Crispy Banana Flower Pakodas: କଦଳୀ ଫୁଲର କ୍ରିସ୍ପି ପକୁଡ଼ି, ଚା' ସହ ଲାଗିବ ବେଶ୍ ସ୍ୱାଦିଷ୍ଟ

Jul 19, 2026 - 12:42
Crispy Banana Flower Pakodas: କଦଳୀ ଫୁଲର କ୍ରିସ୍ପି ପକୁଡ଼ି, ଚା' ସହ ଲାଗିବ ବେଶ୍ ସ୍ୱାଦିଷ୍ଟ

ବର୍ଷା ପାଗରେ ଗରମାଗରମ ଚା' ସହ କ୍ରିସ୍ପି ପକୁଡ଼ି ମିଳିଗଲେ ମଜା ଦୁଇଗୁଣା ହୋଇଯାଏ। ଯଦି ସବୁବେଳେ ଆଳୁ, ପିଆଜ, ଫୁଲକୋବି, ପାଳଙ୍ଗ କିମ୍ବା ପନିର ପକୁଡ଼ି ଖାଇ ଆପଣ ବୋର୍ ହୋଇଯାଇଛନ୍ତି, ତେବେ ଏହି ବର୍ଷା ଦିନରେ ଥରେ କଦଳୀ ଫୁଲର ପକୁଡ଼ି ନିଶ୍ଚୟ ପ୍ରସ୍ତୁତ କରନ୍ତୁ। ଏହା ମୁସୁମୁସିଆ ହେବା ସହ ଖାଇବାକୁ ଟେଷ୍ଟି ଲାଗିଥାଏ। 

କଦଳୀ ଫୁଲ ଖାଇବାକୁ କେବଳ ସ୍ୱାଦିଷ୍ଟ ନୁହେଁ, ଏହା ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର। ଏଥିରେ ପ୍ରଚୁର ପରିମାଣରେ ଫାଇବର, ଆଇରନ, କ୍ୟାଲସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ହଜମ ପ୍ରକ୍ରିୟାକୁ ସୁଧାରିବା ସହ ଦେହକୁ ଶକ୍ତି ଯୋଗାଇବାରେ ସହାୟକ ହୁଏ।

ଆସନ୍ତୁ ଜାଣିବା ଘରେ କିପରି କଦଳୀ ଫୁଲର କ୍ରିସ୍ପି ପକୁଡ଼ି ପ୍ରସ୍ତୁତ କରିବେ।

କଦଳୀ ଫୁଲର କ୍ରିସ୍ପି ପକୋଡ଼ା ପାଇଁ ଆବଶ୍ୟକ ସାମଗ୍ରୀ

•    ଗୋଟିଏ କଦଳୀ ଭଣ୍ଡା (ଫୁଲକୁ ବାଛି ରଖିଥିବା)
•    ୫୦୦ ଗ୍ରାମ ସିଂଘଡ଼ା (ଚୋପା ଛଡ଼ା ଯାଇଥିବା)
•    ୩ କପ୍ ପାଣି
•    ୨-୩ ବଡ଼ ଚାମଚ କଟା ଧନିଆ ପତ୍ର
•    ୨-୩ଟି କଞ୍ଚା ଲଙ୍କା
•    ଜିରା
•    ଫେଣ୍ଟା ଦହି
•    ୧ କପ୍ କନଫ୍ଲୋର
•    ଛାଣିବା ପାଇଁ ତେଲ
•    ଲୁଣ

ପ୍ରସ୍ତୁତ କରିବାର ପ୍ରଣାଳୀ

ପ୍ରେସର କୁକରରେ ୩ କପ୍ ପାଣି, ସଫା କରାଯାଇଥିବା କଦଳୀ ଫୁଲ, ଚୋପା ଛଡ଼ା ହୋଇଥିବା ପାଣି ସିଙ୍ଗଡା ଏବଂ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। କୁକର୍‌ ବନ୍ଦ କରି ୨-୩ଟି ସିଟି ଆସିବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ପରେ ଗ୍ୟାସ ବନ୍ଦ କରି ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ।

ଥଣ୍ଡା ହେବା ପରେ କଦଳୀ ଫୁଲ ଓ ପାଣି ସିଙ୍ଗଡାକୁ ଛୋଟ ଛୋଟ କରି କାଟି ଏକ ବଡ଼ ପାତ୍ରରେ ନିଅନ୍ତୁ। ଏଥିରେ କଟା ଧନିଆ ପତ୍ର, କଞ୍ଚା ଲଙ୍କା, ଜିରା, ଫେଣ୍ଟା ଦହି, ଲୁଣ ଓ କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ମିଶାଇ ଏକ ମୋଟା ବ୍ୟାଟର ପ୍ରସ୍ତୁତ କରନ୍ତୁ।

କଡେଇରେ ତେଲ ଗରମ କରନ୍ତୁ, ତେଲ ଗରମ ହେଲା ପରେ ବ୍ୟାଟରରୁ ଛୋଟ ଛୋଟ ପକୁଡ଼ି ଛାଡ଼ି ମିଡାୟମ୍ ଆଞ୍ଚରେ ସୁନେଲି ରଙ୍ଗ ଓ କୁରକୁରା ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପ୍ରସ୍ତୁତ ହୋଇଯିବ କଦଳୀ ଫୁଲର ପକୁଡ଼ି। ଏହାକୁ ଟିସ୍ୟୁ ପେପର ଉପରେ କାଢ଼ି ରଖନ୍ତୁ, ଯାହାଦ୍ୱାରା ସେଥିରେ ଥିବା ତେଲ ଛାଡିଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।