Daily Horoscope 26th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 26, 2026 - 08:30
Daily Horoscope 26th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-        
ଅଶ୍ୱନୀ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ  କଲେ ସଫଳତା ଅର୍ଜନ କରିବେ । 
ଦ୍ୱିଜା- ଆନୁଷ୍ଠାନିକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି । ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ପ୍ରାଧାନ୍ୟ ଦେଇପାରନ୍ତି ।         
କୃତିକା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର‌୍ୟ୍ୟ ପୂରଣ ହେବ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହୋଇ ପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ-
କୃତିକା- କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ ।
ରୋହିଣୀ- ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ । ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ ।
ମୃଗଶିରା- ମହିଳା ମାନେ ଅନ୍ୟକୁ ସାହାର‌୍ୟ୍ୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ

ମିଥୁନ-    
ମୃଗଶିରା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ ।    
ଆଦ୍ରା- ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ । ଆନୁଷ୍ଠାନିକ କାମହାସଲ କରିବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଉପରେ ନିର୍ଭର କରି ପାରନ୍ତି । ସାମାଜିକ କଲ୍ୟାଣରେ ପୂର୍ଣ୍ଣ ସହଯୋଗ କରିବେ ।
ପୁନର୍ବସୁ- କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ୱପୁର୍ଣ୍ଣ ରହିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ପୁନର୍ବସୁ- ପ୍ରେମ ସମ୍ପର୍କ ଭଲ ରହିବ । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ ।
ପୁଷ୍ୟା- ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ଅଶ୍ଲେଷା- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର‌୍ୟ୍ୟ ପାଇବେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମାଛଙ୍କୁ ଖାଦ୍ୟ ଦିଅନ୍ତୁ    

ସିଂହ-
ମଘା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ ।
ପୂ- ଫାଲ୍‌ଗୁନୀ-  ଶିକ୍ଷାତ୍ରୀ ମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ ।
ଉ- ଫାଲ୍‌ଗୁନୀ- କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-
ଉ,ଫଳଗୁନି- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ନୂଆ କାର୍ଯ୍ୟ ପାଇଁ ପ୍ଲାନିଂ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।
ହସ୍ତା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ । ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
ଚିତ୍ରା- କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ । କୌଣସି କାର‌୍ୟ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବକାର୍ଯ୍ୟସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-
ଚିତ୍ରା- ସମସ୍ତ ଦୁଶ୍ଚିନ୍ତା ଦୂର ହେବା ସହ ଶରୀର ସୁସ୍ଥ ରହିବ । ବ୍ୟବସାୟରେ ଅଂଶୀଦାର ମାନଙ୍କ ସହ କିଛି ଚୁକ୍ତିନାମା କରିପାରନ୍ତି । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ସ୍ୱାତୀ- ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । ସମ୍ପତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । କଳା, ଚଳଚିତ୍ର କ୍ଷେତ୍ରରେ ଆଗେଇବେ ।
ବିଶାଖା- ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ରାଜନୈତିକ ନେତା ମିଥ୍ୟା ଗୁଜବରେ ବିଚଳିତ ହେବେ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନ ଶ୍ରୀ ରାମଙ୍କ ଫଟୋକୁ ପୁଜା କରନ୍ତୁ । 

ବିଛା-
ବିଶାଖା- ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କରନ୍ତୁ ।
ଅନୁରାଧା- ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ ।
ଜ୍ୟେଷ୍ଠା- ପିତୃପୁରୁଷଙ୍କ ସମ୍ପତ୍ତିରେ ବ୍ୟବସାୟ ଲାଭଜନକ ହୋଇପାରେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ  ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ମୂଳା- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।  ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।
ପୂ, ଷାଢା- ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ମନରେ ଉତ୍ସାହ ରହିବ । ଜାଗା, ଜମି, ବାହନ ଆଦି କ୍ରୟ କରିବେ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାର ସମ୍ବାବନା ରହିଛି ।  
ଉ,  ଷାଢା- ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ । ମହିଳା ମାନଙ୍କର ଭାଗ୍ୟ ଉଦ୍ୟୟ ହୋଇପାରେ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ

ମକର-
ଉ,ଷାଢା- ପ୍ରଚୁର ତାଜା ଫଳ ଏବଂ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ଶକ୍ତି ଦେବ ।  ଆପଣ ଦୀର୍ଘ ସମୟ କାମ କରିବାକୁ ସମର୍ଥ ହେବେ । ନୂତନ ବ୍ୟବସାୟରେ ଉତ୍ତମ ରୋଜଗାର ହେବ ।
ଶ୍ରବଣା- ଶିକ୍ଷାର୍ଥୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ । ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଧନିଷ୍ଠା- ଆଲୋଚନା ଅନୁଯାୟୀ କାମ ସବୁ ଠିକ୍‌ରେ ହୋଇଯିବ । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ 

କୁମ୍ଭ
ଧନିଷ୍ଠା- ଶାରିରୀକ ଉନ୍ନତି ଆସିବ ।  କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃ୍ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ଶତଭିଷା- ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ ।
ପୂ,  ଭାଦ୍ରପଦ- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି ।  ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ
ଉ,ଭାଦ୍ରପଦ- ଗମ୍ଭିରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷେର ଯିବ ନାହିଁ । ଶିକ୍ଷାତ୍ରୀ ମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ରେବତୀ- ଗୃହ ପାଳିତ ପଶୁ ଓ ଯାନ ବାହନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଧନଧାନ୍ୟ, ଭୂମି, ପ୍ରାପ୍ତିର ଯୋଗ ରହିଛି । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।