Coconut Market: ଓଡ଼ିଶା ବଜାରରେ ରାଜୁତି କରୁଛି ଆନ୍ଧ୍ର ପଇଡ଼; ଦାମ୍ ବେଶୀ, କମ୍ ମିଠା

ଓଡ଼ିଶା ବଜାରକୁ କବଜା କରିଛି ଆନ୍ଧ୍ର ପଇଡ଼। ନିଇତି ଶହ ଶହ ଟ୍ରକ୍ ପଇଡ଼ ଆନ୍ଧ୍ର, ତେଲେଙ୍ଗାନା ଓ ତାମିଲନାଡୁରୁ ଆସି ପହଞ୍ଚିଲେ ଏଠି ବିକ୍ରି ହେଉଛି, ରେଟ୍ ବି ଗୋଟାକୁ ୭୦ ଟଙ୍କା ଯାଏଁ ଛୁଇଁଲାଣି। ପ୍ରଭୁ ଜଗନ୍ନାଥଙ୍କ ରାଜ୍ୟକୁ ଏକଦା ପଇଡ଼ର ଗନ୍ତ

03 September 2025 03:45 PM IST
Coconut Market: ଓଡ଼ିଶା ବଜାରରେ ରାଜୁତି କରୁଛି ଆନ୍ଧ୍ର ପଇଡ଼; ଦାମ୍ ବେଶୀ, କମ୍ ମିଠା

ଓଡ଼ିଶା ବଜାରକୁ କବଜା କରିଛି ଆନ୍ଧ୍ର ପଇଡ଼। ନିଇତି ଶହ ଶହ ଟ୍ରକ୍ ପଇଡ଼ ଆନ୍ଧ୍ର, ତେଲେଙ୍ଗାନା ଓ ତାମିଲନାଡୁରୁ ଆସି ପହଞ୍ଚିଲେ ଏଠି ବିକ୍ରି ହେଉଛି, ରେଟ୍ ବି ଗୋଟାକୁ ୭୦ ଟଙ୍କା ଯାଏଁ ଛୁଇଁଲାଣି। ପ୍ରଭୁ ଜଗନ୍ନାଥଙ୍କ ରାଜ୍ୟକୁ ଏକଦା ପଇଡ଼ର ଗନ୍ତାଘର ସଜାଇଥିବା ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ କିନ୍ତୁ ଦାଉ ସାଧୁଛି ପ୍ରକୃତି।

ଓଡ଼ିଶା ଲୋକ ପିଉଛନ୍ତି ପଡ଼ୋଶୀ ପଇଡ଼ । ବଜାରରେ ଏବେ ଆନ୍ଧ୍ର ପଇଡ଼ର ରାଜୁତି। ଦାମ୍ ବେଶୀ, ମିଠା କମ୍। ରାଜଧାନୀ ବଜାରରୁ ରାଜପଥ କଡ଼, ସବୁଠି ସ୍ବାସ୍ଥ୍ୟ ସଚେତନ ଲୋକଙ୍କ ଏବେ ବେଶ୍ ପସନ୍ଦ ପଇଡ଼। ହେଲେ ଏବେ ଓଡ଼ିଶା ବଜାରରେ ପଡ଼ୋଶୀ ପଇଡ଼ର ରାଜୁତି। ଆନ୍ଧ୍ର ନହେଲେ ପଶ୍ଚିମବଙ୍ଗରୁ ଟ୍ରକ୍ ଟ୍ରକ୍ ପଇଡ଼ ନିଇତି ଆସି ଏଠି ବିକ୍ରି ହେଉଛି। ରେଟ୍ ବି ଭାରି ଉଚ୍ଚା। ସାଇଜ୍ ଦେଖି ଗୋଟାକୁ ୪୦ରୁ ୭୦ ଟଙ୍କା ଯାଏଁ ଗ୍ରାହକଙ୍କୁ ଦେବାକୁ ପଡୁଛି। ସ୍ବାଦ ମଧ୍ୟ ସେତେ ମଧୁର ନୁହେଁ। ତେବେ ଏଠି ପ୍ରଶ୍ନ- ଦୀର୍ଘ ସମୁଦ୍ର ଉପକୂଳ ସତ୍ତ୍ବେ ଓଡ଼ିଶା ବଜାରରେ କାହିଁକି ପଡ଼ୋଶୀ ପଇଡର ରାଜୁତି ? 

ଦିନଥିଲା ଯେଉଁ ପୁରୀ ଜିଲ୍ଲାର ପିପିଲି, ସାକ୍ଷୀଗୋପାଳ ଓ ଚନ୍ଦନପୁର ଅଞ୍ଚଳର ନଡ଼ିଆ ଓ ପଇଡ଼ ସାରା ରାଜ୍ୟକୁ ସମ୍ଭାଳୁଥିଲା, ସେଠି ଆଜି ଶ୍ରୀଫଳର ଅଭାବନୀୟ ସ୍ଥିତି ପଛରେ କି କାରଣ ? ଓଡ଼ିଶାରେ ନଡ଼ିଆ ଚାଷର ଦୁଃସ୍ଥିତି ସମ୍ପର୍କିତ ତଥ୍ୟ କହୁଛି- ଦେଶରେ ନଡିଆ ଉତ୍ପାଦନରେ ଓଡ଼ିଶାର ସ୍ଥାନ ଷଷ୍ଠ। ବେଙ୍ଗଲଠୁ ବି ପଛରେ। ଆନ୍ଧ୍ର, ତେଲେଙ୍ଗାନା ଓ ତାମିଲନାଡୁ ପଇଡ଼ ଓଡ଼ିଶା ବଜାରକୁ ସମ୍ଭାଳୁଛି। ଯଦିଓ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲା ପଇଡ଼ ଉତ୍ପାଦନକାରୀ ଜିଲ୍ଲା, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସେଠିକାର ନଡ଼ିଆ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ୧୯୯୯ ମସିହାରେ ସୁପର ସାଇକ୍ଲୋନରେ ୨୬,୮୦୦ ହେକ୍ଟରରୁ ଅଧିକ ଜମିରେ ପ୍ରାୟ ୪୭ ଲକ୍ଷ ଗଛ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦୧୯ ଫନି ବାତ୍ୟା ପରେ ଉତ୍ପାଦନ ୨୮୬ ମିଲିଅନ ଟନକୁ ଖସି ଆସିଥିଲା। କେତେବେଳେ ଅଜଣା ରୋଗ ତ ପଛକୁ ପଛ ବାତ୍ୟା ହିଁ ଓଡ଼ିଶାରେ ନଡ଼ିଆ ଚାଷ ପ୍ରତି ବଇରି ସାଜି ଥିବା ବିଶେଷଜ୍ଞଙ୍କ ମତ। ତା'ସତ୍ତ୍ବେ ବି ରାଜ୍ୟରେ ନଡ଼ିଆ ଚାଷ ପ୍ରତି ଆଗ୍ରହ ବଢିବା ଶୁଭ ଲକ୍ଷଣ।

ସେପଟେ ୨ ସେପ୍ଟେମ୍ବର ବିଶ୍ବ ନାରିକେଳ ଦିବସରେ ଓଡ଼ିଶାରେ ନଡ଼ିଆ ଚାଷକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଚାଷୀଙ୍କୁ ଉଭୟ ଦେଶୀ ଓ ହାଇବ୍ରିଡ୍ ଚାରାର ଉପକାରିତା ସମ୍ପର୍କରେ ବୁଝାଯାଉଛି।

Disclaimer: This content has been automatically aggregated from television for informational purposes. To read the original article, please visit television.