Delhi Protest Turns Violent: ଆନ୍ଦୋଳନର ହିଂସାତ୍ମକ ରୂପ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Jul 25, 2026 - 10:23
Delhi Protest Turns Violent: ଆନ୍ଦୋଳନର ହିଂସାତ୍ମକ ରୂପ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀରେ ହୋଇଥିବା CJP ପ୍ରତିବାଦକୁ ନେଇ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ କେତେକ ଯୁବକ ଦିଲ୍ଲୀ ପୋଲିସ ଉପରକୁ ପଥରମାଡ଼ କରୁଥିବା, ପୋଲିସ ବ୍ୟାରିକେଡ୍ ଭାଙ୍ଗୁଥିବା ଏବଂ ଆଇନଶୃଙ୍ଖଳା ବାହିନୀ ସହ ଧସ୍ତାଧସ୍ତି କରୁଥିବା ଦେଖାଯାଉଛି। 

କିଛି ଭିଡିଓରେ ପୋଲିସ ଓ ଅନ୍ୟାନ୍ୟ ସରକାରୀ ଗାଡ଼ିର କାଚ ଭାଙ୍ଗିବା, ଗାଡ଼ି ଉପରେ ଚଢ଼ି ଭଙ୍ଗାରୁଜା କରିବା ଓ ରାସ୍ତାରେ ପଥର ଏବଂ ଭଙ୍ଗା କାଚ ବିଛାଇ ପଡ଼ିଥିବା ଦୃଶ୍ୟ ମଧ୍ୟ ରହିଛି। ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପ୍ରତିବାଦକାରୀମାନେ ବ୍ୟାରିକେଡ୍ ଭାଙ୍ଗି ସଂସଦ ଅଭିମୁଖେ ଅଗ୍ରସର ହେଉଥିବା, ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଥିବା ଏବଂ ସାଧାରଣ ଲୋକଙ୍କ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦାବି ମଧ୍ୟ ସାମ୍ନାକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।