Daily Horoscope 4th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 04, 2026 - 09:50
Daily Horoscope 4th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ବିବାହିତ ଜୀବନରେ ପ୍ରେମ ଏବଂ ଆକର୍ଷଣର ପରିସ୍ଥିତି ଦେଖାଯିବ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ବ୍ୟବସାୟରେ ପରିବର୍ତ୍ତନ ଆଣିବା ସହିତ କିଛି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି ।
ଦ୍ୱିଜା- କର୍ମକ୍ଷେତ୍ରରେ ସହକର୍ମୀମାନେ କୈାଶଳ କରି ଆପଣଙ୍କଠାରୁ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବ ଓ ଗୁରୁଜନଙ୍କ ପାଖରେ ଆଦୃତ ହେବେ ।
କୃତିକା- କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ ।  ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ   

ବୃଷ-
କୃତିକା- ବିଦ୍ୟାର୍ଥୀ ମାନେ  ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ ।     ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ
ରୋହିଣୀ- ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ । ଯାନ ବାହନ କିଣି ଖୁସି ଅନୁଭବ କରିବେ । ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ ।  
ମୃଗଶିରା- ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ରାଜନୈତିକ ନେତା ମିଥ୍ୟା ଗୁଜବରେ ବିଚଳିତ ହେବେ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି   
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ମୃଗଶିରା- ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷପ ନେବେ । ଚାକିରୀ କ୍ଷେତ୍ରରେ ଆପଣଙ୍କ କାମକୁ ନେଇ ସହକର୍ମି  ମାନେ ବିରୋଧ  କରିପାରନ୍ତି । ଉପରିସ୍ଥ  ବୁଦ୍ଧି ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିବ ।
ଆଦ୍ରା- ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କ ଆଶା ଶେଷରେ ପୂରଣ ହେବ ।
ପୁନର୍ବସୁ- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ସାହିତ୍ୟ, ସଙ୍ଗିତ ଓ ସୃଜନଶୀଳତା ବୃଦ୍ଧି ପାଇବ । ମନୋରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦତ୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପୁନର୍ବସୁ- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।  ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂରହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।
ପୁଷ୍ୟା- ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ମହିଳାମାନେ ଐଶ୍ୱର୍ଯ୍ୟର ଅଧିକାରୀ ହୋଇପାରନ୍ତି ।
ଅଶ୍ଲେଷା- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।  ମହିଳାମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମାଆ ଭୁବନେଶ୍ୱରୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି ।

ସିଂହ-
ମଘା- ଆୟ ଅପେକ୍ଷା ବ୍ୟୟ ବଢିପାରେ । ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ । ପାରିବାରିକ ଜୀବନରେ ଚାଲିଥିବା ଚାପରେ ସାମାନ୍ୟ ହ୍ରାସ ଘଟିବ ।
ପୂ,ଫାଲଗୁନି- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ  ଅନାବଶ୍ୟକ  ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ ।  ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ଅନ୍ୟର ସାହାଯ୍ୟ ସମର୍ଥନରେ ଲକ୍ଷ୍ୟ ହାସଲ କରିପାରିବେ
ଉ,ଫାଲଗୁନି- ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପୂର୍ବର ଚିନ୍ତା ସମାପ୍ତ ହୋଇଯିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ । ମନରେ ନୂଆ ଆଶା ସୃଷ୍ଟି ହେବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ଉ,ଫଳଗୁନି- ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବ୍ୟାବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍  ହେବେ ।
ହସ୍ତା- ପ୍ରେମ କ୍ଷେତ୍ରରେ ସମୟଗୁଡିକ ହସ ଖୁସିରେ ବିତିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ
ଚିତ୍ରା- ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ । ମହିଳା ମାନଙ୍କର ଭାଗ୍ୟ ଉଦ୍ୟୟ ହୋଇପାରେ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରାରେ କମିଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କାଉକୁ ଖାଇବାକୁ ଦିଅନ୍ତୁ    

ତୁଳା-
ଚିତ୍ରା- ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ । ସମସ୍ତ ପରିବାର ସଦଶ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି
ସ୍ୱାତୀ- ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହୋଇଯିବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ
ବିଶାଖା- କାହାରି ଆଗରେ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ ।  ବାପା , ମାଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ । ଜୀବନରେ ନୂଆ ସଂକେତ ମିଳିପାରେ । କୃଷିଜୀବୀଙ୍କୁ ଲାଭ ମିଳିପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ

ବିଛା-

ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ବାଣିଜ୍ୟ- ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ ।    
ଅନୁରାଧା- ରାଜନିତିରେ କୈାଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ପାଇବେ । 
ଜ୍ୟେଷ୍ଠା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭବାନ ହେବେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ମୂଳା- ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଭାବ ଦୂରୀଭୂତ ହୋଇଯିବ ଓ ପ୍ରୀତି ବୃଦ୍ଧି ପାଇବ । ସରକାରଙ୍କ ତରଫରୁ  ଆପଣଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିପାରେ ।
ପୂ,ଷାଢା- ସେୟାର ବଜାରରେ ଅର୍ଥ ନିବେଶ କରି ଲାଭାଂଶ କମାଇବେ । ଆଗ୍ରହ ବିଷୟଗୁଡିକ ଅଧ୍ୟୟନ କରିବାରେ ସୁଯୋଗ ପାଇବେ । ଯାନବାହନ, ବ୍ୟବସାୟରେ ସଫଳତା ଲାଭ କରିବେ ।
ଉ,ଷାଢା- ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । ସଂଚାର କ୍ଷେତ୍ରରେ  ବ୍ୟକ୍ତିଙ୍କୁ ଲାଭ ମିଳିବ । ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 

ମକର-
ଉ,ଷାଢା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ ।
ଶ୍ରବଣା- କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାର‌୍ୟ୍ୟ ପାଇବେ । ରାଜନୀତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ ।
ଧନିଷ୍ଠା- କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନା ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୈାଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ନିଜର ସ୍ୱାସ୍ଥ୍ୟ ପ୍ରତି  ଧ୍ୟାନ ଦିଅନ୍ତୁ । ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ । କର୍ମ କ୍ଷେତ୍ରରେ କୌଣସି କାର୍ଯ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ ।
ଶତଭିଷା- ପୁତ୍ର କନ୍ୟାମାନଙ୍କର ଆଚରଣ ଆପଣଙ୍କୁ   ଆଘାତ ଦେଇପାରେ । ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ
ପୂ,ଭାଦ୍ରପଦ- କୈାଣସି ନୂତନ ଯୋଜନା ଅର୍ଥ ଅଭାବ ଯୋଗୁ ଆରମ୍ଭ ହୋଇ ପାରିବ ନାହିଁ । ଅନିଛା ସତ୍ତ୍ୱେ ସ୍ଥାନାନ୍ତର ହୋଇ ପାରନ୍ତି । ରାଜନୀତି କ୍ଷେତ୍ରରେ ବହୁତ ଉପରକୁ ଯାଇ ପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶମି ଗଛ ତଳେ ସୋରିଷ ତେଲରେ ଏକ ଦୀପ ଜାଳନ୍ତୁ

ମୀନ-
ପୂ,ଭାଦ୍ରପଦ- ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ । ବ୍ୟବସାୟରେ କୈାଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ।
ଉ,ଭାଦ୍ରପଦ- ଶିକ୍ଷାର୍ଥୀମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୂରା କରିବେ । ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ
ରେବତୀ- କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ତ୍ୱପୂର୍ଣ୍ଣ ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।