27 JUNE 2026

Welcome!

Unlock your personalized experience.
Sign Up

Cricket: ୟୁକେ ଗସ୍ତରେ ନୀତୀଶଙ୍କ ବଦଳରେ ସୂର୍ଯ୍ୟାଂଶ

Jun 24, 2026 - 06:28
Cricket: ୟୁକେ ଗସ୍ତରେ ନୀତୀଶଙ୍କ ବଦଳରେ ସୂର୍ଯ୍ୟାଂଶ

ନୂଆଦିଲ୍ଲୀ: ଆହତ ‌ଯୋଗୁଁ ୟୁକେ ଗସ୍ତରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଥିବା ନୀତୀଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସୂର୍ଯ୍ୟାଂଶ ସେଡ୍‌ଗେଙ୍କୁ ସ୍ଥାନ ମିଳିଛି। ଭାରତ ଏହି ଗସ୍ତରେ ଆୟର୍ଲାଣ୍ଡ ବିପକ୍ଷରେ ୨ ଟ୍ବେଣ୍ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷରେ ୫ ଟ୍ବେଣ୍ଟି-୨୦ ଓ ୩ ଟ୍ବେଣ୍ଟି-୨୦ ଖେଳିବ। ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ବେଳେ ନୀତୀଶ ଆହତ ହୋଇଥିଲେ।

କେବଳ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଥିବା ଉଦୀୟମାନ ଅଲ୍‌ରାଉଣ୍ଡର ନିକଟରେ ଶ୍ରୀଲଙ୍କା‌ରେ ଶେଷ ହୋଇଥିବା ତ୍ରିରାଷ୍ଟ୍ରୀୟ ‘ଏ’ ଶୃଙ୍ଖଳାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏହି ଶୃଙ୍ଖଳାରେ ୨୩ ବର୍ଷୀୟ ସୂର୍ଯ୍ୟାଂଶ ୫ ମ୍ୟାଚ୍‌ରେ ୧୪୭ ରନ କରିବା ସହ ୨୩ ଓଭର ବୋଲିଂ କରିଥିଲେ। ୨୦୨୪-୨୫‌ରେ ମୁମ୍ବାଇକୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିଜେତା କରାଇବାରେ ସୂର୍ଯ୍ୟାଂଶଙ୍କ ବଡ଼ ଭୂମିକା ରହିଥିଲା। ଏହି ପ୍ରତିଯୋଗିତାରେ ସେ ଲୋୟର ମିଡିଲ୍‌ ଅର୍ଡରରେ ଆସି ୨୫୧.୯୨ ଷ୍ଟ୍ରାଇକ୍‌ରେଟ୍‌ରେ ୧୩୧ ରନ୍‌ କରିଥିଲେ।

Cricket: ଜାତୀୟ କ୍ରିକେଟ୍‌ ଦଳ ପାଇଁ ଓଡ଼ିଶାର ସମ୍ଭାବନା ଅନନ୍ୟା