CWG 2026 closing ceremony: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଯାପନ ଉତ୍ସବରେ ଜଲୱା ଦେଖାଇବେ ଭାରତର ତାରକା
"ଗ୍ଲାସ୍ଗୋ: ଅଗଷ୍ଟ ୨ ତାରିଖରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଯାପନ ଉତ୍ସବରେ ଜଲୱା ଦେଖାଇବେ ଭାରତର ତାରକା ଗାୟକ ଶଙ୍କର ମହାଦେବନ୍ ଓ ବିଶ୍ବ ସୁନ୍ଦରୀ ମନୁଷ ଚିଲ୍ଲରଙ୍କ ସହ କିଛି ନାମୀ କଳାକାର।
ଏହି ଅବସରରେ ୨୦୩୦ରେ ହେବାକୁ ଥିବା ଏହି ପ୍ରତିଯୋଗିତାର ଶତକୀୟ ସଂସ୍କରଣ ଆୟୋଜନ ଅଧିକାର ପାଇଥିବା ଅହମଦାବାଦକୁ ସ୍ବାଗତ କରାଯିବା ସହ ଭାରତକୁ ପତାକା ହସ୍ତାନ୍ତର କରାଯିବ।Advertisment ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବନ୍ଦେ ମାତରମ୍ ବିଲ୍ ପାରିତ ଆଗାମୀ ସଂସ୍କରଣର ଆୟୋଜକ ପତାକା ହସ୍ତାନ୍ତର ଉତ୍ସବ ବେଳେ ଭାରତର ସଂସ୍କୃତି ଓ ରାଜ୍ୟଗୋଷ୍ଠୀ ପରିବାର ସହଭାଗିତାର ପ୍ରଦର୍ଶନ କରାଯିବ।
ଏହି ଉଦ୍ଯାପନୀ ଉତ୍ସବର ହାଇଡ୍ରୋ ଷ୍ଟେଜ୍ରେ ଭାରତର ନାମୀ ମ୍ୟୁଜିକ୍ ଓ ଡ୍ୟାନ୍ସ ତାରକା ସେମାନଙ୍କ କଳାନିପୁଣ ଦେଖାଇବେ।
ପ୍ରଥମେ ଭାରତର ଜାତୀୟ ଗୀତ ୧୫୦ ପୂର୍ତ୍ତି ପାଳନ କରୁଥିବା "ବନ୍ଦେ ମାତରମ୍"ରେ ଅଭିନେତ୍ରୀ ମନୁଷ ଚିଲ୍ଲର ଓ ତାଙ୍କ ସାଥୀମାନଙ୍କ ସହ ନୃତ୍ୟ କରି ଭାରତର ସଂସ୍କୃତିକୁ ଜୀବନ୍ତ କରିବେ।
ଏହାପରେ ଭାରତର ସୀତାରବାଦକ ଋଷବ ରିଖିରାମ ଶର୍ମା ଓ ସ୍କଟ୍ଲାଣ୍ଡର ପାଇପର ରସ୍ ଏଇନ୍ସିଲେ ଯୁଗଳବନ୍ଦୀ ବାଦ୍ୟରେ ଗ୍ଲାସ୍ଗୋ ୨୦୨୬ରୁ ଅହମଦାବାଦ ୨୦୩୦କୁ ଯୋଡ଼ିବେ।
ଶେଷରେ ଶତକୀୟ ସଂସ୍କରଣ ଆୟୋଜନ କରିବାକୁ ଥିବା ଗୁଜରାଟକୁ ସମ୍ମାନ ପ୍ରଦାନ କରାଯିବ।
ଶଙ୍କର ମହାଦେବନଙ୍କ ରଚିତ ଓ ପ୍ରଦର୍ଶିତ କିଛି ପ୍ରମୁଖ ଗୀତରେ ସେ ଓ ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ଓ ଶିବମ୍ଙ୍କ ସହ ଅନ୍ୟ ଭାରତୀୟ କଳାକାର ପ୍ରଦର୍ଶନ କରିବେ।
ଏଥିରେ ଗୁଜରାଟର ଭୁମ୍ ତ୍ରିବେଦୀ ମଧ୍ୟ ରହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।