Crime Breaking: ସୁନ୍ଦରଗଡରେ ଗୁଳିମାଡ଼, ଏକ ଚିପ୍ସ ବୋଝେଇ ହାଇୱାକୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର
କୁତ୍ରା ୦୯/୦୭: ସୁନ୍ଦରଗଡ଼ କୁତ୍ରାରେ ପୁଣି ଫୁଟିଲା ଗୁଳି। ଏକ ଚିପ୍ସ ବୋଝେଇ ହାଇୱା ଉପରେ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର। ଭୋର ୩ଟାରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଲିଟିବେଡ଼ା ଛକ ନିକଟରେ ଗୁଳିମାଡ଼ ହୋଇଛି । ଲାଞ୍ଜିବେର୍ଣ୍ଣାରୁ ଚିପ୍ସ ନେଇ ଖତକୁରବାହାଲ ଯାଉଥିଲା ହାଇୱା। ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ରାସ୍ତାରୁ ଗୁଳି ଖୋକା ଜବତ କରିଥିବା ବେଳେ ତଦନ୍ତ ଜାରି ରହିଛି। ତେବେ ଦୁର୍ବୃତ୍ତମାନେ କାହିଁକି ହାଇଓ୍ବା ଉପକୁ ଗୁଳିମାଡ ତାର କାରଣ ଖୋଜା ଚାଲିଛି।
ଅଧିକ ପଢ଼ନ୍ତୁ :- ବିଚିତ୍ରାନନ୍ଦଙ୍କ ୪ ଦଶନ୍ଧିର ଅଭିଯାନ ସଫଳ, ମଦ ଛାଡ଼ିଲେ ୫ ଗାଁର ୪୦୦ ପରିବାର, ଭଗବତ ଚର୍ଚ୍ଚାରେ ବିତୁଛି ସନ୍ଧ୍ୟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।