COVID-19 Fear Returns: ପୁଣି ଫେରୁଛି କି ବିନାଶକାରୀ କରୋନା ମହାମାରୀ ? ଆନ୍ଧ୍ରରେ ୨ ଜଣଙ୍କ ମୃତ୍ୟୁ
ପୁଣି ଫେରିଲା କୋଭିଡ୍ ଆତଙ୍କ। ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ମହାମାରୀର ପଦଧ୍ବନୀ। ନିକଟରେ ଆନ୍ଧ୍ର ପ୍ରଦେଶ କଡ୍ପା ଜିଲ୍ଲାରେ କୋଭିଡରେ ଦୁଇ ଦୁଇଟି ଜୀବନ ଯିବା ପରେ ମହାମାରୀ କୋଭିଡ ସଂକ୍ରମଣକୁ ନେଇ ହାଇ ଆଲର୍ଟରେ ଆନ୍ଧ୍ର। ସୂଚନା ଅନୁସାରେ ଆନ୍ଧ୍ରର YSR କଡପା ଜିଲ୍ଲାରେ COVID-19 ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଦୁଇ ଜଣ ବ୍ୟକ୍ତି। ରାଜମପେଟ୍ ଅଞ୍ଚଳର ଜଣେ ୫୨ ବର୍ଷୀୟ ବ୍ୟକ୍ତି, ପ୍ରଥମେ ଜ୍ୱର ଆଉ କାଶରେ ଆକ୍ରାନ୍ତ ହୋଇଥିଲେ। ସ୍ବାବ୍ ଟେଷ୍ଟ ପରେ ସେ COVID ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ଭେଲୋର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିଭଳି କଡପାରୁ ଆଉ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଜିଲ୍ଲା ସରକାରୀ ମେଡିକାଲ ଆଖି ବୁଜିଥିବା କୁହାଯାଉଛି। ଆନ୍ଧ୍ରରେ କିଛି ସପ୍ତାହ ମଧ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ପଡ଼ୋଶୀ ରାଜ୍ୟରେ ଏ ସ୍ଥିତି ପରେ ସତର୍କ ହୋଇଛନ୍ତି ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶା ବିଭିନ୍ନ ଜିଲ୍ଲା। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରକୁ ସିଧାସଳଖ ଲୋକଙ୍କ ଯାତାୟତ ଥିବାରୁ ଏସବୁ ଜିଲ୍ଲାରେ ପ୍ରଶାସନ ଆଲର୍ଟ ମୋଡ୍ କୁ ଆସିଛନ୍ତି।
ଏପଟେ ପଡୋଶୀ ଆନ୍ଧ୍ର ପ୍ରଦେଶରେ କୋଭିଡ୍ ଆଉ ଥରେ କଡ଼ ଲେଉଟାଇବା ପରେ ଖାଲି ସୀମାନ୍ତ ଜିଲ୍ଲା ପ୍ରଶାସନ ନୁହେଁ, ବରଂ ପୁରା ରାଜ୍ୟ ପ୍ରଶାସନ ଆଗୁଆ ସତର୍କ ହୋଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସୀମାନ୍ତ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଛି। ସୀମାନ୍ତ ଜିଲ୍ଲାର ପ୍ରଶାସନ ଓ ସ୍ବାସ୍ଥ୍ୟ କର୍ମୀ, ସ୍ଥିତି ନେଇ ସଚେତନ ଅଛନ୍ତି। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟେଷ୍ଟିଂ ପ୍ରକ୍ରିୟା ଜାରି ଅଛି। ସ୍ଥିତି ନେଇ ସବୁ ଜିଲ୍ଲାର CDMOମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଓଡ଼ିଶାରେ କୋଭିଡର ଉପସ୍ଥିତି କିମ୍ବା କାହାରିଠାରେ ଲକ୍ଷଣ ନେଇ କୌଣସି ଜିଲ୍ଲାରୁ ରିପୋର୍ଟ କି ସୂଚନା ଆସିନି। କିନ୍ତୁ ଆଗକୁ ରଥଯାତ୍ରା ଥିବାରୁ ପୁରୀକୁ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ବହୁ ଲୋକଙ୍କ ସମାଗମ ହେବାର ଅଛି। ସେ ଦୃଷ୍ଟିରେ ଏବେ ରାଜ୍ୟବାସୀଙ୍କ ଭିତରେ ଏବେ କୋଭିଡକୁ ନେଇ ଲୋକେ ସଚେତନତା ହେବା ସହ ପ୍ରଶାସନ ମଧ୍ୟ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକତା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।