Congress MLA Targeted in Fake: କଂଗ୍ରେସ ବିଧାୟକ ସାଇବର ଠକାମୀର ଶିକାର; ବିଧାନସଭାରୁ ପାର୍ସଲ ଆସିଛି କହି ଭୂଆଁ ବୁଲାଉଥିଲା ଠକ

Jul 04, 2026 - 16:34
Congress MLA Targeted in Fake: କଂଗ୍ରେସ ବିଧାୟକ ସାଇବର ଠକାମୀର ଶିକାର; ବିଧାନସଭାରୁ ପାର୍ସଲ ଆସିଛି କହି ଭୂଆଁ ବୁଲାଉଥିଲା ଠକ

ସାଇବର ଠକଙ୍କ ଶିକାର ହେଲେ କଂଗ୍ରେସ ବିଧାୟକ। ବିଧାନସଭାରୁ ପାର୍ସଲ ଆସିଛି କହି ଭୂଆଁ ବୁଲାଉଥିଲେ ଠକ। ତାଙ୍କ ନାଁରେ ଫେକ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି କରୁଥିଲେ ଲୁଟ ଉଦ୍ୟମ। ବିଧାୟକ ଅସୁବିଧାରେ ଅଛନ୍ତି କହି ମାଗୁଥିଲେ ଟଙ୍କା। ବାସୁଦେବପୁରର ବିଧାୟକ ଅଶୋକ ଦାସ ସାଇବର ଠକଙ୍କ ଶିକାର ହୋଇଛନ୍ତି। 

ତାଙ୍କ ନିକଟକୁ ଚାରିଆଡୁ ଫୋନ କଲ ଆସିବା ପରେ ଏ ବିଷୟରେ ଜାଣିବାକୁ ପାଇଥିଲେ ବିଧାୟକ। ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଧାୟକ। ତେବେ କିପରି ବିଧାୟ ଠକାମୀର ଶିକାର ହେଲେ ସେନେଇ ବିଧାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସିନିୟର ରିପୋର୍ଟର ଚନ୍ଦନ ପାଇକରାୟ।

 

  • ବିଧାୟକ ଅଶୋକ ଦାସ ସାଇବର ଠକାମୀର ଶିକାର
  • ବିଧାନସଭାରୁ ପାର୍ସଲ ଆସିଛି କହି ବୁଲାଉଥିଲେ ଭୂଆଁ
  • ଫେକ୍ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଲୁଟ ଉଦ୍ୟମ
  • ବିଧାୟକ ଅସୁବିଧାରେ ଅଛନ୍ତି କହି ମାଗୁଥିଲେ ଟଙ୍କା
  • ଅନେକ ଫୋନ କଲ ଆସିବା ପରେ ଜଣାପଡ଼ିଲା ସତ
  • ସାଇବର ଥାନାରେ ଅଭିଯୋଗ କଲେ ବିଧାୟକ