Dam construction: ୧୨ ବର୍ଷରେ ବନ୍ଧ ନିର୍ମାଣ: ମରାମତି ଖର୍ଚ୍ଚ ୬୦୦ କୋଟି, ତଥାପି ବୈତରଣୀ, କାଣୀରେ ୨୦ ଘାଇ, ୧୪ ଜୀବନହାନି
ଦଶରଥପୁର: ବୈତରଣୀ ଓ ଶାଖା କାଣୀନଦୀ ଦଶରଥପୁର ବ୍ଲକ୍ବାସୀଙ୍କ ଦୁଃଖର କାରଣ ପାଲଟିଛି। ଗତ ୧୨ ବର୍ଷ ମଧ୍ୟରେ ଏହି ଦୁଇ ନଦୀରେ ୨୦ଟି ଘାଇ ହୋଇଛି। ବୈତରଣୀ ନଦୀରେ ୧୭ଟି ଘାଇ ହୋଇଥିବା ବେଳେ କାଣୀ ନଦୀରେ ୩ଟି ଘାଇ ସୃଷ୍ଟି ହୋଇଛି। ଶହ ଶହ ଲୋକଙ୍କ ଘର, ଚାଷବାସ ଉଜାଡ଼ିଛି। ବନ୍ୟାରେ ଭାସିଯାଇ ୧୪ ଜଣଙ୍କର ଜୀବନହାନି ଘଟିଛି। ପ୍ରତିବର୍ଷ ବନ୍ୟା କାରଣରୁ ହଜାର ହଜାର ହେକ୍ଟର ଚାଷଜମିର ଫସଲ ନଷ୍ଟ ହୋଇଛି, ଯଦିଓ ବନ୍ୟା ନିରାକରଣ ପାଇଁ ସରକାର ଅର୍ଥର ଅଭାବ ରଖିନାହାନ୍ତି। ଏକ ଆକଳନ ଅନୁସାରେ କେବଳ ଦଶରଥପୁର ବ୍ଲକ୍ ଅଞ୍ଚଳରେ ଉଭୟ ନଦୀରେ ବନ୍ଧ ନିର୍ମାଣ, ବନ୍ଧ ସମ୍ପ୍ରସାରଣ, ବାଲିବସ୍ତା, ପଥର ପ୍ୟାକିଂ, ଗାର୍ଡୱାଲ୍, ବନ୍ଧ ମରାମତି ଆଦି କାର୍ଯ୍ୟରେ ପାଣି ଭଳି ଟଙ୍କା ବୁହାଯାଇଛି। ଏ ବାବଦରେ ଜଳସଂପଦ ବିଭାଗ ପାଖାପାଖି ୬୦୦ କୋଟି ଟଙ୍କା ଏହି ୧୨ ବର୍ଷ ଭିତରେ ଖର୍ଚ୍ଚ କରିଛି। ତେବେ ବିପୁଳ ଖର୍ଚ୍ଚ ସତ୍ତ୍ବେ ସାମାନ୍ୟ ବର୍ଷାରେ ବନ୍ଧ ଧୋଇଯିବା ଏବଂ ବନ୍ୟାରେ ଏକାଧିକ ଜାଗାରେ ଘଳିଆ ସୃଷ୍ଟି ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ସରକାରୀ ତହବିଲରୁ ଅର୍ଥ ହରିଲୁଟ କରିବା ଏଥିରୁ ସ୍ପଷ୍ଟ। ନିର୍ମାଣ କାମରେ ଠିକାଦାର, ଯନ୍ତ୍ରୀ ଲାଭବାନ ହେଉଥିବା ବେଳେ ସାଧାରଣ ଜନତା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟଜନିତ ସମସ୍ୟା ଭିତରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛନ୍ତି।
Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ
ସୂଚନା ଅନୁସାରେ, ୨୦୨୬ ଜୁଲାଇ ୨୯ରେ ତରପଦା ପଞ୍ଚାୟତ ଡୋଭାବିଲରେ ୧୦୦ ଫୁଟ, ପାଟଣାଠାରେ ୮୦ ଫୁଟର ୨ଟି ଘାଇ, ୨୦୨୬ ଜୁଲାଇ ୬ରେ କଣ୍ଟପଡ଼ାଠାରେ ୮୦ ଫୁଟ ଓ ୪୦ ଫୁଟର ଦୁଇଟି ଘାଇ ହୋଇଛି। ସେହିଭଳି ୨୦୨୫ ଅଗଷ୍ଟ ୨୪ରେ କସପା ପଞ୍ଚାୟତ ଅହିୟାସ ଦରଘା ନିକଟରେ ୧୭୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୨୦୨୩ ଜୁଲାଇ ୧୭ରେ କଣ୍ଟପଡ଼ାଠାରେ ୫୦ ଫୁଟର ଘାଇ, କଷପା ପଞ୍ଚାୟତ ବ୍ରହ୍ମଚାରୀପାଟଣାରେ ୧୫ ଅଗଷ୍ଟ ୨୦୨୨ରେ ୧୫୦ ଫୁଟର ଘାଇ, ୨୦୨୧ରେ କଷପା ପଞ୍ଚାୟତ ପଲ୍ଲାସାହିଠାରେ ୫୦ ଫୁଟ ଘାଇ, କଣ୍ଟପଡ଼ାଠାରେ ୩ଟି ଘାଇ, ୨୨ ଅଗଷ୍ଟ ୨୦୨୦ରେ ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ାଠାରେ ୫୦ ଫୁଟର ଘାଇ, ୮ ସେପ୍ଟେମ୍ବର ୨୦୧୯ରେ କଣ୍ଟପଡ଼ାରେ ୫୦ ଫୁଟର ଘାଇ, ୨୪ ଜୁଲାଇ ୨୦୧୮ରେ କଣ୍ଟପଡ଼ାରେ ଘାଇ, ୨୯ ଜୁଲାଇ ୨୦୧୫ରେ କଷପା ପଞ୍ଚାୟତ ପଞ୍ଚପଡ଼ାରେ ୮୦ ଫୁଟ ଓ କଣ୍ଟପଡ଼ାରେ ୪୦ ଫୁଟର ଘାଇ, ୨୦୧୪ରେ ମଧ୍ୟ କଣ୍ଟପଡ଼ାରେ ୪୦ ଫୁଟର ଘାଇ ଏବଂ ୨୦୧୧ରେ କଷାପା ପଞ୍ଚାୟତ ବ୍ରହ୍ମଚାରୀପାଟଣାରେ ୧୫୦ ଫୁଟର ଘାଇ ହୋଇଥିଲା।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ
ସେହିପରି ବୈତରଣୀ ନଦୀର ଜୟନ୍ତରା ମହାପାତ୍ର ସାହି ଘେରିବନ୍ଧରେ ୧୦୦ ଫୁଟର ଘାଇ, ଦତ୍ତପୁରଠାରେ ୨୭ ଅଗଷ୍ଟ ୨୦୨୦ରେ ୩୦୦ ଫୁଟର ଘାଇ, ୨୨ ଜୁଲାଇ ୨୦୧୪ରେ ବୈତରଣୀ ନଦୀର ଦଶରଥପୁର ପଞ୍ଚାୟତ ପାଟପୁରଠାରେ ପ୍ରାୟ ୨ ହଜାର ଫୁଟର ଘାଇ ହୋଇଥିଲା। ବୈତରଣୀ ଓ କାଣୀନଦୀରେ ଘାଇ ହେବା ଫଳରେ ଜୟନ୍ତରା, କଟିକଟା, କଷପା, ତରପଦା, ମଲ୍ଲିକାପୁର, ଛଚିଣା, କନିକାପଡ଼ା, ଦୁଦୁରାଅନ୍ତା, ଦତ୍ତପୁର, ନିଜାମପୁର, ଶୁଶୁଆ, ମଙ୍ଗଳପୁର, ଖାନନଗର, କମାରଡିହି, କୟାଁ, ଥାଲକୁଡ଼ି, ବିରିପଟା, ପାଲଟପୁର, ଜାଫରପୁର ଆଦି ପଞ୍ଚାୟତ ବାରମ୍ବାର ପ୍ରଭାବିତ ହୋଇ ଚାଷବାସ, ଧନଜୀବନ ନଷ୍ଟ ହେଉଛି। ବନ୍ଧ ସୁରକ୍ଷା ନାଁରେ ଏତେ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜଳସଂପଦ ବିଭାଗର ନିର୍ମାଣ କାମର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।