Cricket: ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ କ୍ରିକେଟ୍‌ର ଅଲ୍‌ରାଉଣ୍ଡର

Aug 02, 2026 - 16:00
Cricket: ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ କ୍ରିକେଟ୍‌ର ଅଲ୍‌ରାଉଣ୍ଡର

"ତିରୁମାଲା: ଭାରତର ତାରକା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ରବିବାର ତିରୁମାଲାସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ଭଗବାନ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ନେବା ଅବସରରେ ଏହି ଭାରତୀୟ ଅଲରାଉଣ୍ଡର ଲଣ୍ଡା ହୋଇଥିଲେ।

Advertisment ଏହି ସମୟରେ ତାଙ୍କ ପ୍ରେମିକା ମାହିକା ଶର୍ମା ଥିଲେ।

ଉଭୟ ପାଣ୍ଡ୍ୟା ଓ ମାହିକା ପାରମ୍ପରିକ ଧଳା ପୋଷାକ ପିନ୍ଧି ପ୍ରଭୁ ଭେଙ୍କଟେଶ୍ବରଙ୍କ ଦର୍ଶନ କରିଥିଲେ।

ମନ୍ଦିର ଅଞ୍ଚଳର ଉଭୟଙ୍କ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ‌ହେଉ ହେଉ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

Hardik Pandya: ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ହାର୍ଦିକ ପାଣ୍ଡ୍ୟା ବାଦ୍‌ ପାଣ୍ଡ୍ୟାଙ୍କ ଏହି ନୂତନ ଅବତାର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଥିଲା।

ତିରୁମାଲା ତିରୁପତି ମନ୍ଦିରକୁ ଆସୁଥିବା ଭକ୍ତମାନେ ପାରମ୍ପାରିକ ବିଶ୍ୱାସ ଓ ମାନସିକ ପାଇଁ ନିଜର କେଶ ପ୍ରଭୁଙ୍କ ପାଖରେ ଅର୍ପଣ କରନ୍ତି।

ପାଣ୍ଡ୍ୟା ମଧ୍ୟ ଏହି ବିଶ୍ବାସରେ ନିଜ କେଶ ଅର୍ପଣ କରିଥିବା ଶୁଣିବାକୁ ମିଳିଛି।

ଆଇପିଏଲ୍‌ ସମୟରେ ଆହତ ଯୋଗୁଁ ସଂପ୍ରତି ପ୍ରତିଯୋଗିତା ମୂଳକ କ୍ରିକେଟ୍‌କୁ ଫେରି ନାହାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।