Deadly Truck-Van Collision Kills Seven: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ

Jun 26, 2026 - 11:49
Deadly Truck-Van Collision Kills Seven: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ

ଝାଡ଼ଖଣ୍ଡ ରାମଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଏବଂ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାମଗଡ଼ ଜିଲ୍ଲାର ରାଜରପ୍ପା ଥାନା ଅଞ୍ଚଳର ଲାରି ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ଟ୍ରକରେ କୋଇଲାରେ ଲୋଡ୍ ହୋଇଥିବା ଜଣାପଡିଛି। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରି ପୋଲିସକୁ ଖବର ଦେଇଥିଲେ।

ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ରାମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପ୍ରଶାସନ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରୁଛି। ରାମଗଡ଼-ବୋକାରୋ ଜାତୀୟ ରାଜପଥ ୨୩ ରେ ଏହି ଦୁର୍ଘଟଣା ଘଟିଛି। ଗ୍ରାମବାସୀଙ୍କ ଅବରୋଧ ଯୋଗୁଁ ବ୍ୟାପକ ଟ୍ରାଫିକ ଜାମ୍ ହୋଇଥିଲା, ଫଳରେ ଯାନବାହାନର ଲମ୍ବା ଧାଡ଼ି ଲାଗି ରହିଥିଲା।