cyclist killed କାର୍ ଧକ୍କାରେ ସାଇକଲ୍ ଆରୋହୀଙ୍କ ମୃତ୍ୟୁ
"ରଣପୁର (ବିଶ୍ବରଞ୍ଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଆଜି ଏକ ଦ୍ରୁତଗାମୀ କାର୍ ଧକ୍କାରେ ଜଣେ ସାଇକଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।
Advertisment Nayagarh Election : ନୟାଗଡ଼ ନିର୍ବାଚନୀ ମକଦ୍ଦମା, ଅରୁଣ ସାହୁଙ୍କ ଅନ୍ତରୀଣ ଆବେଦନ ଖାରଜ ଆଜି (ମଙ୍ଗଳବାର) ଅପରାହ୍ଣ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ମୃତ ଯୁବକଜଣକ ଚମ୍ପାଗଡ଼ ଗ୍ରାମର ପ୍ରମୋଦ କୁମାର ପାଇକରାୟ (୪୮)।
ଯୁବକ ଚାନ୍ଦପୁରରୁ ପରିବା ନେଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ।
ବ୍ରହ୍ମପୁର ପଟୁ ଭୁବନେଶ୍ୱର ଦ୍ରୁତଗତିରେ ଯାଉଥିବା ଏକ କାର୍ (ଓଡି ୦୨ବିଏଚ୍ ୧୯୬୮) ସାଇକେଲକୁ ପଛପଟୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା।
ଘଟଣା ସ୍ଥଳରେ ହିଁ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା।
Hemgir trailer fire ଦୁର୍ଘଟଣା ପରେ ଜଳିଗଲା ଟ୍ରେଲର୍, ଡେଇଁପଡ଼ି ବର୍ତ୍ତିଗଲେ ଚାଳକ ଏହି ଘଟଣା ପରେ ଆଖପାଖ ଲୋକ ରାସ୍ତାରେ ଜମା ହୋଇଯାଇଥିଲେ।
ଉଭୟ ପାର୍ଶ୍ୱରେ କିଛି ସମୟ ଗାଡି ମଟର ଅଟକି ରହିଥିଲା।
ଚାନ୍ଦପୁର ଥାନା ନିରୀକ୍ଷକ ଅଭୟ ବେହେରା ସଦଳବଳେ ଘଟଣା ସ୍ଥଳକୁ ଯାଇ ଗାଡ଼ିମୋଟର ଯାତାୟତ ସ୍ୱାଭାବିକ କରିଥିଲେ।
ରଣପୁର ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ବଦମନ ଘଟଣା ସ୍ଥଳରେ ପହଂଚି ମୃତକ ପରିବାରକୁ ରାଜ୍ୟ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।
ଅଧିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀ ନିମନ୍ତେ ଲେଖାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଚାନ୍ଦପୁର ପୁଲିସ ଶବ ଜବତ କରି ପଞ୍ଚାନାମା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।