Construction Of Dam: ଜନଜୀବନକୁ ବଳି ପକାଇ ବନ୍ଧ ନିର୍ମାଣ କରିବାକୁ ଦିଆଯିବ ନାହିଁ

Jun 17, 2026 - 16:38
Construction Of Dam: ଜନଜୀବନକୁ ବଳି ପକାଇ ବନ୍ଧ ନିର୍ମାଣ କରିବାକୁ ଦିଆଯିବ ନାହିଁ

"ସୁନ୍ଦରଗଡ଼/ସବଡେଗା:  ତଳସରା ବିଧାନସଭା କ୍ଷେତ୍ର ସବଡେଗା ବ୍ଲକ୍ ହମିରପୁର ପଞ୍ଚାୟତରେ ସରକାର ଯୁଗୀଯୁଗେନ ବୃହତ ବନ୍ଧ ନିର୍ମାଣ ପାଇଁ ମସୁଧା କରୁଥିବା ଅଭିଯୋଗ କରି ଅଞ୍ଚଳବାସୀ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଗତକାଲି ଓଡ଼ିଶା ବିଧାନସଭା ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଯୁଗୀଯୁଗେନ ବନ୍ଧ ନିର୍ମାଣ କରିବାର କୌଣସି ଯୋଜନା ନାହିଁ ବୋଲି ବିବୃତି ଦେବା ଓ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏ ପ୍ରକାର ବନ୍ଧ ନିର୍ମାଣ ନେଇ କୌଣସି ଯୋଜନା ନଥିବା କହିଥିଲେ ମଧ୍ଯ ଲୋକେ ଏହାକୁ ଗ୍ରହଣ କରିନାହାନ୍ତି।

ବୁଧବାର ସବଡେଗାଠାରେ  ବିଶାଳ  ସମାବେଶ ଓ ଶୋଭାଯାତ୍ରା ମାଧ୍ୟମରେ ବନ୍ଧ ନିର୍ମାଣକୁ ବିରୋଧ କରିଛନ୍ତି।

ମୁଖ୍ଯମନ୍ତ୍ରୀ ଲିଖିତ ଭାବେ ଏ ବନ୍ଧ ନିର୍ମାଣ ହେବ ନାହିଁ ବୋଲି ଘୋଷଣା କରନ୍ତୁ, ନଚେତ କୌଣସିସ୍ଥିତିରେ ଆନ୍ଦୋଳନ ଥମିବ ନାହିଁ ବୋଲି ସଂଗ୍ରାମ ସମିତି ଚେତାବନୀ ଦେବା ସହ ୩୮ ଗାଁ ଓ ବିଶାଳ ଭୂଖଣ୍ଡରେ ପିଢ଼ିପିଢ଼ି ଧରି ବସବାସ କରି ଆସୁଥିବା ଜନଜୀବନକୁ ବଳି ପକାଇ ବନ୍ଧ ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି।Advertisment ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ  ଏହି ପରିପ୍ରେକ୍ଷୀରେ ପ୍ରଭାବିତ ଅଞ୍ଚଳର ଶହଶହ ମହିଳା ଓ ପୁରୁଷ ସବଡେଗା ବସଷ୍ଟାଣ୍ଡ ସମବେତ ହୋଇ ପ୍ରତିବାଦ କରିଥିଲେ।

ପରେ ନାରାବାଜି କରି ଏକ ଶୋଭାଯାତ୍ରାରେ ଯାଇ ସବଡେଗା ବ୍ଲକ୍ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

୧୯୮୦ରେ ଯୁଗୀଯୁଗେନଠାରେ ବନ୍ଧ ନିର୍ମାଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ।

ତତ୍କାଳୀନ ବିଧାୟକ ଗଜାଧର ମାଝୀଙ୍କ ନେତୃତ୍ବରେ ଅଞ୍ଚଳବାସୀ ସ୍ବର ଉଠାଇବା ପରେ ବନ୍ଧ ବାତିଲ ହୋଇ ଯାଇଥିଲା।

ଏହା ପରେ ଲୋକେ ଯୁଗୀଯୁଗେନ ବନ୍ଧ କଥା ଭୁଲି ଯାଇଥିଲେ।

ତେବେ ଜଳସେଚନ ପାଇଁ ବାଲିଶଙ୍କରା ବ୍ଲକ୍ ତେଲିଯୋରଠାରେ ଇବନଦୀ ଉପରେବନ୍ଧ ନିର୍ମାଣପାଇଁ ଯୋଜନା ହେଲା।

ସର୍ବେକ୍ଷଣ ଓ ବ୍ଯୟ ଅଟକଳ ସହ ପ୍ରକଳ୍ପ ସବିଶେଷ ବିବରଣୀ ପ୍ରସ୍ତୁତ କରି କେନ୍ଦ୍ର ଜଳସମ୍ପଦ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିଲା।

କିନ୍ତୁ ଅନ୍ତରାଜ୍ଯ ବିବାଦ ଥିବା ଦର୍ଶାଇ ହଠାତ ସରକାର ଯୁଗୀଯୁଗେନ ବନ୍ଧ ନିର୍ମାଣ ପାଇଁ ପୁଣି ପ୍ରକ୍ରିୟା ଆରମ୍ଭ କଲେ।

ଜଳସମ୍ପଦ ବିଭାଗ ଅତି ଗୋପନରେ  ସର୍ବେକ୍ଷଣ, ଜଙ୍ଗଲ ଜମି ଚିହ୍ନଟ ସହ ଡ୍ରିଲିଂ କାମ ଆରମ୍ଭ କରିଥିଲେ।

ଏହା ଜାଣିବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା।

ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଥିବା କହିଛନ୍ତି।

ଯଦି ସରକାର  ନଶୁଣନ୍ତି ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗ୍ରାମ ସମିତି ଚେତାବନୀ ଦେଇଛି।

Confusion Over TMC: ଟିଏମସି ବିଦ୍ରୋହୀଙ୍କ ଏନସିପିଆଇରେ ମିଶ୍ରଣ ନେଇ ସ୍ଥିତି ଅସ୍ପଷ୍ଟ: କାକୋଲି କହିଲେ ଜ୍ୟୋତିପ୍ରକାଶ ନୂତନ ସଭାପତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।