Delivery Agent Arrested: ମହିଳାଙ୍କ ଘରେ ପଶି କଲା ଏମିତି କାଣ୍ଡ କଲା ଫ୍ଲିପକାର୍ଟ ଡେଲିଭରି ବୟ, ବାନ୍ଧିଲା ପୋଲିସ

Jul 12, 2026 - 16:12
Delivery Agent Arrested: ମହିଳାଙ୍କ ଘରେ ପଶି କଲା ଏମିତି କାଣ୍ଡ କଲା ଫ୍ଲିପକାର୍ଟ ଡେଲିଭରି ବୟ, ବାନ୍ଧିଲା ପୋଲିସ

ବେଙ୍ଗାଲୁରୁରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ। ଜଣେ ଡେଲିଭରି ଏଜେଣ୍ଟ ଘରେ ପଶି ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ମହିଳାଙ୍କ ଅଭିଯୋଗ ଅନୁସାରେ, ଡେଲିଭରି ଏଜେଣ୍ଟ ପାର୍ସଲ ଦେବାକୁ ଆସି ଶୌଚାଳୟ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ମହିଳା ମନା କରିଥିଲେ ମଧ୍ୟ ସେ ଜବରଦସ୍ତି ଘର ଭିତରକୁ ପଶିଯାଇଥିଲା।

ଅଭିଯୋଗ ଅନୁଯାୟୀ, ଶୌଚାଳୟରୁ ବାହାରିବା ପରେ ଡେଲିଭରି ଏଜେଣ୍ଟ ମହିଳାଙ୍କ ସାମ୍ନାରେ ଅଶ୍ଳୀଳ ଆଚରଣ କରିଥିଲା। ଘଟଣା ପରେ ମହିଳା ଭୟଭୀତ ହୋଇପଡ଼ିଥିବା କହିଛନ୍ତି।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଅଭିଯୁକ୍ତର ନାଁ ବିଜୟ ମଲ୍ଲିକାର୍ଜୁନ କାମତ ବୋଲି ଜଣାପଡ଼ିଛି।

ଘଟଣା ପରେ ଫ୍ଲିପକାର୍ଟ ପକ୍ଷରୁ ବୟାନ ଜାରି କରାଯାଇଛି। ସମ୍ପୃକ୍ତ ଡେଲିଭରି ଏଜେଣ୍ଟକୁ ଚାକିରିରୁ ବରଖାସ୍ତ କରାଯାଇଛି। କମ୍ପାନୀ ପୋଲିସ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିବା କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।