Delhi Sets Up Fast-Track Court for Paper Leak: ପ୍ରଶ୍ନପତ୍ର ଲିକ୍ ମାମଲା, ଦିଲ୍ଲୀରେ ଗଠନ ହେଲା ଫାଷ୍ଟ ଟ୍ରାକ୍ କୋର୍ଟ

Jul 24, 2026 - 09:06
Delhi Sets Up Fast-Track Court for Paper Leak: ପ୍ରଶ୍ନପତ୍ର ଲିକ୍ ମାମଲା, ଦିଲ୍ଲୀରେ ଗଠନ ହେଲା ଫାଷ୍ଟ ଟ୍ରାକ୍ କୋର୍ଟ

ପ୍ରଶ୍ନପତ୍ର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପରିସରରେ ଏକ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ହୋଇଛି। Public Examinations Act, 2024 ସମ୍ପର୍କିତ ସମସ୍ତ ମାମଲା ଏହି ଅଦାଲତକୁ ସ୍ଥାନାନ୍ତର କରାଯିବ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତିସ୍ ହଜାରି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରର ଜଜ୍ ଅନୁ ଗ୍ରୋଭର ବାଲିଗାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ସ୍ପେଶାଲ୍ ଜଜ୍ ଭାବେ ଫାଷ୍ଟ ଟ୍ରାକ୍ କୋର୍ଟରେ ନିଯୁକ୍ତ ମିଳିଛି।

ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଅରୁଣ ଭରଦ୍ୱାଜଙ୍କ ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନ୍ୟାୟାଧୀଶ ରାଉଜ ଆଭେନ୍ୟୁ କୋର୍ଟର ପ୍ରିନ୍ସିପାଲ୍ ଡିଷ୍ଟ୍ରିକ୍ଟ ଏବଂ ସେସନ୍ସ ଜଜ୍-କମ୍-ସ୍ପେଶାଲ୍ ଜଜ୍ଙ୍କ ଅଧୀନରେ କାର୍ଯ୍ୟ କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ପେପର ଲିକ୍ ଭଳି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ଦେବା ପାଇଁ ସରକାର ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। NEET-UG ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଗତ ମାସ ଧରି ନୂଆଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି।...

ପ୍ରଶ୍ନପତ୍ର ଲିକ୍ ମାମଲା
ଦିଲ୍ଲୀରେ ଗଠନ ହେଲା ଫାଷ୍ଟ ଟ୍ରାକ୍ କୋର୍ଟ
ରାଉଜ ଆଭେନ୍ୟୁରେ ସ୍ପେଶାଲ୍ ଜଜ୍ ନିଯୁକ୍ତ
ଜଷ୍ଟିସ୍ ଅନୁ ଗ୍ରୋଭର ବାଲିଗା ହେଲେ ସ୍ପେଶାଲ୍ ଜଜ୍
ରାଉଜ ଆଭେନ୍ୟୁ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି 
ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜନ୍ତର ମନ୍ତରରେ ଚାଲିଛି ପ୍ରତିବାଦ
ଫାଷ୍ଟ ଟ୍ରାକ୍ କୋର୍ଟରେ ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।