Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼
"ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ନିର୍ମାଣରେ ବ୍ୟବହାର ହେଉଥିବା କେତେକ ପ୍ରମୁଖ ଉପକରଣ ଉପରେ ଲଗାଯାଇଥିବା ସୀମା ଶୁଳ୍କକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି।
ଡିସ୍ପ୍ଲେ ଆସେମ୍ବଲି ଓ ୱାୟରଲେସ୍ ଚାର୍ଜିଂ ମଡ୍ୟୁଲ୍ରେ ବ୍ୟବହାର ହେଉଥିବା ଉପକରଣ ଉପରେ ଶୁଳ୍କ ଛାଡ଼ ନିଷ୍ପତ୍ତି ଲାଗୁ କରାଯାଇଛି।
ସେହିପରି ଲିଥିୟମ-ଆୟନ ବ୍ୟାଟେରି ନିର୍ମାଣରେ ବ୍ୟବହାର ହେଉଥିବା କିଛି ମେସିନ୍କୁ ମଧ୍ୟ ଶୁଳ୍କ ଛାଡ଼ ସୁବିଧା ମିଳିବ।
Advertisment ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଇଲେକ୍ଟ୍ରିକ୍ ଯାନ ନିର୍ମାଣ ଖର୍ଚ୍ଚ ହ୍ରାସ ପାଇବ ଓ ସେହି ଜିନିଷଗୁଡ଼ିକ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ମିଳିପାରିବ ବୋଲି ଆଶା କରାଯାଉଛି।
ଅଟୋମୋବାଇଲ୍, ମେଡିକାଲ୍ ଓ ଶିଳ୍ପ କାରଖାନାରେ ବ୍ୟବହାର ହେଉଥିବା ଡିସ୍ପ୍ଲେ ତିଆରି କରିବାକୁ ଆବଶ୍ୟକ ଉପକରଣ ଉପରୁ ମୌଳିକ ସୀମା ଶୁଳ୍କକୁ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛାଡ଼ କରାଯାଇଛି।
ସେଲ୍, ନମନୀୟ ପ୍ରିଣ୍ଟେଡ୍ ସର୍କିଟ୍ ଆସେମ୍ବଲି, ବ୍ୟାକ୍ଲାଇଟ୍ ୟୁନିଟ୍, ଫ୍ରେମ୍ ଓ ଆନିସୋଟ୍ରୋପିକ୍ କଣ୍ଡକ୍ଟିଭ୍ ଫିଲ୍ମ ଉପରୁ ଶୁଳ୍କ ଉଚ୍ଛେଦ ହୋଇଛି।
ତେବେ ମୋବାଇଲ୍ ଫୋନ୍, ସ୍ମାର୍ଟୱାଚ୍, ସ୍ମାର୍ଟ ମିଟର୍, ଟିଭି ପ୍ୟାନେଲ୍ ଏବଂ ଫ୍ଲାଟ୍ ପ୍ୟାନେଲ୍ ଡିସ୍ପ୍ଲେ ଉପରେ ଶୁଳ୍କ ଛାଡ଼ ସୁବିଧା ଲାଗୁ ହେବ।
ବ୍ୟାଟେରିରୁ ଉଦ୍ଧାର କରାଯିବ କ୍ରିଟିକାଲ୍ ମିନେରାଲ: ଓଡ଼ିଶାରେ କାରଖାନା କରିବ "ନବପ୍ରକୃତି" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।