Coaching Crisis Hits Team India: ଗମ୍ଭୀରଙ୍କ ଟିମ୍ରେ ନୂଆ ବିବାଦ! ସାମ୍ନାକୁ ଆସିଲା ବଡ଼ ଖବର
ଭାରତୀୟ କ୍ରିକେଟ୍ ଦଳରେ ବଡ଼ ସଙ୍କଟ ଉପୁଜିଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍ ଟେନ୍ ଡୋସ୍କାଟ୍ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ସେ ଦଳ ପରିଚାଳନା କମିଟିକୁ ନିଜ ନିଷ୍ପତ୍ତି ଜଣାଇ ସାରିଛନ୍ତି।
ରିପୋର୍ଟ ଅନୁସାରେ, ଟେନ୍ ଡୋସ୍କାଟ୍ଙ୍କୁ ଦଳର ଫିଲ୍ଡିଂ କୋଚ୍ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ପୂର୍ବତନ ଫିଲ୍ଡିଂ କୋଚ୍ ଟି-ଦିଲ୍ଲୀପଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ଜଣେ ସିନିୟର ଖେଳାଳିଙ୍କ ସୁପାରିଶ କ୍ରମେ ଦିଲ୍ଲୀପଙ୍କୁ ଆଉ ବର୍ଷେ ଏକ୍ସଟେନସନ ମିଳିଛି ।
ଦଳରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ନମିଳିବାରୁ ଟେନ୍ ଡୋସ୍କାଟ୍ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ବର୍ତ୍ତମାନ ପରିସ୍ଥିତିରେ ଟି-ଦିଲ୍ଲୀପ କିମ୍ବା ଟେନ୍ ଡୋସ୍କାଟ୍ଙ୍କ ମଧ୍ୟରୁ ଜଣେ ହିଁ ଦଳରେ ରହିପାରିବେ । ଏହି ବିଷୟରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ବାକି ଅଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।