Welcome!

Unlock your personalized experience.
Sign Up

Crackdown on paper leak: ଆଣ୍ଟି-ଚିଟିଂ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର

Jul 24, 2026 - 13:13
Crackdown on paper leak: ଆଣ୍ଟି-ଚିଟିଂ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକରେ ସମ୍ପୃକ୍ତ ସେବା ଯୋଗାଣକାରୀ ସଂସ୍ଥା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ସଂଗଠିତ ଗ୍ୟାଙ୍ଗ୍ ପାଇଁ ୫ ରୁ ୧୦ ବର୍ଷ ଜେଲ୍ ସହ ସର୍ବନିମ୍ନ ୧ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ଥିବା ଆଣ୍ଟି-ଚିଟିଂ ଆଇନକୁ କେନ୍ଦ୍ର ସରକାର ଆହୁରି କଠୋର କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପରୀକ୍ଷାରେ ଅସାଧୁ ଉପାୟ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିବାର କିଛି ଘଣ୍ଟା ମଧ୍ୟରେ ସରକାର ''ଦି ପବ୍ଲିକ୍ ଏକଜାମିନେସନ୍ ଆକ୍ଟ, ୨୦୨୪''ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଶୁକ୍ରବାର ଅପରାହ୍ନରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବିତ ସଂଶୋଧନକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍ ମାମଲାର ଦ୍ରୁତ ବିଚାର ଓ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଆଇନରେ ନୂଆ ପ୍ରାବଧାନ ଯୋଡ଼ାଯିବ। ଏହାସହ ଅପରାଧୀଙ୍କ ପାଇଁ ପ୍ରସ୍ତାବିତ ନୂତନ ସଂଶୋଧନ ଅଧୀନରେ ଜେଲ୍ ଦଣ୍ଡାଦେଶ ଏବଂ ଆର୍ଥିକ ଜରିମାନା ପରିମାଣକୁ ପୂର୍ବପେକ୍ଷା ଆହୁରି ବୃଦ୍ଧି କରାଯିବ। ବର୍ତ୍ତମାନର ଆଇନ ଅନୁଯାୟୀ ବ୍ୟକ୍ତିଗତ ଭାବେ କୌଣସି ପରୀକ୍ଷାର୍ଥୀ କିମ୍ବା ବ୍ୟକ୍ତି ଅସାଧୁ ଉପାୟ ଅବଲମ୍ବନ କଲେ ୩ ରୁ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ନିୟମ ମଧ୍ୟ ରହିଛି। ତେବେ ପରୀକ୍ଷା ପରିଚାଳନା ପ୍ରଣାଳୀକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ସରକାର ଦଣ୍ଡବିଧାନକୁ ଆହୁରି କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।