Daisy Shah:ମୋର କୌଣସି ପୁରୁଷର ଆବଶ୍ୟକତା ନାହିଁ...ଏଭଳି କାହିଁକି କହିଲେ ବଲିଉଡ ଅଭିନେତ୍ରୀ ?
ମୋର କୌଣସି ପୁରୁଷର ଆବଶ୍ୟକତା ନାହିଁ। ମୁଁ ମୋ ଜୀବନକୁ ସେହିପରି ସେଟ୍ କରିଦେଇଛି। ମୁଁ ନିଜକୁ ଆର୍ଥିକ ଭାବରେ ସମ୍ପୂର୍ଣ୍ଣ ସୁରକ୍ଷିତ କରିପାରିଛି। ମତେ କମପ୍ଲିଟ୍ କରିବା ପାଇଁ କେହି ଦରକାର ନାହିଁ। କାରଣ ମୁଁ ନିଜେ ବହୁତ ଭଲ କାମ କରୁଛି।”
ମୋର କୌଣସି ପୁରୁଷର ଆବଶ୍ୟକତା ନାହିଁ। ମୁଁ ମୋ ଜୀବନକୁ ସେହିପରି ସେଟ୍ କରିଦେଇଛି। ମୁଁ ନିଜକୁ ଆର୍ଥିକ ଭାବରେ ସମ୍ପୂର୍ଣ୍ଣ ସୁରକ୍ଷିତ କରିପାରିଛି। ମତେ କମପ୍ଲିଟ୍ କରିବା ପାଇଁ କେହି ଦରକାର ନାହିଁ। କାରଣ ମୁଁ ନିଜେ ବହୁତ ଭଲ କାମ କରୁଛି।” ଏମିତି ମତ ରଖିଛନ୍ତି ସଲମାନ ଖାନଙ୍କ୍ ହିରୋଇନ୍।
“ମୋର କୌଣସି ପୁରୁଷର ଆବଶ୍ୟକତା ନାହିଁ। ମୁଁ ମୋ ଜୀବନକୁ ସେହିପରି ସେଟ୍ କରିଦେଇଛି। ମୁଁ ନିଜକୁ ଆର୍ଥିକ ଭାବରେ ସମ୍ପୂର୍ଣ୍ଣ ସୁରକ୍ଷିତ କରିପାରିଛି। ମତେ କମପ୍ଲିଟ୍ କରିବା ପାଇଁ କେହି ଦରକାର ନାହିଁ। କାରଣ ମୁଁ ନିଜେ ବହୁତ ଭଲ କାମ କରୁଛି।”ଏମିତି ଖୁଲୁମଖୁଲା ମତ ରଖିଛନ୍ତି ସଲମାନ ଖାନଙ୍କ୍ ହିରୋଇନ୍ ଡେଜି ଶାହା। ଅଭିନେତ୍ରୀ ଅଛନ୍ତି ଯିଏ ୪୦ ବର୍ଷରେ ପହଞ୍ଚିଥିବା ଡେଜି ବିବାହ ଚାପରେ ନିଜ ଅଣ୍ଡାକୁ ଫ୍ରିଜ୍ କରିଛନ୍ତି।
ଏକ ସାକ୍ଷାତକାରରେ ଡେଜି କହିଛନ୍ତି – “ମୋ ବାପାଙ୍କ ମୃତ୍ୟୁ ପରେ, ମୋ ଜୀବନରେ ଯିଏ ବି ଆସିଲେ ତାଙ୍କୁ ଲାଗୁଥିଲା, ସେ ହିଁ ଆମ ପରିବାରର ପୁରୁଷ। ଅନ୍ୟପକ୍ଷରେ, ମୋ ଭଉଣୀର ସ୍ୱାମୀ ମଧ୍ୟ ସବୁବେଳେ ଭାବୁଥିଲେ ଯେ ସେ ହିଁ ଏକମାତ୍ର ପୁରୁଷ ଯିଏ ଆମ ପରିବାରର ସମସ୍ତ ନିଷ୍ପତ୍ତି ନେବେ। କିନ୍ତୁ ମୁଁ ଭାବୁଥିଲି, ନା, ମୁଁ ହିଁ ମୋ ପରିବାରର ପୁରୁଷ, ତୁମେ ନୁହେଁ।”
ଡେଜିଙ୍କ କହିବା କଥା, ତାଙ୍କୁ ମଧ୍ୟ ବିବାହ କରିବାକୁ ବାଧ୍ୟ କରାଯାଉଥିଲା। ସମସ୍ତେ ତାଙ୍କ ପଛରେ ପଡିଥିଲେ, ଆଉ କହୁଥିଲେ 'ବିବାହ କର, ବିବାହ କର। ଏହାକୁ ନେଇ ସେ କହିଛନ୍ତି - କେବଳ ମୋର ବଡ଼ ବାପା, ଯିଏ ମୋ ମାଆ ଆଉ ଭଉଣୀଙ୍କୁ ଚୁପ୍ କରିଥିଲେ।
ଡେଜି କୁହନ୍ତି - ମୋ ବଡ଼ ବାପା କହୁଥିଲେ, 'ଝିଅଟି ସ୍ୱାଧୀନ, ଭଲ ଭାବରେ ସେଟଲ୍ ବି, ସେ ଆଉ କେତେ ସେଟଲ୍ ହେବ? ସେ କ’ଣ ପୁଅ ଆସିବା ପରେ ସେଟଲ୍ ହେବ କି?' ତାଙ୍କ ଯୋଗୁଁ ହିଁ ବିବାହ ପାଇଁ ମୋ ଉପରେ ଚାପ ପକାଇବାକୁ କାହାରି ସାହସ ନଥିଲା। ଏବେ ମୋ ମାଆ ମଧ୍ୟ କହୁଛନ୍ତି - ବିବାହ କରିବାରେ ଅଛି ତ କର, ନ ହେଲେ ନାହିଁ, କିଛି ଅସୁବିଧା ନାହିଁ।
ଏହା ପରେ ବିବାହକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଡେଜି ଓ ଆଜିକାଲିର ବୈବାହୀକ ଜୀବନକୁ ଦେଖି ବିବାହ କରିବାକୁ ତାଙ୍କର ଇଛା ନଥିବା କୁହନ୍ତି। ତେବେ ଡେଜି ସିନା ବିବାହ କରିବାକୁ ଇଛା କରୁ ନାହାନ୍ତି, ହେଲେ ସେ ତାଙ୍କ ଲିଗାସୀକୁ ନେଇ ଚିନ୍ତିତ। କାଳେ ଭବିଷ୍ୟତରେ ପିଲା ଚାହିବେ ସେଥିପାଇଁ ସେ ତାଙ୍କ ଏଗ୍କୁ ଫ୍ରିଜ୍ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
