Court Verdict: ଯୌତୁକ ନିର୍ଯାତନାରେ ଅଦାଲତଙ୍କ ରାୟ, ସ୍ୱାମୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ
୧୧ ବର୍ଷ ପରେ ମିଳିଲା ନ୍ୟାୟ । ଯୌତୁକ ନିର୍ଯାତନାର କଠୋର ଶାସ୍ତି । ମହିଳାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀଙ୍କୁ ୧୦ ବର୍ଷ ସହ ଶାଶୁ-ଶ୍ୱଶୁର ଓ ଦୁଇ ନଣନ୍ଦଙ୍କୁ ୭ ବର୍ଷ ଜେଲ୍। ଏଭଳି ରାୟ ଶୁଣାଇଛନ୍ତି ଫୁଲବାଣୀ କୋର୍ଟ । କନ୍ଧମାଳ ଜିଲ୍ଲା ଗୁମାଗଡ଼ରେ ଘଟିଥିଲା ଅଭାବନୀୟ ଘଟଣା ।
ମୀରା ବେହେରାଙ୍କୁ ଶ୍ବଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା । ୨୦୧୫ ମସିହାରେ ସନ୍ଦେହଜନକ ଅବସ୍ଥାରେ ମୀରାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ସ୍ୱାମୀ ବିଜୟ ବେହେରା ସମେତ ଶାଶୁ ଶ୍ୱଶୁର ଓ ଦୁଇ ନଣନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା !
୧୧ ବର୍ଷ ପରେ ମିଳିଲା ନ୍ୟାୟ
ଯୌତୁକ ନିର୍ଯାତନାରେ ଅଦାଲତଙ୍କ ରାୟ
ସ୍ୱାମୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ
ଶାଶୁ-ଶ୍ୱଶୁର ଓ ଦୁଇ ନଣନ୍ଦଙ୍କୁ ୭ ବର୍ଷ ଜେଲ୍
ରାୟ ଶୁଣାଇଲେ ଫୁଲବାଣୀ କୋର୍ଟ