Daily Horoscope 21st July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ବିଶ୍ୱସ୍ତ ଭାଜନ ହେବେ।
ଦ୍ୱିଜା- କୈାଶଳ କ୍ରମେ କାର୍ଯ୍ୟସିଦ୍ଧି ହେବ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ। ନିଜର ପରିଶ୍ରମରେ ଅନେକ ପରିବର୍ତ୍ତନ ଆଣିବେ।
କୃତିକା- ଯାନବାହନ ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ସମୟରେ ଉଚିତ୍ ବୁଦ୍ଧି ସହିତ କାର୍ଯ୍ୟ କରିବେ। ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ।
ବୃଷ-
କୃତିକା- ଭଲ ଡାଏଟ୍ ରଖି ସ୍ୱାସ୍ଥ୍ୟର ଧ୍ୟାନ ନେଇପାରିବେ। କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି।
ରୋହିଣୀ- ସାଥୀଙ୍କ ମଧ୍ୟରେ ଏକ ଭଲ ପାରସ୍ପରିକ ବୁଝାମଣା ହେବ। ସରକାରୀ କ୍ଷେତ୍ରରୁ ଲାଭ ପାଇପାରିବେ। ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ। ଭାବୁଥିବା କାମଟିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ।
ମୃଗଶିରା- ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ନିଜ ଲୋକଙ୍କ ବେଖାତିରି ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ। ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ।
ମିଥୁନ-
ମୃଗଶିରା- କର୍ମ କ୍ଷେତ୍ରରେ ବାଧା ଆସିଲେ ମଧ୍ୟ ସଫଳତା ହାସଲ କରିବେ। ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ। ସନ୍ତାନଙ୍କ ଭାଗ୍ୟରେ ଆର୍ଥିକ ଉନ୍ନତି ଦେଖାଦେବ।
ଆଦ୍ରା- ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରଶଂସାର ପାତ୍ର ହେବେ। ଆୟବୃଦ୍ଧି, ଋଣମୁକ୍ତି ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ।
ପୁନର୍ବସୁ- ସାମାଜିକ କ୍ଷେତ୍ରରେ ମାନ୍ୟତା ଅର୍ଜ୍ଜନ କରିବେ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ପାଇବ। ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।
କର୍କଟ -
ପୁନର୍ବସୁ- ଆପଣ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ। କର୍ମ କ୍ଷେତ୍ରରେ କୌଣସି କାର୍ଯ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ପରିବାରରେ କିଛି ବିବାଦ ଦେଖାଦେବା ସହିତ ଅଧିକ ଚାପଗ୍ରସ୍ତ ରହିପାରନ୍ତି।
ପୁଷ୍ୟା- ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ। ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ। କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ ଦେଇ ଗତିକଲେ ମଧ୍ୟ ସଫଳତା ପାଇବେ।
ଅଶ୍ଲେଷା- କାହାରି ଆଗରେ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ। ବାପା, ମାଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ। ଜୀବନରେ ନୂଆ ସଂକେତ ମିଳିପାରେ। କୃଷିଜୀବିଙ୍କୁ ଲାଭ ମିଳିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି।
ସିଂହ-
ମଘା- ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ବୃଦ୍ଧି ମିଳିପାରେ। ନିଜର ଆନ୍ତରିକ ସମୟ ସେବାରେ ଲଗାନ୍ତୁ ଏହା ଆପଣଙ୍କ ପରିବାର ଲୋକଙ୍କୁ ଖୁସି ଓ ଶାନ୍ତି ଦେବ। ପ୍ରତ୍ୟେକଟି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।
ପୂ,ଫାଲଗୁନି- ସମାଜ ସେବା କରି ନିଜକୁ ଧନ୍ୟ ମନେ କରିପାରନ୍ତି। ଆଜି ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସି ରହିବ। ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି।
ଉ,ଫାଲଗୁନି- ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢାଇବେ। ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ।
କନ୍ୟା-
ଉ,ଫଳଗୁନି- ଶାରୀରିକ କ୍ଲାନ୍ତି ଦୂର ହେବ। ଚାକିରୀ ପାଇଁ ପ୍ରୟୋଗ ଜାରି ରଖିବେ। ଘରର ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ। ବିବାଦ ଧୀରେ ଧୀରେ ସୁଧୁରିବା ଫଳରେ ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।
ହସ୍ତା- ଶିକ୍ଷାର୍ଥୀମାନେ ଆତ୍ମନିର୍ଭରଶୀଳ ରହିବେ। କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ। କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ।
ଚିତ୍ରା- କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ। ରାଜନୀତିରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ।
ତୁଳା-
ଚିତ୍ରା- ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହେବ। ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ।
ସ୍ୱାତୀ- ରାଜନୈତିକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖାଦେଇ ପାରେ। ଆର୍ଥିକ ଦୃଷ୍ଟିରୁ, ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ।
ବିଶାଖା- ପରିବାରରେ ସମ୍ପତି ଜନିତ ବିବାଦ ସୃଷ୍ଟି ହୋଇପାରେ। ନୂତନ ବନ୍ଧୁ କରିବାରେ ସମର୍ଥ ହେବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ।
ବିଛା-
ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜିଂ ସମୟ ଅନୁଭବ କରିବେ। ବ୍ୟବସାୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ। ପରିବାର ସଦସ୍ୟଙ୍କ ସହିତ ଏକ ତୀର୍ଥ ସ୍ଥାନକୁ ବୁଲିବା ପାଇଁ ଯିବେ।
ଅନୁରାଧା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ। ନିଜ ମାଲିକାନାରେ ଥିବା ସମ୍ପତିକୁ ହସ୍ତାନ୍ତର କରିପାରନ୍ତି। ବିଦ୍ୟାର୍ଥୀମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ।
ଜ୍ୟେଷ୍ଠା- ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ। ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପୂର୍ବର ଚିନ୍ତା ସମାପ୍ତ ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ। ମନରେ ନୂଆ ଆଶା ସୃଷ୍ଟି ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମନ୍ଦାର ଫୁଲ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ।
ଧନୁ-
ମୂଳା- ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ସଫଳତାପାଇବେ।
ପୂ,ଷାଢା- ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ। କର୍ମ କ୍ଷେତ୍ରରେ ଅହଂକାରକୁ ତ୍ୟାଗ କରନ୍ତୁ।
ଉ,ଷାଢା- ସରକାରୀ ସାହାର୍ଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ଶ୍ରମିକ ଓ କର୍ମଚାରୀମାନେ କଠିନ ପରିଶ୍ରମ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ।
ମକର-
ଉ,ଷାଢା- ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜିଂ ସମୟ ଅନୁଭବ କରିବେ। ବ୍ୟାବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ। ପରିବାର ସଦସ୍ୟଙ୍କ ସହିତ ଏକ ତୀର୍ଥ ସ୍ଥାନକୁ ବୁଲିବା ପାଇଁ ଯିବେ।
ଶ୍ରବଣା- ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ଆସିପାରେ। ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ। ଛାତ୍ରମାନଙ୍କର ଦକ୍ଷତା ଅନୁସାରେ ଭଲ ଫଳାଫଳ ପାଇବେ।
ଧନିଷ୍ଠା- କୈାଣସି ନୂତନ ଯୋଜନା ଅର୍ଥ ଅଭାବ ଯୋଗୁ ଆରମ୍ଭ ହୋଇ ପାରିବ ନାହିଁ। ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧି ହେବ । ଚାକିରି କ୍ଷେତ୍ରରେ ଅନିଛା ସତ୍ତ୍ୱେ ସ୍ଥାନାନ୍ତର ହୋଇ ପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ।
କୁମ୍ଭ -
ଧନିଷ୍ଠା- କର୍ମରେ ପରିବର୍ତ୍ତନ ହେବା ସହିତ ଉନ୍ନତିର ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି କରିବେ।
ଶତଭିଷା- ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
ପୂ,ଭାଦ୍ରପଦ- ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ। ବେଳେବେଳେ ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ। କୈୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ।
ମୀନ-
ପୂ,ଭାଦ୍ରପଦ- ମାନସିକ ଅବସ୍ଥାରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ କିଛି ସମୟ ପାଇଁ ଚିନ୍ତିତ ହୋଇପାରନ୍ତି। ପୂର୍ବରୁ କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ।
ଉ,ଭାଦ୍ରପଦ- ସମ୍ପତି ବଢାଇବାର ଯୋଜନା ସଫଳ ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବ, ଗୁରୁଜନଙ୍କ ପାଖରେ ଆଦୃତ ହେବେ। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ।
ରେବତୀ- ଭଗବାନଙ୍କୁ ସୁମରଣ ଦ୍ୱାରା ମନସ୍କାମନା ପୂରଣ ହେବ। କ୍ଷମତାଶାଳୀ ହେବାର ସୁଯୋଗ ଆସିପାରେ। ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ରାଜନୀତି ଦୃଢ ହେବା ସହିତ ମୁଖ୍ୟ ଭୂମିକା ନିର୍ବାହ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।