିକା ନଗରୀ ଭଳି । ଡେନମାର୍କର ଆରହୁସରେ ସମୁଦ୍ର ତଳେ ଏକ ୮ ହଜାର ବର୍ଷରୁ ଅଧିକ ପୁରୁଣା ସହର ମିଳିଛି। ଏହାକୁ 'ପାଷାଣ ଯୁଗର ଆଟଲାଣ୍ଟିସ' ବୋଲି କୁହାଯାଉଛି। ପ୍ରତ୍ନତତ୍ତ୍ବବିଦ୍ କହୁଛନ୍ତି ଶେଷ ହିମଯୁଗ ସମାପ୍ତ ହେବା ପରେ ଯେତେବେଳେ ବରଫ ତରଳିଲା ଏବଂ ସମୁଦ୍ରର ସ୍ତର ବୃଦ୍ଧି ପାଇଲା, ସେତେବେଳେ ଏହି ସହର ପାଣିରେ ବୁଡ଼ି ଗଲା। ଏହା ବ୍ୟତୀତ ଏଠାରେ ଖନନ କାର୍ଯ୍ୟ ବେଳେ ବୈଜ୍ଞାନିକମାନଙ୍କୁ ପଥର ଓ କାଠରୁ ନିର୍ମିତ ହତିଆର, ପଶୁମାନଙ୍କର ହାଡ଼, ଏବଂ ତୀରର ମୁନ ମିଳିଛି। ଏହା ପ୍ରମାଣ ଦେଉଛି ଯେ ଏକଦା ଏଠାରେ ମାନବ ସମାଜ ବସବାସ କରୁଥିଲା। ବୈଜ୍ଞାନିକମାନେ ଏହି ସ୍ଥାନକୁ ଏକ 'ଟାଇମ କ୍ୟାପସୁଲ' ଭଳି ଦେଖୁଛନ୍ତି।

ବୈଜ୍ଞାନିକମାନେ ପୂର୍ବରୁ ସ୍ଥଳଭାଗରେ ପାଷାଣ ଯୁଗର କିଛି ସହର ଖୋଜି ପାଇଛନ୍ତି, କିନ୍ତୁ ସମୁଦ୍ର ତଳେ ଏପରି ସହରର ସନ୍ଧାନ ପ୍ରଥମ ଥର ପାଇଁ ହୋଇଛି। ସେମାନଙ୍କର ମତ ହେଉଛି ଯେ, ସମୁଦ୍ରରେ ଆହୁରି ଅନେକ ସୂଚନା ମିଳିପାରେ ଯେପରିକି- ମାଛ ଧରିବା ହତିଆର, କାରଣ ସେମାନଙ୍କର ଖାଦ୍ୟ ମାଛ ଉପରେ ନିର୍ଭରଶୀଳ ଥିଲା।

ପିଟର ଏଷ୍ଟ୍ରପଙ୍କ ମତରେ, ପାଣି ତଳେ ଅକ୍ସିଜେନ ନଥିବା କାରଣରୁ ଏପର୍ଯ୍ୟନ୍ତ ସବୁକିଛି ସୁରକ୍ଷିତ ରହିଛି। ଏଠାରେ କାଠ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ମିଳିଛି, ଯାହାଦ୍ୱାରା ଜଣାପଡ଼ୁଛି ଯେ ସେମାନେ କ’ଣ ତିଆରି କରୁଥିଲେ ଏବଂ ଖାଉଥିଲେ।

ବାଲ୍ଟିକ ଏବଂ ଉତ୍ତର ସାଗରରେ ବୈଜ୍ଞାନିକମାନେ ତଳ ଅଞ୍ଚଳର ମାନଚିତ୍ର ତିଆରି କରିବା ପାଇଁ ୬ ବର୍ଷର ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ କାମ କରୁଛନ୍ତି, ଯେଉଁଥିରେ ପ୍ରାୟ ୧୫.୫ ମିଲିୟନ ଡଲାର ଖର୍ଚ୍ଚ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଉତ୍ତର ଇଉରୋପରେ ସମୁଦ୍ରରେ ବୁଡ଼ିଯାଇଥିବା ସ୍ଥାନଗୁଡ଼ିକୁ ଖୋଜିବା ଏବଂ ପାଷାଣ ଯୁଗର ସହର ଗୁଡ଼ିକ ବିଷୟରେ ଜାଣିବା ।

ଏହି ବର୍ଷ ଗ୍ରୀଷ୍ମରେ, ସନ୍ଧାନକାରୀମାନେ ଆରହୁସ ନିକଟରେ ସମୁଦ୍ରରେ ୨୬ ଫୁଟ ତଳକୁ ଯାଇ ସର୍ଚ୍ଚ କରିଥିଲେ । ସେମାନେ ବୁଡ଼ିଥିବା ଜିନିଷଗୁଡ଼ିକୁ ସଂଗ୍ରହ କରିବା ପାଇଁ ପାଣି ତଳେ ବ୍ୟବହୃତ ହେଉଥିବା ଭ୍ୟାକୁମର ସାହାଯ୍ୟ ନେଇଥିଲେ।

ବୈଜ୍ଞାନିକମାନେ ଏହି ସ୍ଥାନର ପ୍ରତ୍ୟେକ ଅଂଶକୁ ଭଲ ଭାବେ ନିରୀକ୍ଷଣ କରିଛନ୍ତି । ମିଳିଥିବା ଜିନିଷଗୁଡ଼ିକରୁ ଜଣାପଡ଼ିଛି ଯେ ଏକଦା ଏଠାରେ ମଣିଷ ବସବାସ କରୁଥିଲେ। ଏବେ ପ୍ରତ୍ନତତ୍ତ୍ବବିଦ୍ ମାନେ ସାଗରରେ ଆଉ ୨ଟି ସ୍ଥାନରେ ଖନନ କରିବେ, ଯଦିଓ ଏହି କାମ ବେଶ୍ କଷ୍ଟକର ହେବ କାରଣ ସେହି ସ୍ଥାନଗୁଡ଼ିକର ପରିସ୍ଥିତି ବେଶ୍ ଭିନ୍ନ। କିନ୍ତୁ ବୈଜ୍ଞାନିକମାନଙ୍କୁ ଆଶା ଅଛି ଯେ ସମୁଦ୍ର ତଟରେ ପରିବର୍ତ୍ତନ ହେଲେ ଲୋକମାନେ କିପରି ନିଜକୁ ଖାପଖୁଆଇଲେ ସେନେଇ ଅନେକ ତଥ୍ୟ ମିଳିବ । ବିଶ୍ୱବ୍ୟାପୀ ସମୁଦ୍ର ସ୍ତର ବୃଦ୍ଧି ପାଉଥିବାରୁ ଏପରି ତଥ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇପାରେ।

Disclaimer: This content has been automatically aggregated from television for informational purposes. To read the original article, please visit television.