Congress : ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍‌ କାର୍ଡ଼ ଖେଳିବାକୁ ଭଲ ଲାଗେ: ଜୟରାମ ରମେଶ

Aug 01, 2026 - 17:11
Congress : ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍‌ କାର୍ଡ଼ ଖେଳିବାକୁ ଭଲ ଲାଗେ: ଜୟରାମ ରମେଶ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିକ୍ଟିମ୍‌ କାର୍ଡ଼ (ନିଜକୁ ପୀଡ଼ିତ ଦର୍ଶାଇବାକୁ) ବନ୍ଦ କରନ୍ତୁ ବୋଲି କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଜୟରାମ ରମେଶ ଶନିବାର କହିଛନ୍ତି।

ରମେଶ କହିଛନ୍ତି, ମୋଦୀ ନିଜକୁ ପୀଡ଼ିତ ଦର୍ଶାଇବା ପରିବର୍ତ୍ତେ ସେ ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌, ରାମ ମନ୍ଦିର ଦାନ ଚୋରି ଓ ୨୦୧୬ ବିମୁଦ୍ରୀକରଣ ପରି ପ୍ରସଙ୍ଗମାନଙ୍କରେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।Advertisment ଚୁଚୁନ୍ଦ୍ରାଙ୍କ ସମସ୍ୟାକୁ ନେଇ ଆପଣ ଚିନ୍ତାରେ ପଡିଯାଇଛନ୍ତି କି?

ଆପଣାନ୍ତୁ ଏହି ଉପାୟ ରମେଶ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏକ ପୋ‌ଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଅନେକ ସମୟରେ ତାଙ୍କ ପୂର୍ବର ଶାସକମାନଙ୍କୁ ଓ ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରୁଥିବାବେଳେ ନିଜକୁ ପୀଡ଼ିତ ବୋଲି ଦେଖାଇବାକୁ ଭଲ ପାଆନ୍ତି। "ଏକ୍ସ"ରେ ରମେଶ ଲେଖିଛନ୍ତି, ଆତ୍ମଘୋଷିତ ଅଣ-ଜୈବିକ ପ୍ରଧାନମନ୍ତ୍ରୀ ପୀଡିତ କାର୍ଡ ଖେଳିବାକୁ ଉପଭୋଗ କରନ୍ତି।

ସେ ତାଙ୍କର ପୂର୍ବପୁରୁଷ ଓ ରାଜନୈତିକ ବିରୋଧୀଙ୍କ ବିରୋଧରେ ଘୃଣ୍ୟ ଆକ୍ଷେପ କରନ୍ତି।

ମୋଦୀ କେବଳ ତାଙ୍କର ସାର୍ବଜନୀନ ଭାଷଣରେ ନୁହେଁ ବରଂ ସଂସଦରେ ମଧ୍ୟ ସେମାନଙ୍କୁ ବଦନାମ କରିବା ପାଇଁ ପ୍ରାୟତଃ ମିଛ ପ୍ରଚାର କରନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି।

ସେ ସଂସଦ ଓ ସଂସଦ ବାହାରେ ରାଜନୈତିକ ବିରୋଧୀଙ୍କୁ ଦୁର୍ବ୍ୟବହାର କରୁଥିବା ଏକ ଦଳ ରଖିଛନ୍ତି, ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଅନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି।

କଂଗ୍ରେସ ମହାସଚିବ ନିଟ୍‌ ୟୁଜି ପ୍ରଶ୍ନପ୍ରତ ଲିକ୍‌ ଓ ବିରୋଧ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।