Death: ଶୌଚ ହେବାକୁ ଯାଇ ବୁଡ଼ିଗଲେ ଯୁବକ
"ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗ୍ରାମର ଜଣେ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଏହି ଗ୍ରାମର ସୁଶାନ୍ତ ପ୍ରଧାନ ସକାଳେ ଶୌଚ ହେବାକୁ ଘର ନିକଟରେ ଥିବା ପୋଖରୀକୁ ଯାଇଥିଲେ।
ସେଠାରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲେ।Advertisment ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ସୋର ଅଗ୍ନିଶମ ବିଭାଗ ସହଯୋଗରେ ପୋଖରୀ ମଧ୍ୟରୁ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Puri Rathayatra: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ସଅଳ ଚାଲିଛି ନୀତିକାନ୍ତି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।