Daily Horoscope 27th June 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ
ଅଶ୍ୱନୀ – ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ । ପରିବାରରେ ଅନ୍ୟଙ୍କ ପାଇଁ ଚିନ୍ତା ବଢିବ । ଦେହ, ମନ ଭଲ ରହିବ ।ଯେଉଁ କାମ କରିବାକୁ ଚାହିବେ ତାହା ସମ୍ପୂର୍ଣ୍ଣ କରିବେ ।
ଦ୍ୱିଜା – ଛାତ୍ରଛାତ୍ରୀ ମାନେ ପଢ଼ାରେ ଏକାଗ୍ରତା ରକ୍ଷା କରି କୃତକାର୍ଯ୍ୟ କରିବେ । ରାଜନୀତିରେ ବଡ଼ ଦାୟିତ୍ୱ ତୁଲାଇବେ । ରହିଯାଇଥିବା କାମକୁ ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି। କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ ।
କୃତିକା – ନୂଆ ଜମି କ୍ରୟ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ
ବୃଷ-
କୃତିକା- ନିଜର ସ୍ୱାସ୍ଥ୍ୟର ଚିକିତ୍ସା କରିବା ନିହାତି ଆବଶ୍ୟକ । କାର୍ଯ୍ୟ ସ୍ଥଳରେ ଆପଣଙ୍କ କାମର ଆଜି ପ୍ରଶଂସା କରାଯିବ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ରହିବେ , ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ ।
ରୋହିଣୀ- ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତନ ହୋଇପାରେ । ଛୋଟ ଛୋଟ ସମସ୍ୟାର ଅଣଦେଖା ନକରିଲେ ଭଲ ହେବ । ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ ।
ମୃଗଶିରା- ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ । ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ସିଦ୍ଧାନ୍ତ ନେଇପାରିବେ ନାହିଁ । ନିଜର ଆଚରଣ ବା କଥା କହିବା ଉପରେ ଧ୍ୟାନ ରଖନ୍ତୁ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା- ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ।
ଆଦ୍ରା - କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଟାନରେ କାମ କରିବାର ସୁଯୋଗ ପାଇବେ । ରାଜନୀତିରେ ଶତ୍ରୁଙ୍କ ସଖ୍ୟା ବଢିବ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ପୁନର୍ବସୁ - ପରିସ୍ଥିତିବଶତଃ ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । କୋର୍ଟର ରାୟ ଡେରି ହୋଇପାରେ ।ମାଲିମୋକଦ୍ଦମାରେ ସାମାନ୍ୟ ସଫଳତା ମିଳିବ । ମହିଳା ମାନଙ୍କ ଦିନ ଭଲରେ କଟିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ
କର୍କଟ-
ପୁନର୍ବସୁ- ବୈବାହିକ ଜୀବନ ଆନନ୍ଦ ଦାୟକ ରହିବ । ଆପଣଙ୍କ କଳା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ । ବ୍ୟବସାୟୀ ମାନଙ୍କୁ ଅଚାନକ ଯାତ୍ରା କରିବା ସଂଗେ ସଂଗେ ଲାଭ ମିଳିବ ।
ପୁଷ୍ୟା- ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ । ଘରକୁ ଅଥିତି ଆସିବା କାରଣରୁ ଦିନ ଆନନ୍ଦରେ କଟିବ । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି ।
ଅଶ୍ଲେଷା- ଯଦି ଆପଣଙ୍କୁ ଲାଗୁଚି କି ଆପଣ ଅନ୍ୟଙ୍କ ସାହାଯ୍ୟ ବିନା ହିଁ ମହତ୍ଵପୁର୍ଣ କାମ କରି ପାରିବେ, ତାହେଲେ ଆପଣଙ୍କ ଭାବନା ବହୁତ ଭୁଲ ଅଛି । ଆପଣ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ
ମଘା – ରୋଗ ପୀଡା ପାଇଁ ଚିନ୍ତାରେ ରହିବେ । ବ୍ୟବସାୟରେ କ୍ଷତିରେ ପଡିପାରନ୍ତି । ଘରକାମରେ ଭାଇ-ଭଉଣୀ ମାନେ ସହଯୋଗ କରିବେ । ଆପଣଙ୍କୁ ରଚନାତ୍ମକ କାମରୁ ପ୍ରଶଂସା ମିଳିବ ।
ପୂ , ଫାଲଗୁନୀ - ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଶିକ୍ଷାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
ଉ ,ଫାଲଗୁନୀ – ଭୂ-ସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ
କନ୍ୟା-
ଉ,ଫଳଗୁନି- ଆପଣ ନିଜ ପାଇଁ ଯଥେଷ୍ଟ ସମୟ ବାହାର କରିବେ । କୈାଣସି କଥା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ । ବ୍ୟସ୍ତ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ ।
ହସ୍ତା- ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ଆଶା ପୂରଣ ହୋଇପାରେ । କଳା, ସାହିତ୍ୟ, ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ ।
ଚିତ୍ରା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପାରେ । ନିଜ ପ୍ରିୟର ଭାବନାକୁ ବୁଝନ୍ତୁ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା -
ଚିତ୍ରା – ବନ୍ଧୁ ମାନଙ୍କ ସହିତ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମ କରିବେ ସେଥିରେ ସଫଳତା ହାସଲ କରିବେ । ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ ।
ସ୍ୱାତୀ – ବ୍ୟବସାୟରେ ଅନୁକୂଳ ବାତାବରଣ ଆସିବା ସହିତ ଧନ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ମହିଳା ମାନେ ତିରସ୍କୃତ ହୋଇପାରନ୍ତି ।
ବିଶାଖା – ଭଲ ସମ୍ପର୍କ ନ ଥିବା ଲୋକମାନେ ଅପପ୍ରଚାର କରିପାରନ୍ତି । ରାଜନୀତିରେ ସହାନୁଭୁତି ମିଳିବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ବ୍ୟବସାୟୀ ମାନେ ନୂତନ ବ୍ୟବସାୟର ପରିକଳ୍ପନା କରିବେ । ପରିବାର ଓ ମିତ୍ରଙ୍କ ସହ ସମୟ ବିତାଇବେ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।
ଅନୁରାଧା- ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ । ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ । ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ ।
ଜ୍ୟେଷ୍ଠା- କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ବାବବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତରେ ସଫଳ ହେବେ । ନୂଆ ନିଯୁକ୍ତି ପାଇ ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ
ମୂଳା – ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ହୋଇଯିବେ । ବନ୍ଧୁଗହଣରେ ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି । ଚାକିରୀ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବ । ଖାଦ୍ୟ, ପ୍ରତି ସଜାଗ ରୁହନ୍ତୁ ।
ପୂ , ଷାଢା – ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଅର୍ଜିତ ଧନ ଓ ମାନ ହରାଇବେ । ପିଲାମାନେ ସାଧାରଣ ଭାବେ ଉନ୍ନତି କରିବେ ।
ଉ , ଷାଢା – କୌଣସି ଘଟଣାରେ ସପୃକ୍ତ ହୋଇପାରନ୍ତି । ମହିଳା ମାନେ କୈାଣସି ଅଜଣା ବିପଦରେ ପଡି ପାରନ୍ତି । ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ପ୍ରେମୀ ପ୍ରେମିକାଙ୍କ ମିଳନ ହେବ । କୌଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ଶାରୀରିକ କଷ୍ଟ ଭୋଗ କରିବାକୁ ପଡିପାରେ ।
ଶ୍ରବଣା- ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ କରି ପ୍ରଶଂସା ପାଇବେ । ଚାକିରି ହେଉ କି ବ୍ୟବସାୟ-ବାଣିଜ୍ୟ ହେଉ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ
ଧନିଷ୍ଠା- ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା – ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ । ଘର ଲୋକଙ୍କ ସାହାର୍ଯ୍ୟରେ ଅଧୁରା କାମ ପୂରା କରିବେ । କର୍ମକ୍ଷେତ୍ରରେ ବିଫଳତା ଦେଖା ଦେଇପାରେ । ହଠାତ କୈାଣସି ଖୁସି ଖବର ପାଇବେ ।
ଶତଭିଷା – ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ । କଥନଶୈଳୀକୁ ପରିବର୍ତ୍ତନ କରିପାରନ୍ତି । ବ୍ୟବସାୟରେ ଆୟ ବୃଦ୍ଧି କରିବେ । ପିଲାମାନେ କୃତିତ୍ୱ ଅର୍ଜନ କରିବେ ।
ପୂ , ଭାଦ୍ରପଦ – ସଭାସମିତିରେ ସୀମା ଭିତରେ ରହିବା ଭଲ ନତବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ଭୂମି ସମନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ । ମହିଳା ମାନେ ଦର୍ଶନାଭିଳାଷି ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ ।
ଉ,ଭାଦ୍ରପଦ- ପ୍ରେମ ସମ୍ପର୍କରେ ଦୃଢତା ଆଣିବେ । କର୍ମରେ ଯୋଜନା ମୁତାବକ କାମ କରିଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ ।
ରେବତୀ- ଅଧୁରା କାର୍ଯ୍ୟ ପୂରଣ ହେବ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟୀ ହେବେ । ଦୂରେଇ ଯାଇଥିବା ବନ୍ଧୁ ପୁଣି ନିକଟବର୍ତୀ ହେବେ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ