Dead Leopard Found: ଗଛରେ ମୃତ କଲରାପତରିଆ ବାଘ, ଝୁଲନ୍ତା ଅବସ୍ଥାରେ ଠାବ
"କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଦୃଶ୍ୟ।
ଏକ କଲରା ପତରିଆ ବାଘକୁ ମାରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି।
କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗ୍ରାମ ନିକଟ ପାହାଡ଼ ତଳେ ଥିବା ଏକ କ୍ରସର ନିକଟରେ ଏହି ମୃତ କଲରାପତରିଆ ବାଘକୁ ଦେଖିବାକୁ ମିଳିଛି ।
ବାଘଟି ଏକ ଗଛରେ ଝୁଲିଥିବା ଅବସ୍ଥାରେ ଥିଲା ।
ତେବେ କିଏ ଏବଂ କାହିଁକି ବାଘକୁ ମାରି ଗଛରେ ଝୁଲାଇଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Advertisment ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଓ ପୋଲସରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ବାଘର ମୃତ୍ୟୁର କାରଣ ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି ।
ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।
Temple Theft: ପଶ୍ଚିମା ଶମ୍ଭୁ ମହାଦେବ ମନ୍ଦିରରେ ବଡ଼ ଧରଣର ଚୋରି, ୧୫ କିଲୋ ରୁପା ସିଂହାସନ ସହ ହୁଣ୍ଡି ଲୁଟ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।