CM:ଯୁବପିଢିଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା,ଆତ୍ମୀୟଙ୍କୁ ମନକଥା ବାଣ୍ଟି ଅବସାଦ ଦୂରେଇବାକୁ ପରାମର୍ଶ
ଆଜି ସାରା ବିଶ୍ବ ପାଳୁଛି ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ରୋକିବାକୁ ଓ ସଚେତନତା ପାଇଁ ରାଜ୍ୟ ସରକାର ବି ‘ଜୀବନ ଜିନ୍ଦାବାଦ’ ନାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଆଜି ସାରା ବିଶ୍ବ ପାଳୁଛି ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ରୋକିବାକୁ ଓ ସଚେତନତା ପାଇଁ ରାଜ୍ୟ ସରକାର ବି ‘ଜୀବନ ଜିନ୍ଦାବାଦ’ ନାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଆତଙ୍କ ଖେଳାଇଛି ଆତ୍ମହତ୍ୟା...ନିଆଁ ଭଳି ମାଡ଼ି ଚାଲିଛି ବ୍ୟାଧି...ଟିକିଏ କଥାରେ କିଏ ନିଜକୁ ଝୁଲାଇ ଦେଉଛି ତ ଆଉ କିଏ ଜାଳି ଦେଉଛି ନିଆଁରେ...ହୁଏତ କିଏ ବର୍ତ୍ତିଯାଉଛି ତ ଆଉ କିଏ ପରପାରିକୁ ଚାଲିଯାଉଛି। ବଡ଼ ସୌଭାଗ୍ୟର କଥା, ଅନୁଗୁଳର ବିଶ୍ବଜିତ ପ୍ରଧାନ, ସେହି ଆତ୍ମହତ୍ୟାର ଧାରାରୁ ନିଜ ବଡ଼ଭାଇଙ୍କୁ ଉଦ୍ଧାର କରିଛନ୍ତି। ଆତ୍ମହତ୍ୟା ବ୍ୟାଧିରୁ ମୁକୁଳାଇବାକୁ ସଂଘର୍ଷ ଜାରି ରଖିଛନ୍ତି। କାରଣ ତାଙ୍କ ବଡ଼ ଭାଇଙ୍କ ଭିତରେ ଏତେମାତ୍ରାରେ ଆତ୍ମହତ୍ୟା ପ୍ରବଣତା ଦେଖାଦେଇଛି ଯେ, କୌଣସି ମୂହୁର୍ତ୍ତରେ ବି ସେ ଜୀବନ ହାରିଦେଇଥାନ୍ତେ। କାରଣ ହେଉଛି, ମାତ୍ରାଧିକ ନିଶା ସେବନ। ହେଲେ ଲକ୍ଷଣ ଓ କାରଣ ଜାଣିପାରି କଟକ ଏସସିବିରେ ଭର୍ତ୍ତି କରି ସୁସ୍ଥ କରିବାର ପଣ କରିଛନ୍ତି ବିଶ୍ବଜିତଙ୍କ ବଡ଼ଭାଇ।
ଆଜି ବିଶ୍ବଜିତ ସିନା ଭାଗ୍ୟବାନ। ୟା ଭିତରେ ଅନେକ ଜୀବନ ଗଲାଣି, ଆତ୍ମୀୟ ସ୍ବଜନଙ୍କୁ ହରାଇଛନ୍ତି ଅନେକ ଅଭାଗା। ବହୁଚର୍ଚ୍ଚିତ ବାଲେଶ୍ବର ଏଫ୍ଏମ୍ ଛାତ୍ରୀଠୁ ଆରମ୍ଭ କରି ପଟ୍ଟାମୁଣ୍ଡାଇ କାଠିଆପଡ଼ା, ଭଦ୍ରକରେ ଯୁକ୍ତ ୩ ଛାତ୍ରୀ, ବାଲେଶ୍ବର ସିଂଲାରେ କୋମଳମତି ଛାତ୍ର। ଥରେ ମନେ ପକାନ୍ତୁ, ଗତ ଅଗଷ୍ଟ ୧୧ ରେ ନିଜର ଦୁଃଖ ଜଣାଇବାକୁ ଆସି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ କେମିତି ଆତ୍ମହତ୍ୟାର କଥା କହୁଥିଲେ ଜଣେ ବ୍ୟକ୍ତି। ଯେଉଁ କଥା ଶୁଣି ମୁଖ୍ୟମନ୍ତ୍ରୀ ରାଗିବା ସହ ଆତ୍ମହତ୍ୟା ଶବ୍ଦ ପାଟିରେ ନଧରିବାକୁ ତାଗିଦ୍ କରିଥିଲେ।
ଗତ ମାର୍ଚ୍ଚର ବିଧାନସଭା ତଥ୍ୟ ଅନୁସାରେ, ୨୦୨୦ରୁ ୨୦୨୫ ମଧ୍ୟରେ ସରକାରୀ ଓ ଘରୋଇ ସ୍କୁଲ କଲେଜରେ ୭୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେହିପରି 2022-NCRB ତଥ୍ୟ କହୁଛି, ଦେଶରେ ମୋଟ ଆତ୍ମହତ୍ୟା ମଧ୍ୟରୁ ୩.୬% ଘଟୁଛି ଓଡିଶାରେ। ରାଜ୍ୟରେ ପ୍ରତି ଲକ୍ଷେରେ ୧୩.୩% ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୨୨ରେ ଓଡିଶାରେ ଆତ୍ମହତ୍ୟା ସଂଖ୍ୟା ୮.୭% ବଢ଼ିଥିଲା। ମାନସିକ ରୋଗ ବିଶେଷଜ୍ଞଙ୍କ କହିବା କଥା, ମାନସିକ ଦୁଶ୍ଚିନ୍ତା, ପାରିବାରିକ କଳହ ଓ ନିଶା ସେବନ ହିଁ ଆତ୍ମହତ୍ୟାର ପ୍ରମୁଖ କାରଣ। ମୋବାଇଲ୍ ଯୁଗରେ ବି ମଣିଷ ମଣିଷ ମଧ୍ୟରେ ସିଧାସଳଖ ଭାବ ବିନିମୟ ହେଉନାହିଁ। ତେଣୁ ପରିବାର ଓ ସାଙ୍ଗସାଥୀଙ୍କ ସହ ଖୋଲାଖୋଲି ମନକଥା ବାଣ୍ଟିଲେ ଦୁଃଖ ଓ ଚାପ ଲାଘବ ହୋଇପାରିବ।
ଆଜି ସାରା ବିଶ୍ବ ପାଳୁଛି ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ରୋକିବାକୁ ଓ ସଚେତନତା ପାଇଁ ରାଜ୍ୟ ସରକାର ବି ‘ଜୀବନ ଜିନ୍ଦାବାଦ’ ନାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।...ସୋସିଆଲ୍ ମିଡ଼ିଆ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସବୁ ସମସ୍ୟାର ସମାଧାନ ଅଛି। ଯଦି କେହି ବ୍ଲାକମେଲ୍ କିମ୍ବା ହାରାସମେଣ୍ଟ ହେଉଛନ୍ତି, ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ। ସମସ୍ୟାକୁ ହରାଇ ଜୀବନକୁ ଭଲ ପାଇବା ପାଇଁ ପରାମର୍ଶ ଦେଇଛନ୍ତି। ସେପଟେ ସେଲିବ୍ରିଟି ମଧ୍ୟ ପ୍ରତ୍ୟେକ ସମସ୍ୟାକୁ ଧୈର୍ଯ୍ୟର ସହ ମୁକାବିଲା କରି ଜୀବନକୁ ଜୀଇଁବା ପାଇଁ ଆହ୍ବାନ ଦେଇଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
