Daily Horoscope 4th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ଶାରୀରିକ ସମସ୍ୟା ଦୂର ହେବ। ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହେବ। ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ।
ଦ୍ୱିଜା- ବ୍ୟବସାୟରେ ଅନୁକୂଳ ବାତାବରଣ ଆସିବା ସହିତ ଧନ ବୃଦ୍ଧି ହୋଇପାରେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ମହିଳାମାନେ ତିରସ୍କୃତ ହୋଇପାରନ୍ତି।
କୃତିକା- ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। କୋର୍ଟରେ ଶୁଭ ଫଳ ପାଇବେ। ମହିଳାମାନେ ନିରାଶବାଦୀ ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ।
ବୃଷ-
କୃତିକା- ପିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ପରିବହନରେ ଉନ୍ନତି କରି ଋଣମୁକ୍ତ ହେବାର ସୂଚନା ରହିଛି। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ବିତର୍କ ଘଟିପାରେ।
ରୋହିଣୀ- ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି । ସଙ୍ଗୀତ, ନୃତ୍ୟ, କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମୃଗଶିରା- ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ଘରକୁ ଭଲ ଭଲ ଜିନିଷ କିଣିବା ସକାଶେ ମନ ବଳାଇବେ। ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
ମିଥୁନ-
ମୃଗଶିରା- ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁ କାମ କରିବେ ସେଥିରେ ସଫଳତା ହାସଲ କରିବେ। ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ।
ଆଦ୍ରା- କର୍ମକ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପିଲାମାନେ ରୋଗାକ୍ରାନ୍ତ ହେବେ।
ପୁନର୍ବସୁ- ମାଲିମକଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ। ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ। ମହିଳାମାନେ ଧର୍ମପାରାୟଣ ରହିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ।
କର୍କଟ-
ପୁନର୍ବସୁ- ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ। ବନ୍ଧୁବାନ୍ଧବରେ ସମସ୍ୟାର ସମାଧାନ ରାସ୍ତା ଖୋଜି ପାଇବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ପୁଷ୍ୟା- ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ। ଅତ୍ୟଧିକ ପରିଶ୍ରମ କରି କର୍ମକ୍ଷେତ୍ରକୁ ସାମାନ୍ୟ କରିବେ।
ଅଶ୍ଲେଷା- ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ। କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଭୁବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ।
ସିଂହ-
ମଘା- ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ। କର୍ମକ୍ଷେତ୍ରରେ ବିଫଳତା ଦେଖା ଦେଇପାରେ। ହଠାତ କୈାଣସି ଖୁସି ଖବର ପାଇବେ।
ପୂ,ଫାଲଗୁନି- ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ଅହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଅର୍ଜିତ ଧନ ଓ ମାନ ହରାଇବେ। ପିଲାମାନେ ସାଧାରଣ ଭାବେ ଉନ୍ନତି କରିବେ।
ଉ,ଫାଲଗୁନି- କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ। ମହିଳାମାନେ ସନ୍ତାନଙ୍କ ଚିନ୍ତାରେ ରହିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ।
କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ।
ହସ୍ତା- ଆଜିର ଅଫିସ୍ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ସରକାରୀ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ଚିତ୍ରା- କଚେରି ମାମଲାରେ ବିଜୟୀ ହେବେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ। ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ।
ତୁଳା-
ଚିତ୍ରା- ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ। ଆୟ ବଢ଼ିବାରେ ବାଧା ଉପୁଜିବ। ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ସ୍ୱାତୀ- ଛାତ୍ରଛାତ୍ରୀମାନେ ପଢ଼ାରେ ଏକାଗ୍ରତା ରକ୍ଷା କରି କୃତକାର୍ଯ୍ୟ କରିବେ। ରାଜନୀତିରେ ବଡ଼ ଦାୟିତ୍ୱ ତୁଲାଇବେ। ରହିଯାଇଥିବା କାମକୁ ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି।
ବିଶାଖା- ଜମି ମାମଲା ତୁଟି ଯିବ। ମହିଳାମାନେ ସୁଗୁଣ ହେବେ। କ୍ରୀଡ଼ା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ।
ବିଛା-
ବିଶାଖା- କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭର ମାତ୍ରା କମିଯିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ନିଜ ଲୋକଙ୍କ ସହିତ ମତାନ୍ତର, ମନାନ୍ତର ଦେଖାଦେବ।
ଅନୁରାଧା- ଆର୍ଥିକ ଓ ପାରିବାରିକ ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ।
ଜ୍ୟେଷ୍ଠା- ଖଳଲୋକଙ୍କ କଥାରେ ଭୁଲ୍ ମାର୍ଗ ଅନୁସରଣ କରି ହଇରାଣ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି । ମାଲିମକଦ୍ଦମା, ତର୍କବିତର୍କ, କ୍ଷେତ୍ରରୁ ଶୁଭଫଳ ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ।
ଧନୁ-
ମୂଳା- ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ। ପରିବାରରେ ଅନ୍ୟଙ୍କ ପାଇଁ ଚିନ୍ତା ବଢିବ। ଦେହ, ମନ ଭଲ ରହିବ।
ପୂ,ଷାଢା- ଚାକିରୀ ଆଦି କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ପିଲାମାନେ ପରିଶ୍ରମୀ ହେବେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
ଉ,ଷାଢା- ଋଣଗ୍ରସ୍ତ ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି। ମହିଳାମାନେ କୈାଣସି କାରଣରୁ ଦୁଃଖ ପ୍ରକାଶ କରିବେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ।
ମକର-
ଉ,ଷାଢା- ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି। ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର, ଟଙ୍କା ପଇସା ସନ୍ଧାନ ପାଇପାରନ୍ତି।
ଶ୍ରବଣା- ସାହିତ୍ୟ, ସାମ୍ବାଦିକତା, ସଭାସମିତିରେ ପ୍ରଶଂସିତ ହେବେ। ନିର୍ମାଣାଧୀନ କାମରେ ସତର୍କତା ଅବଲମ୍ବନ କରିବା ଭଲ। କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ।
ଧନିଷ୍ଠା- ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ। ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ। ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ସଫଳତା ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ।
କୁମ୍ଭ-
ଧନିଷ୍ଠା- ରୋଗ ପୀଡା ପାଇଁ ଚିନ୍ତାରେ ରହିବେ। ବ୍ୟବସାୟରେ କ୍ଷତିରେ ପଡିପାରନ୍ତି। ଘରକାମରେ ଭାଇଭଉଣୀମାନେ ସହଯୋଗ କରିବେ।
ଶତଭିଷା- କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଟାନରେ କାମ କରିବାର ସୁଯୋଗ ପାଇବେ। ରାଜନୀତିରେ ଶତ୍ରୁଙ୍କ ସଖ୍ୟା ବଢିବ।
ପୂ,ଭାଦ୍ରପଦ- ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ରାଜନୀତିରେ ପଦବୀ ପ୍ରାପ୍ତ ହୋଇପାରେ। ମହିଳାମାନେ ବନ୍ଧୁଙ୍କ ସହିତ ସମୟ କଟିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ।
ମୀନ-
ପୂ,ଭାଦ୍ରପଦ- ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ଖୁସି ରହିବ ନାହିଁ। କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍ ନିଷ୍ପତ୍ତି ଏକତରଫା ହୋଇଯାଇପାରେ। ବ୍ୟବସାୟ ଲାଗି ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଉ,ଭାଦ୍ରପଦ- ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି।
ରେବତୀ-ଆପଣଙ୍କ ସହ ଭଲ ପଡୁ ନ ଥିବା ବ୍ୟକ୍ତି ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର ସମ୍ପର୍କିତ କାମଟି ହଠାତ୍ ହୋଇଯିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ।