Delhi School Buildings Found Unsafe: ଦିଲ୍ଲୀର ୧୦୮ଟି ସ୍କୁଲ କୋଠା ଅସୁରକ୍ଷିତ
"ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରକାର ଶିଶୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୁଣା ଏବଂ ଜୀର୍ଣ୍ଣ ବିଦ୍ୟାଳୟ କୋଠା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ, ସରକାର ୧୦୮ଟି ସରକାରୀ ଏବଂ ସହାୟତାପ୍ରାପ୍ତ ବିଦ୍ୟାଳୟ କୋଠାକୁ ଅସୁରକ୍ଷିତ ଘୋଷଣା କରିଛନ୍ତି।
ଏହି କୋଠାଗୁଡ଼ିକ ମଧ୍ୟରୁ ଅନେକ ଏତେ ପୁରୁଣା ଯେ ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।Advertisment ସରକାର ସମସ୍ତ ପୁରୁଣା ସ୍କୁଲର ଏକ ଷ୍ଟ୍ରକଚରାଲ ଅଡିଟ୍ ନିର୍ଦ୍ଦେଶ ଦେଇଛନ୍ତି।
ଭାଙ୍ଗିରୁଜି ଯାଇଥିବା ୫୪ଟି କୋଠାର ଅଡିଟ୍ ସମାପ୍ତ ହେବା ପରେ ହିଁ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହେବ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ପିଲାମାନଙ୍କ ଜୀବନ ସହିତ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ।
ମୃତ୍ୟୁ ପୂର୍ବରୁ ପରିବାରକୁ ଶେଷ ମେସେଜ୍ କରିଥିଲେ ପୁଣେର ମେରାଇନ୍ ଇଞ୍ଜିନିୟର ହେରମ୍ବ ୭ କୋଠାକୁ ତୁରନ୍ତ ଭାଙ୍ଗିବାକୁ ଅନୁମୋଦନ ସରକାର ସାତଟି ସ୍କୁଲ କୋଠାକୁ ତୁରନ୍ତ ଭାଙ୍ଗିବା ପାଇଁ ଅନୁମୋଦନ କରିଛନ୍ତି।
ଏହି କୋଠାଗୁଡ଼ିକ ଆଗାମୀ କିଛି ମାସ ମଧ୍ୟରେ ଭଙ୍ଗାଯିବ।
ଏହି କୋଠାଗୁଡ଼ିକ ସୁରକ୍ଷା ମାନଦଣ୍ଡକୁ ସମ୍ପୂର୍ଣ୍ଣ ପୂରଣ କରି ଆଧୁନିକ ଭୂମିକମ୍ପ -ପ୍ରତିରୋଧୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଜିପ୍ଲସ୍-୪ ସ୍କୁଲ କୋଠା ନିର୍ମାଣ କରାଯିବ।
ନିର୍ମାଣ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ।
ଦିଲ୍ଲୀ ସରକାର ୨୭ଟି ଖାଲି ସରକାରୀ ଜମିରେ ନୂତନ ସ୍କୁଲ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି।
ଏହି ନୂତନ ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ୍, ଖେଳ ପଡ଼ିଆ, ପାଠାଗାର ଏବଂ ପ୍ରୟୋଗଶାଳା ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ।
ସରକାରଙ୍କ ଲକ୍ଷ୍ୟ ହେଉଛି ଭବିଷ୍ୟତରେ ଦିଲ୍ଲୀର ପ୍ରତ୍ୟେକ ପିଲାଙ୍କୁ ସୁରକ୍ଷିତ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।